‘ସୋସିଆଲ ଡିଷ୍ଟାନସିଙ୍ଗ’ର ଏହି ଗୋଲକୁ ଦେଖି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ, ସୋସିଆଲ ମିଡିଆରେ ଭାଇରଲ ହେଉଛି Photo

ପଶ୍ଚିମବଙ୍ଗ ରେଲୱେ ଷ୍ଟେସନରେ ସୋସିଆଲ ଡିଷ୍ଟାନସିଂ ସର୍କଲ(ଗୋଲ) ଏମିତି ଢଙ୍ଗରେ କରାଯାଇଛି, ଯାହାକୁ ଦେଖିଲେ ଆପଣ ନିଜ ହସ ରୋକିପାରିବେ ନାହିଁ। ଏହି ସର୍କଲଗୁଡିକର ଫଟୋ ଟୁଇଟରରେ ଭାଇରଲ ହେଉଥିବା ବେଳେ ଲୋକେ ଏହା ଉପରେ ମଜାଦାର ପ୍ରତିକ୍ରିୟା ଦେବା ବି ଆରମ୍ଭ କରିଦେଇଛନ୍ତି। ତେବେ କରୋନାରୁ ନିଜକୁ ବଞ୍ଚେଇବା ପାଇଁ ଦୋକାନ, ଏୟାରପୋର୍ଟ, ରେଲୱେ ଷ୍ଟେସନ ଆଦି ସ୍ଥାନରେ ସୋସିଆଲ ଡିଷ୍ଟାନସିଂ ସର୍କଲ ବନାଯାଉଛି। କିନ୍ତୁ ଏଠି କରାଯାଇଥିବା ଗୋଲ ଅଜବ ତରିକାରେ ତିଆରି ହୋଇଛି।

hhh

ଲୋକେ ଏହି ଗୋଲ ଭିତରେ କିଭଳି ଛିଡା ହେବେ, ସେଥିପ୍ରତି ଦୃଷ୍ଟି ଦିଆଯାଇନାହିଁ। ଷ୍ଟେସନରେ କିଛି ସର୍କଲ ଖମ୍ବ ଚାରିପଟେ ତ ଆଉ କିଛି ରେଲୱେ ବୁଥ ପଛପଟେ, ସେହିପରି କିଛି ଗୋଲ ସିଡି ତଳେ ମଧ୍ୟ କରାଯାଇଛି। ଅନଲାଇନରେ ସେୟାର କରାଯିବା ପରେ ଏହି ଫଟୋକୁ ୮,୦୦୦ରୁ ଅଧିକ ଲାଇକ ଏବଂ ହାଜରରୁ ଅଧିକ ପ୍ରତିକ୍ରିୟା ମିଳିସାରିଲାଣି।

hn

ଜଣେ ୟୁଜର ଲେଖିଛନ୍ତି, ‘ଯେତେବେଳେ ଆପଣଙ୍କୁ କାମ କରିବା ପାଇଁ ପଇସା ମିଳିଥିବ, କିନ୍ତୁ କାମ କରିବାର ଜାଗା ନ ଥିବ’। ଆଉ ଜଣେ ଲେଖିଛନ୍ତି, ‘ଏମାନଙ୍କ ରଚନାତ୍ମକତାକୁ ଟିକେ ଦେଖନ୍ତୁ। ଏହି ଲୋକମାନେ ପଶ୍ଚିମବଙ୍ଗର କୌଣସି ଷ୍ଟେସନରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ କିଭଳି ଅଜବ ଜାଗାରେ ମାର୍କସ କରିଛନ୍ତି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.