Categories: ରାଜ୍ୟ

ନିଆଳି: ସୋ ରୁମରେ ନୂଆ ସ୍କୁଟି ଭିତରୁ ବାହାରିଲା ନାଗସାପ, ପିଟିପିଟି ମାରିଦେଲେ ଲୋକେ

ନିଆଳି: ନୂଆ ସ୍କୁଟି ଭିତରୁ ବାହାରିଲା ନାଗସାପ । ସୋ ରୁମ୍ ଭିତରେ ଅଚାନକ ନାଗ ସାପକୁ ଦେଖି ସମସ୍ତେ ହୋଇଗଲେ ଭୟବୀତ । କଟକ ଜିଲ୍ଲା ନିଆଳି ବଜାରରେ ଦେଖିବାକୁ ମିଳିଛି ଏହି ଘଟଣା । ନିଆଳି ବଜାର ଉପରେ ଥିବା ୟାମାହା ସୋ ରୁମରେ ସମୁଦାୟ ୧୫ଟି ଦୁଇ ଚକିଆ ଗାଡି ଥୁଆ ହୋଇଥିବାବେଳେ ସେଥିରୁ ୭ଟି ସ୍କୁଟି ଗାଡି ଥିଲା । ସ୍ଥାନୀୟ ଅଞ୍ଚଳର ଜଣେ ଗ୍ରାହକ ଗାଡି କିଣିବା ପାଇଁ ସୋ ରୁମ୍ ଆସିଥିଲେ । ସେଠାରେ ଥିବା ସ୍କୁଟି ଗାଡି ଗୁଡିକ ପାଖକୁ ଯାଇ ଗାଡିର ରଙ୍ଗ ଏବଂ ମଡେଲ୍ ଦେଖିଥିଲେ ।

ସେହି ସମୟରେ ଗୋଟେ ନାଗ ସାପ ସ୍କୁଟି ତଳୁ ମୁଣ୍ଡ ବାହାର କରି ହଲାଇଥିଲା । ଯାହାକୁ ଦେଖିବାପରେ ପ୍ରଥମେ ଗ୍ରାହକ ଜଣଙ୍କ ଏନେଇ ସେଠାରେ ଉପସ୍ଥିତ ଥିବା ଅନ୍ଯ ଲୋକ ଏବଂ ମାଲିକ ଶେଖ୍ ହୋହାଲ୍ଲାଙ୍କୁ ଜଣାଇଥିଲେ । ଏହାପରେ ସାପଟିକୁ ଦେଖିବା ପାଇଁ ସେଠାରେ ଗହଳି ଜମିଥିଲା । କିଛି ସମୟ ପରେ ସାପଟି ଗାଡିରୁ ବାହାରି ବାହାରକୁ ପଳାଇଯାଇଥିଲା କିନ୍ତୁ ଉପସ୍ଥିତ କିଛି ଲୋକେ ତାକୁ ପିଟିପିଟି ମାରିଦେଇଥିଲେ ।

Sonalisa

Recent Posts

ପୁଣେ ପୋର୍ସେ କାର ଦୁର୍ଘଟଣା ମାମଲା: ନାବାଳକ ଅଭିଯୁକ୍ତର ମା’ ଗିରଫ, ରକ୍ତ ନମୁନା ବଦଳାଇଥିବା ଅଭିଯୋଗ

ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ନାବାଳକଙ୍କ ମା’ଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନାବାଳକ ମା' ଶିବାନୀ…

8 mins ago

ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି, ଉପକୂଳରେ ଅସହ୍ୟ ହେଉଛି ଗୁଳୁଗୁଳି

କେନ୍ୟୁଜ୍‌: ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଆକାଶରୁ ହେଉଛି ଅଗ୍ନିବର୍ଷା ।…

32 mins ago

ଗ୍ରାହକଙ୍କୁ ଆଶ୍ୱସ୍ତି, ମାସ ଆରମ୍ଭରୁ କମିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଦେଶରେ ଲୋକସଭା ନିର୍ବାଚନର ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି । ଭୋଟ ଚାଲିଥିବା ବେଳେ ଗ୍ରାହକଙ୍କୁ ଖୁସି କରିଦେଇଛନ୍ତି…

39 mins ago

ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ

କେନ୍ୟୁଜ୍‌: ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ୫୭ଟି…

1 hour ago

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

1 hour ago

ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ଡିଜେଲ ଓ ପେଟ୍ରୋଲ୍ ମୂଲ୍ୟ

ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…

2 hours ago