ଦିନେ ଯେଉଁ ବିଲ୍ଡିଂ ସାମ୍ନାରେ ଠିଆ ହେବାରୁ ସିକ୍ୟୁରିଟି ଗାର୍ଡ ଗାଳି ଦେଇ ବିଦା କରିଦେଇଥିଲା, ଆଜି ସେହି ବଙ୍ଗଳାର ମାଲିକ ଅକ୍ଷୟ କୁମାର

ଅକ୍ଷୟ କୁମାର, ବଲିଉଡ୍‌ ପାଇଁ ଏହି ନାଁ ହିଁ ଯଥେଷ୍ଟ। ଅକ୍ଷୟ କେବଳ ପରଦାରେ ନୁହେଁ ରିୟଲ ଲାଇଫ୍‌ରେ ମଧ୍ୟ ଜଣେ ହିରୋ। ଯେତେବେଳେ ବି ଯିଏ ଅସୁବିଧାରେ ପଡ଼େ ଅକ୍ଷୟଙ୍କୁ ଗୋଟେ ମେସେଜ୍‌ ଦେଲେ ସେ ତୁରନ୍ତ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି। ତେବେ ଏହି ଲୋକପ୍ରିୟତା ପାଇବାକୁ ଅକ୍ଷୟଙ୍କୁ କେତେ କଷ୍ଟ ସହିବାକୁ ପଡ଼ିଛି, ତାହା କେବଳ ସେ ହିଁ ଜାଣନ୍ତି।

ପିଲାବେଳେ ଅକ୍ଷୟ ପାଠପଢ଼ାରେ କମ୍‌ ଖେଳକୁଦରେ ଅଧିକ ରୁଚି ରଖୁଥିଲେ। ଏଣୁ ସେ ଅଧିକାଂଶ ସମୟ ଖେଳିବାରେ ଅତିବାହିତ କରୁଥିଲେ। ଦଶମ ପଢ଼ିବା ବେଳେ ଅକ୍ଷୟ ତାଙ୍କ ପଡ଼ୋଶୀଙ୍କ ପୁଅକୁ କରାଟେ କରୁଥିବାର ଦେଖି ନିଜେ ବି କରାଟେ ଶିଖିବାକୁ ଇଚ୍ଛା ପ୍ରକାଶ କରିଥିଲେ। ମାତ୍ର ପରିବାରର ସମ୍ବଳ ନଥିବାରୁ ଦଶମ ପରେ ଅକ୍ଷୟ କରାଟେ ଟ୍ରେନିଂ ନେଇଥିଲେ।

ପିଲାବେଳେ ସେ ଦିଲ୍ଲୀରୁ କୁନ୍ଦନ ଅଳଙ୍କାର ନେଇ ମୁମ୍ବାଇରେ ବିକି ଚଳୁଥିଲେ। ପରେ ସେ ମଡେଲିଂ କରିବା ଆରମ୍ଭ କରିଥିଲେ। ଏହି ମଡେଲିଂ ପାଇଁ ଥରେ ଅକ୍ଷୟ ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ଘର ସାମ୍ନାରେ ଫଟୋ ସୁଟ୍‌ କରୁଥିଲେ। ଏହି ସମୟରେ ବିଲ୍ଡିଂର ସିକ୍ୟୁରିଟି ଗାର୍ଡ ତାଙ୍କୁ ଗାଳି କରି ତଡ଼ି ଦେଇଥିଲା। ପରେ ଅକ୍ଷୟ ଫିଲ୍ମରେ ଅଭିନୟ କରିବା ଆରମ୍ଭ କରିଥିଲେ। ତାଙ୍କ ସବୁ ଫିଲ୍ମ ଗୋଟେ ପରେ ଗୋଟେ ହିଟ୍‌ ହେବା ପରେ ଅକ୍ଷୟ ଜଣେ ହିରୋ ଭାବେ ପରିଚିତ ହୋଇଥିଲେ। ତେବେ ତା ପରେ ଅକ୍ଷୟ ସେହି ବଙ୍ଗଳାକୁ କିଣିଲେ ଦିନେ ଯାହାର ସିକ୍ୟୁରିଟି ଗାର୍ଡ ତାଙ୍କୁ ଗାଳି ଦେଇ ବିଦା କରିଦେଇଥିଲା। ଏବେ ଅକ୍ଷୟ ପରିବାର ସହ ଉକ୍ତ ବିଲ୍ଡିଂରେ ରହୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.