Below header

ଭାରତ ତିଆରି କଲା ବିଶ୍ୱର ସବୁଠାରୁ ବଡ଼ ସୌର ବୃକ୍ଷ, ବିନା ଖରାରେ ମଧ୍ୟ ଉତ୍ପନ କରିପାରିବ ବିଦ୍ୟୁତ

ନୂଆଦିଲ୍ଲୀ: ବୈଜ୍ଞାନିକ ଏବଂ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ(CSIR) ତା’ର ଦୁର୍ଗାପୁରସ୍ଥିତ ପ୍ରୟୋଗଶାଳାରେ ବିଶ୍ୱର ସବୁଠାରୁ ବଡ଼ ସୌର ବୃକ୍ଷ ପ୍ରସ୍ତୁତ କରିଛି। ଏହି ବୃକ୍ଷ ଏକ ଛୋଟିଆ ଗାଁର ବିଦ୍ୟୁତର ଜରୁରୀ ଆବଶ୍ୟକତାକୁ ପୂରଣ କରିବାରେ ସକ୍ଷମ। ବୃକ୍ଷର ଖାସ କଥା ହେଉଛି, ଆକାଶରେ ଯଦି ବାଦଲ ବି ଢାଙ୍କିଥିବ, ସେହି ସମୟରେ ଏହା ଠପ ହୋଇଯିବ ନାହିଁ। ବରଂ ଟିକେ କମ ବିଦ୍ୟୁତ ଉତ୍ପନ କରିବ।

(CSIR)ର ବୈଜ୍ଞାନିକ ନିଜ ଆବାସ କଲୋନୀରେ ଏହି ବୃକ୍ଷକୁ ସ୍ଥାପିତ କରିଛନ୍ତି। ଏଥିରେ ୩୫ଟି ସୌର ପ୍ୟାନେଲ ଲାଗିଛି, ଯାହାର କ୍ଷମତା ୧୧.୫ କିଲୋୱାଟ ପିକ। ଅର୍ଥାତ ୪୦ରୁ ୪୬ ୟୁନିଟ ବିଦ୍ୟୁତ ଏହା ଉତ୍ପନ କରିଥାଏ। ଯଦି ବର୍ଷା ଦିନ ହୋଇଥିବ ଏବଂ ଖରା ହେଉ ନ ଥିବ, କିନ୍ତୁ ପରିବେଶ ଗରମ ଲାଗୁଥିବ, ସେହି ସମୟରେ ମଧ୍ୟ ଏହି ସୌର ବୃକ୍ଷ ଅଧା କ୍ଷମତାରେ କାମ କରିବ।

hj

ପ୍ୟାନେଲକୁ ଆବଶ୍ୟକତା ଅନୁସାରେ ବୁଲାଇ ହେବ

(CSIR)ର ନିର୍ଦ୍ଦେଶକ ଡ. ହରିଶ ହୀରାଣୀ କହିଛନ୍ତି, ଏହି ସୌର ବୃକ୍ଷର ଉଚ୍ଚତା ନ୍ୟୂନତମ ୭ ଫୁଟ ଏବଂ ଅଧିକତମ ୧୩ ଫୁଟ। ଏହାକୁ ଏଭଳି ଭାବେ ତିଆରି କରାଯାଇଛି, ଯେପରି ଏହାର ପ୍ୟାନେଲ ଅଧିକରୁ ଅଧିକ ସୂର୍ଯ୍ୟକିରଣ ହାସଲ କରିପାରିବ। କିନ୍ତୁ ଏଥିରେ ଏକ ହ୍ୟାଣ୍ଡେଲ ରହିଛି, ଯଦ୍ଦ୍ୱାରା ଏହାର ପ୍ୟାନେଲକୁ ନିଜ ଆବଶ୍ୟକତା ହିସାବରେ ବୁଲାଇ ତାହାକୁ ଖରା ଆଡ଼କୁ ଫିକ୍ସ କରାଯାଇପାରିବ।

ଦାମ ମାତ୍ର ସାଢ଼େ ୭ ଲକ୍ଷ ଟଙ୍କା

ଏହି ସୌର ବୃକ୍ଷ ଦୂର ଦୁରାନ୍ତ ପର୍ଯ୍ୟନ୍ତ ଯେଉଁଠି ବିଦ୍ୟୁତ ପହଞ୍ଚିବା ଅସମ୍ଭବ, ସେମାନଙ୍କ ପାଇଁ ବଢ଼ିଆ ବିକଳ୍ପ ହେବ। ଏହାର ମୂଲ୍ୟ ପାଖାପାଖି ସାଢ଼େ ୭ ଲକ୍ଷ ଆସିବ, ଯାହାକି ଏକ ଗାଁରେ ବିଦ୍ୟୁତିକରଣ ପାଇଁ ଆବଶ୍ୟକତା ଥିବା ମୂଲ୍ୟ ତୁଳନାରେ କିଛି ବି ନୁହେଁ।

ଏଥିରେ ଲଗାଯାଇପାରିବ ସେନ୍ସର

ଏହି ବୃକ୍ଷରେ ଉପକରଣ ଏବଂ ସେନ୍ସର ମଧ୍ୟ ଲଗାଯାଇପାରିବ। ଯେପରି ସିସିଟିଭି କ୍ୟାମେରା, ବର୍ଷା ଓ ଆର୍ଦ୍ରତା ମାପିବା ଉପକରଣ ଅଥବା କୃଷି କାର୍ଯ୍ୟ ପାଇଁ ଦରକାର ହେଉଥିବା କୌଣସି ସେନ୍ସର। ତେବେ ଏହି ସୌର ବୃକ୍ଷ ବ୍ୟବହାର ଦ୍ୱାରା ବାର୍ଷିକ ୧୦ରୁ ୧୨ ଟନ କାର୍ବନ ନିଃସରଣ ହ୍ରାସ ପାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.