ହନୁମାନ ପଇସା ନଦେବାରୁ ଅପହରଣ! ୭ ଜଣଙ୍କୁ ଗିରଫ କଲା ପୋଲିସ୍

ସୁନ୍ଦରଗଡ : ହନୁମାନ ପଇସା ନାଁରେ ଠକେଇ । ହନୁମାନ ପଇସା ନଦେବାରୁ ଅପହରଣ ଅଭିଯୋଗରେ ୭ ଜଣ ଗିରଫ । ଏହାସହ ପଇସା ଦେବାକୁ କହି ଠକିଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି । ଅପହରଣରେ ବ୍ୟବହୃତ କାର, ପଲସର ବାଇକ ସହ ୨ଲକ୍ଷ ୧୫ ହଜାର ଟଙ୍କା ଜବତ କରିଛି ପୋଲିସ ।

ସୁନ୍ଦରଗଡ ସୁବଳୟା ଅଂଚଳର ଜଣେ ଯୁବକ ହନୁମାନ ପଇସା ଦେବାକୁ କହି କିଛି ଯୁବକଙ୍କ ଠାରୁ ୩ ଲକ୍ଷ ଟଙ୍କା ନେଇଥିଲେ । ହନୁମାନ ପଇସା ନପାଇବାରୁ ଯୁବକ ମାନେ ଶେଷରେ ଅପହରଣ କରିଥିଲେ । ପରେ ପୋଲିସ ଖବର ପାଇବା ପରେ ଏସ.ପି.ଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ବିଭିନ୍ନ ଅଂଚଳରୁ ୭ ଜଣଙ୍କୁ ଗିରଫ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.