ପାରଳାଖେମୁଣ୍ଡି ପୋଲିସକୁ ବଡ ସଫଳତା: ବାଇକ୍ ଚୋରି ଗ୍ୟାଙ୍ଗର ୬ ଗିରଫ, ୨୪ ଗାଡି ଜବତ

ଗଜପତି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୋଲିସକୁ ଏକ ବଡ ସଫଳତା। ରାଜ୍ୟର କୋଣ ଅନୁକୋଣରେ ବାଇକ ଚୋରି କରି ଗଜପତି ଜିଲ୍ଲାରେ ବିକ୍ରୟ କରୁଥିବା ଏହି ଗ୍ୟାଙ୍ଗ ପୋଲିସର ଜାଲରେ ପଡିଛି । ଏ ସଂକ୍ରାନ୍ତରେ ଆଜି ପାରଳାଖେମୁଣ୍ଡି ଥାନା ପରିସରରେ ଗଜପତି ଏସପି ତପନ କୁମାର ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସୂଚନା ଦେଇଛନ୍ତି ।

ଗତକାଲି ପାରଳାଖେମୁଣ୍ଡି ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ମୋହନା ଥାନା ଅଂଚଳର ବାସିନ୍ଦା ଅଜିତ ମାଳି ଏକ ବାଇକ ଯୋଗେ ଯାଉଥିବା ବେଳେ ତାଙ୍କୁ ଧରି ପୋଲିସ ଗାଡିର କାଗଜପତ୍ର ମାଗିଥିଲେ । ଉକ୍ତ ବ୍ୟକ୍ତି ଜଣକ କାଗଜପତ୍ର ଦେଇପାରି ନଥିବା ଯୋଗୁଁ ପେଟ୍ରୋଲିଂ ଟିମ୍ ଥାନାକୁ ଆଣି ଜେରା କରିବା ସମୟରେ ସେ ଜଣେ ବାଇକ ଚୋର ଓ ସେ ରାଜ୍ୟର ଭୁବନେଶ୍ୱର, ବ୍ରହ୍ମପୁର, କଟକ ଆଦି ବିଭିନ୍ନ ଅଂଚଳରୁ ବାଇକ ଚୋରୀ କରି ଗଜପତି ଜିଲ୍ଲାରେ ବିକ୍ରୟ କରୁଥିବା ଜଣାପଡିଥିଲା ।

bikeପରେ ପୋଲିସର ଏକାଧିକ ଟିମ୍ ସେରଙ୍ଗ, ଗୁରାଣ୍ଡି, ଆର.ଉଦୟଗିରି, ଅଡବା ଥାନା ଅଂଚଳରେ ରେଡ୍ କରି ୨୪ଟି ମଟରସାଇକେଲ ଜବତ କରିବା ସହ ୫ଜଣଙ୍କୁ ଗିରଫ କରିଥିଲା । ତେବେ ଗିରଫ ଅଜିତ ସହ ୫ଜଣ ରହିଥିବା ବେଳେ ସେରଙ୍ଗ ଥାନାର ଜଣେ ହୋମ୍‌ଗାର୍ଡ ଓ ଜନୈକ ହୋମ୍‌ଗାର୍ଡଙ୍କ ପୁଅ ଏହି ଗ୍ୟାଙ୍ଗରେ ସାମିଲ ଥିବା ଜଣାପଡିଛି । ୨୪ଟି ମଟରସାଇକେଲ ମଧ୍ୟରୁ ସର୍ବାଧିକ ୭ଟି ବାଇକ ସେରଙ୍ଗ ଥାନା ଅଂଚଳର ଗିରଫ ହୋଇଥିବା ଏହି ଗ୍ୟାଙ୍ଗର ବାଇକ ଚୋର ଯିଏକି ଜଣେ ହୋମ୍‌ଗାର୍ଡ ବୋଲି ଜଣାପଡିଛି ।

ତେବେ ପୋଲିସ ଦ୍ୱାରା ଗିରଫ ହୋଇଥିବା ଗ୍ୟାଙ୍ଗର ସଦସ୍ଯ ମାନେ ହେଲେ ମୋହନା ଥାନା ଅଞ୍ଚଳର ଅଜିତ ମାଳି, ଗୁରାଣ୍ଡି ଥାନା ଅଞ୍ଚଳର ସୁଧାକର ପାଟିକି, ରବିନ୍ଦ୍ର ମିଶାଲ, ସେରଙ୍ଗ ଥାନା ଅଞ୍ଚଳର ସମିର କୁମାର ସିଙ୍ଗ, ଗଙ୍ଗା ପ୍ରଧାନ ଓ ଆର.ଉଦୟଗିରି ଅଞ୍ଚଳର ମିଖା ଗମାଙ୍ଗ । କେସରେ ଆବଶ୍ୟକ ପଡିଲେ ଅନ୍ୟ ଅଂଚଳଗୁଡିକରେ ମଧ୍ୟ ରେଡ୍ କରାଯିବ ଓ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନିଆଯିବ ବୋଲି ଗଜପତି ଏସପି ତପନ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.