Below header

ICSI.edu ୱେବସାଇଟରେ ଆସନ୍ତା କାଲିଠାରୁ ମିଳିବ ଆଇସିଏସଆଇ ସିଏସଇଇଟି ଆଡମିଟ କାର୍ଡ ୨୦୨୧

The Institute Of Company Secretaries Of India ଆସନ୍ତା କାଲି ଦ୍ୱିପହର ୨ଟାରେ ନିଜ ୱେବସାଇଟ ICSI.eduରେ CSEET ପରୀକ୍ଷା ୨୦୨୧ର ଆଡମିଟ କାର୍ଡ ଜାରି କରିବାକୁ ଯାଉଛି । ଆଇସିଏସଆଇ ପକ୍ଷରୁ ଏଥିପାଇଁ ତାରିଖ ଘୋଷଣା କରାଯାଇଛି । ଏହାସହ କମ୍ପାନୀ ସେକ୍ରେଟରୀ ଏଗ୍‌ଜିକ୍ୟୁଟିଭ ଟେଷ୍ଟ ଆସନ୍ତା ମଇ ୮ ତାରିଖରେ ହେବ । ଏହି ପରୀକ୍ଷା ରିମୋଟ ପ୍ରୋକ୍ଟଡ ମୋଡରେ କରାଯିବ ।

ପରୀକ୍ଷାର୍ଥିର୍ଙ୍କୁ ଆଡମିଟ କାର୍ଡ ପାଇଁ ଏହାର ୱେବସାଇଟକୁ ଯିବାକୁ ପଡିବ । ଏଥିପାଇଁ ନୋଟିସ ମଧ୍ୟ ଜାରି କରାଯାଇଛି । ଏହି ଲିଙ୍କକୁ ଯାଇ ଆପଣ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ଏହା ପୂର୍ବରୁ ପରୀକ୍ଷାର୍ଥିର୍ଙ୍କୁ ସିଏସଇଇଟିରେ ରେଜିଷ୍ଟ୍ରେସନ ନମ୍ବର କିମ୍ବା ନିଜ ଡେଟ ଅଫ ବାର୍ଥର ଡିଟେଲ୍ସ ଦେବାକୁ ପଡିବ । ଏହାପରେ ଆପଣ ନିଜ ଆଡମିଟ କାର୍ଡକୁ ସହଜରେ ଡାଉନଲୋଡ କରିପାରିବେ ।

ଏଥିପାଇଁ ପରୀକ୍ଷାର୍ଥିଙ୍କୁ ଅନଲାଇନ ମୋଡରେ ପରୀକ୍ଷା ଦେବାକୁ ପଡିବ । କମ୍ପ୍ୟୁଟର ବେସ୍ ଏହି ପରୀକ୍ଷାରେ ପରୀକ୍ଷାର୍ଥିଙ୍କ ପାଇଁ ଏମସିକ୍ୟୁ ପ୍ରଶ୍ନ ରହିବ ଯାହାକୁ ସେମାନଙ୍କୁ ୨ ଘଣ୍ଟାରେ ସାରିବାକୁ ପଡିବ । ୨୦୦ ମାର୍କର ସର୍ବମୋଟ ୧୪୦ଟି ପ୍ରଶ୍ନ ରହିବ । ବିଜନେସ କମ୍ୟୁନିକେସନ, ଆପ୍ଟିଟ୍ୟୁଡ, ଲଜିକାଲ ରିଜନିଙ୍ଗ, ଇକୋନୋମିକ୍ସ ଓ ବିଜନେସ ଏନଭାଇରୋମେଣ୍ଟ ଆଦି ବିଷୟରୁ ପ୍ରଶ୍ନ ରହିବ ।

ଏଥିପାଇଁ ଅଧିକ ତଥ୍ୟ ଜାଣିବାକୁ ଚାହୁଁଥିଲେ ଆପଣ ୯୫୧୩୮୫୦୦୦୮, ୯୫୧୩୮୫୦୦୨୫ କୁ କଲ କରିପାରିବେ । ମାତ୍ର ଏହି ନମ୍ବରକୁ ୩ ମଇ ରୁ ଆକ୍ଟିଭେଟ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.