ଜୁଇରୁ ଜୀଇ ଉଠିଲେ ୭୫ ବର୍ଷ ବୟସ୍କ ମହିଳା

ରାୟପୁର : ଛତିଶଗଡ଼ ରାୟପୁରରେ ଘଟିଛି ଏହି ଅଜବ ଘଟଣା । ଅବଶ୍ୟ ଏହା କୌଣସି ଅଲୌକିକ ଘଟଣା ନୁହେଁ । ଡାକ୍ତରଙ୍କ ଅବହେଳାର କାରଣ । ରାୟପୁରର ସବୁଠାରୁ ବଡ଼ ଡାକ୍ତରଖାନା ଆମ୍ବେଦକର ହସପିଟାଲରେ ଡାକ୍ତର ଜଣେ ୭୫ ବର୍ଷ ବୟସ୍କା ମହିଳାଙ୍କୁ ମୃତ ଘୋଷଣା କଲେ । ଏହାପରେ ତାଙ୍କ ସମ୍ପର୍କୀୟମାନେ ତାଙ୍କୁ କୋକେଇରୁ ନେଇ ସ୍ଥାନୀୟ ଗୋକୁଲଧାମ ଶ୍ମଶାନରେ ପହଞ୍ଚିଗଲେ। ମହିଳାଙ୍କୁ ଯେତେବେଳେ ଜୁଇ ବା ଚିତା ଉପରେ ଶୁଆଇ ଦିଆଗଲା ସେତେବେଳେ କେହି ଜଣେ ତାଙ୍କର ପଲ୍‌ସ ଚାଲୁଥିବା ଅନୁଭବ କଲେ । ଏକଥା ସେ କହିବାରୁ ସମସ୍ତେ ଭଲ କରି ଯାଞ୍ଚ କଲେ ଓ ଜଣାପଡ଼ିଲା ଯେ ମହିଳା ଜଣକ ବଞ୍ଚିଛନ୍ତି । ତେଣୁ ତୁରନ୍ତ ସେମାନେ ସେଠାରୁ ମହିଳାଙ୍କୁ ନେଇ ପୁଣି ଡାକ୍ତରଖାନାରେ ପହଞ୍ଚିଲେ ।

ଘଟଣାକୁ ନେଇ ଆରମ୍ଭ ହୋଇଗଲା ତୁମୁଳ କାଣ୍ଡ । ଡାକ୍ତରଙ୍କ ବିରୋଧରେ ଗର୍ଜିଲେ ମହିଳାଙ୍କ ସମ୍ପର୍କୀୟମାନେ । ତେବେ ବୁଝାଶୁଝା ପରେ ସମସ୍ତେ ଶାନ୍ତ ପଡ଼ିଥିଲେ । ମହିଳା ଜଣକ ଏବେ ଡାକ୍ତରଖାନାରେ ଚିକିତ୍ସା କରିବା ପାଇଁ ବାହାରେ ଲାଇନ୍‌ରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.