ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଏକକୋଟି ଟଙ୍କାର ଦାନ, ଏସଏନ ମହାନ୍ତି ମାଇନିଂ ଆଣ୍ଡ ଷ୍ଟିଲ କମ୍ପାନୀ ଦେଲା ସହାୟତା

କେନ୍ୟୁଜ୍(ବ୍ୟୁରୋ):  ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଏକକୋଟି ଟଙ୍କାର ସହାୟତା କଲା ଏସଏନ ମହାନ୍ତି ମାଇନିଂ ଆଣ୍ଡ ଷ୍ଟିଲ କଂପାନୀ। କଂପାନୀର ଚେୟାରମ୍ୟାନ ପ୍ରଦୀପ୍ତ ମହାନ୍ତି ଓ ଡାଇରେକ୍ଟର ପ୍ରବୋଧ ମହାନ୍ତି ଏହି ଅର୍ଥକୁ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଜରିଆରେ ପ୍ରଦାନ କରିଛନ୍ତି।

sn mines 1

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସଂପନ୍ନ ନେତୃତ୍ୱରେ ଓଡ଼ିଶା ମହାମାରୀର ସଫଳ ପରିଚାଳନା ଦିଗରେ ଉଦାହରଣ ସୃଷ୍ଟି କରିଛି ବୋଲି କହିଛନ୍ତି ବୋଲି କଂପାନୀ ପକ୍ଷରୁ କୁହାଯାଇଛି। ନିର୍ଦ୍ଧାରିତ ସମୟ ଓ ଉତ୍ସର୍ଗୀକୃତ ପଦକ୍ଷେପ ଦ୍ୱାରା ରାଜ୍ୟ ସରକାର କୋଭିଡ ପରିଚାଳନାରେ ଆଗରେ ରହିଛନ୍ତି। ରାଜ୍ୟବାସୀଙ୍କ ସହଯୋଗରେ କୋଭିଡର ସଫଳ ମୁକାବିଲା କରାଯାଇପାରିବ ବୋଲି କୁହାଯାଇଛି। କଂପାନୀର ସହାୟତା ପାଇଁ ମୁଖ୍ୟଶାସନ ସଚିବ ପ୍ରଶଂସା କରିବା ସହ ଅଫିସ, କାର୍ଯ୍ୟକ୍ଷେତ୍ରରେ କୋଭିଡ ନିୟମ ମାନି ଚଳିବାକୁ ପରାମର୍ଶ ଦେଇଛନ୍ତି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.