କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଏକକୋଟି ଟଙ୍କାର ସହାୟତା କଲା ଏସଏନ ମହାନ୍ତି ମାଇନିଂ ଆଣ୍ଡ ଷ୍ଟିଲ କଂପାନୀ। କଂପାନୀର ଚେୟାରମ୍ୟାନ ପ୍ରଦୀପ୍ତ ମହାନ୍ତି ଓ ଡାଇରେକ୍ଟର ପ୍ରବୋଧ ମହାନ୍ତି ଏହି ଅର୍ଥକୁ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଜରିଆରେ ପ୍ରଦାନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସଂପନ୍ନ ନେତୃତ୍ୱରେ ଓଡ଼ିଶା ମହାମାରୀର ସଫଳ ପରିଚାଳନା ଦିଗରେ ଉଦାହରଣ ସୃଷ୍ଟି କରିଛି ବୋଲି କହିଛନ୍ତି ବୋଲି କଂପାନୀ ପକ୍ଷରୁ କୁହାଯାଇଛି। ନିର୍ଦ୍ଧାରିତ ସମୟ ଓ ଉତ୍ସର୍ଗୀକୃତ ପଦକ୍ଷେପ ଦ୍ୱାରା ରାଜ୍ୟ ସରକାର କୋଭିଡ ପରିଚାଳନାରେ ଆଗରେ ରହିଛନ୍ତି। ରାଜ୍ୟବାସୀଙ୍କ ସହଯୋଗରେ କୋଭିଡର ସଫଳ ମୁକାବିଲା କରାଯାଇପାରିବ ବୋଲି କୁହାଯାଇଛି। କଂପାନୀର ସହାୟତା ପାଇଁ ମୁଖ୍ୟଶାସନ ସଚିବ ପ୍ରଶଂସା କରିବା ସହ ଅଫିସ, କାର୍ଯ୍ୟକ୍ଷେତ୍ରରେ କୋଭିଡ ନିୟମ ମାନି ଚଳିବାକୁ ପରାମର୍ଶ ଦେଇଛନ୍ତି।.
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…
କନ୍ଧମାଳ : କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…
ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…
ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…
ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…
ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…