ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଖାଲିପଡିଛି ୫୦୦ରୁ ଊର୍ଦ୍ଧ୍ୱ ପଦବୀ, ଜଲଦି କରନ୍ତୁ ଆବେଦନ

ବ୍ୟାଙ୍କ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ। ଯଦି ଆପଣ ବ୍ୟାଙ୍କ ଚାକିରି ପାଇଁ ଇଚ୍ଛୁକ ରହିଥାନ୍ତି, ତେବେ ଜଲଦି ଆବେଦନ କରନ୍ତୁ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ସ୍ପେଶାଲିଷ୍ଟ ଅଫିସର ପଦବୀରେ ନିଯୁକ୍ତି ହେଉଛି। ପିଏନବି ବ୍ୟାଙ୍କରେ ୫୩୫ ପଦବୀ ଖାଲି ପଡିଛି। ରେଜିଷ୍ଟ୍ରେସନ କରିବା ପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଧିକାରକ େଓ୍ଵବସାଇଟକୁ ଯାଇ ଅଧିସୂଚନା ପଢିପାରିବେ।

ପଦବୀ ବିବରଣୀ :

ସ୍ପେଶାଲିଷ୍ଟ ଅଫିସର : ୫୩୫

ବୟସ ସୀମା : ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୫ ବର୍ଷ ଏବଂ ସର୍ବାଧିକ ୩୫ ରୁ ୩୭ ବର୍ଷ ହୋଇଥିବା ଆବଶ୍ୟକ।

pnb 1

ଗୁରୁତ୍ୱପୂର୍ଣ୍ଣ ତାରିଖ :

ରେଜିଷ୍ଟ୍ରେସନ କରିବାର ତାରିଖ ୮ ସେପ୍ଟେମ୍ବର ଠାରୁ ଆରମ୍ଭ ହେଉଥିବା ବେଳେ ଶେଷ ତାରିଖ ୨୯ ସେପ୍ଟେମ୍ବର ରହିଛି।

ଆବେଦନ ପ୍ରକ୍ରିୟା : ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ପ୍ରଥମେ ଅଧିକାରକ େଓ୍ଵବସାଇଟ୍‌ https://www.pnbindia.in/ କୁ ଯାଇ ନୋଟିଫିକେସନ ଡାଉନଲୋଡ କରନ୍ତୁ। ସମସ୍ତ ବିବରଣୀ ଅବଗତ ହେବା ପରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ପଞ୍ଜିକରଣ ପ୍ରକ୍ରିୟାର ଅନ୍ତିମ ତାରିଖ ପୂର୍ବରୁ ଫର୍ମ ପୂରଣ କରିନିଅନ୍ତୁ। ଆବେଦନପତ୍ରରେ କୌଣସି ପ୍ରକାର ତ୍ରୁଟି ରହିଲେ ଆବେଦନ ସ୍ୱୀକାର କରାଯିବ ନାହିଁ।

ଚୟନ ପ୍ରକ୍ରିୟା : ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ ଅନଲାଇନ ଟେଷ୍ଟ ଏବଂ ସାକ୍ଷାତକାର ଆଧାରରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.