ରାଜ୍ୟ

ପାରଳାଖେମୁଣ୍ଡି ପୋଲିସକୁ ବଡ ସଫଳତା: ବାଇକ୍ ଚୋରି ଗ୍ୟାଙ୍ଗର ୬ ଗିରଫ, ୨୪ ଗାଡି ଜବତ

ଗଜପତି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୋଲିସକୁ ଏକ ବଡ ସଫଳତା। ରାଜ୍ୟର କୋଣ ଅନୁକୋଣରେ ବାଇକ ଚୋରି କରି ଗଜପତି ଜିଲ୍ଲାରେ ବିକ୍ରୟ କରୁଥିବା ଏହି ଗ୍ୟାଙ୍ଗ ପୋଲିସର ଜାଲରେ ପଡିଛି । ଏ ସଂକ୍ରାନ୍ତରେ ଆଜି ପାରଳାଖେମୁଣ୍ଡି ଥାନା ପରିସରରେ ଗଜପତି ଏସପି ତପନ କୁମାର ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସୂଚନା ଦେଇଛନ୍ତି ।

ଗତକାଲି ପାରଳାଖେମୁଣ୍ଡି ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ମୋହନା ଥାନା ଅଂଚଳର ବାସିନ୍ଦା ଅଜିତ ମାଳି ଏକ ବାଇକ ଯୋଗେ ଯାଉଥିବା ବେଳେ ତାଙ୍କୁ ଧରି ପୋଲିସ ଗାଡିର କାଗଜପତ୍ର ମାଗିଥିଲେ । ଉକ୍ତ ବ୍ୟକ୍ତି ଜଣକ କାଗଜପତ୍ର ଦେଇପାରି ନଥିବା ଯୋଗୁଁ ପେଟ୍ରୋଲିଂ ଟିମ୍ ଥାନାକୁ ଆଣି ଜେରା କରିବା ସମୟରେ ସେ ଜଣେ ବାଇକ ଚୋର ଓ ସେ ରାଜ୍ୟର ଭୁବନେଶ୍ୱର, ବ୍ରହ୍ମପୁର, କଟକ ଆଦି ବିଭିନ୍ନ ଅଂଚଳରୁ ବାଇକ ଚୋରୀ କରି ଗଜପତି ଜିଲ୍ଲାରେ ବିକ୍ରୟ କରୁଥିବା ଜଣାପଡିଥିଲା ।

ପରେ ପୋଲିସର ଏକାଧିକ ଟିମ୍ ସେରଙ୍ଗ, ଗୁରାଣ୍ଡି, ଆର.ଉଦୟଗିରି, ଅଡବା ଥାନା ଅଂଚଳରେ ରେଡ୍ କରି ୨୪ଟି ମଟରସାଇକେଲ ଜବତ କରିବା ସହ ୫ଜଣଙ୍କୁ ଗିରଫ କରିଥିଲା । ତେବେ ଗିରଫ ଅଜିତ ସହ ୫ଜଣ ରହିଥିବା ବେଳେ ସେରଙ୍ଗ ଥାନାର ଜଣେ ହୋମ୍‌ଗାର୍ଡ ଓ ଜନୈକ ହୋମ୍‌ଗାର୍ଡଙ୍କ ପୁଅ ଏହି ଗ୍ୟାଙ୍ଗରେ ସାମିଲ ଥିବା ଜଣାପଡିଛି । ୨୪ଟି ମଟରସାଇକେଲ ମଧ୍ୟରୁ ସର୍ବାଧିକ ୭ଟି ବାଇକ ସେରଙ୍ଗ ଥାନା ଅଂଚଳର ଗିରଫ ହୋଇଥିବା ଏହି ଗ୍ୟାଙ୍ଗର ବାଇକ ଚୋର ଯିଏକି ଜଣେ ହୋମ୍‌ଗାର୍ଡ ବୋଲି ଜଣାପଡିଛି ।

ତେବେ ପୋଲିସ ଦ୍ୱାରା ଗିରଫ ହୋଇଥିବା ଗ୍ୟାଙ୍ଗର ସଦସ୍ଯ ମାନେ ହେଲେ ମୋହନା ଥାନା ଅଞ୍ଚଳର ଅଜିତ ମାଳି, ଗୁରାଣ୍ଡି ଥାନା ଅଞ୍ଚଳର ସୁଧାକର ପାଟିକି, ରବିନ୍ଦ୍ର ମିଶାଲ, ସେରଙ୍ଗ ଥାନା ଅଞ୍ଚଳର ସମିର କୁମାର ସିଙ୍ଗ, ଗଙ୍ଗା ପ୍ରଧାନ ଓ ଆର.ଉଦୟଗିରି ଅଞ୍ଚଳର ମିଖା ଗମାଙ୍ଗ । କେସରେ ଆବଶ୍ୟକ ପଡିଲେ ଅନ୍ୟ ଅଂଚଳଗୁଡିକରେ ମଧ୍ୟ ରେଡ୍ କରାଯିବ ଓ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନିଆଯିବ ବୋଲି ଗଜପତି ଏସପି ତପନ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

Sonalisa

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

13 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

27 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

42 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

52 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago