ବିଶ୍ଵକର୍ମା ପୂଜାରେ ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଏକ ୟୁନିକ ସ୍ଵାଦରେ ଭରା ଭେଣ୍ଡି ନଡ଼ିଆ ମସଲା

ଆବଶ୍ୟକୀୟ ସାମଗ୍ରୀ

  • ଭେଣ୍ଡି
  • ନଡ଼ିଆ
  • ଜିରା
  • ହଳଦୀ ଗୁଣ୍ଡ
  • ଲଙ୍କାଗୁଣ୍ଡ
  • ଧନିଆପତ୍ର
  • ଅଦା
  • ରସୁଣ
  • ପିଆଜ
  • ଟମାଟୋ
  • ତେଲ
  • ଲୁଣ

Bhindi Coconut Masala Recipe | Recipe In English

ପ୍ରସ୍ତୁତି ପ୍ରଣାଳୀ

ଭେଣ୍ଡି ନଡ଼ିଆ ମସଲା ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଅଦା, ରସୁଣ, ପିଆଜ, ଟମାଟୋ ଓ ଅଳ୍ପ ନଡ଼ିଆକୁ ପେଷି ଦିଅନ୍ତୁ ।

ମନେରଖନ୍ତୁ ମସାଲାକୁ ଟିକେ ଦରଦର ଖଣ୍ଡ କରି ପେଷିବେ ।

ବର୍ତ୍ତମାନ ପ୍ୟାନରେ ଅଳ୍ପ ତେଲ ଗରମ କରି ସେଥିରେ ଏହି ମସଲା ପକାଇ କଷନ୍ତୁ ।

ଏହି ମସାଲାକୁ କଷିବା ସମୟରେ ସେଥିରେ ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ ଓ ଲୁଣ ପକାଇ ଦିଅନ୍ତୁ ।

ମସଲା ଭଲଭାବେ ଭାଜି ହୋଇଗଲା ପରେ ସେଥିରେ ଭେଣ୍ଡି ପକାଇ ଗୋଳାଇ ଢାଙ୍କି ଦିଅନ୍ତୁ ।

ଭେଣ୍ଡି ସିଝିଗଲା ପରେ ସେଥିରେ ଅଳ୍ପ ନଡିଆକୋରା ପକାଇ ଦିଅନ୍ତୁ ।

ଶେଷରେ ଏହାକୁ ଓହ୍ଲାଇ ଧନିଆପତ୍ରରେ ଗାର୍ନିସିଙ୍ଗ କରି ଗରମ ଗରମ ସର୍ଭ କରନ୍ତୁ ଭେଣ୍ଡି ନଡ଼ିଆ ମସଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.