Below header

ନିଆଳି: ସୋ ରୁମରେ ନୂଆ ସ୍କୁଟି ଭିତରୁ ବାହାରିଲା ନାଗସାପ, ପିଟିପିଟି ମାରିଦେଲେ ଲୋକେ

ନିଆଳି: ନୂଆ ସ୍କୁଟି ଭିତରୁ ବାହାରିଲା ନାଗସାପ । ସୋ ରୁମ୍ ଭିତରେ ଅଚାନକ ନାଗ ସାପକୁ ଦେଖି ସମସ୍ତେ ହୋଇଗଲେ ଭୟବୀତ । କଟକ ଜିଲ୍ଲା ନିଆଳି ବଜାରରେ ଦେଖିବାକୁ ମିଳିଛି ଏହି ଘଟଣା । ନିଆଳି ବଜାର ଉପରେ ଥିବା ୟାମାହା ସୋ ରୁମରେ ସମୁଦାୟ ୧୫ଟି ଦୁଇ ଚକିଆ ଗାଡି ଥୁଆ ହୋଇଥିବାବେଳେ ସେଥିରୁ ୭ଟି ସ୍କୁଟି ଗାଡି ଥିଲା । ସ୍ଥାନୀୟ ଅଞ୍ଚଳର ଜଣେ ଗ୍ରାହକ ଗାଡି କିଣିବା ପାଇଁ ସୋ ରୁମ୍ ଆସିଥିଲେ । ସେଠାରେ ଥିବା ସ୍କୁଟି ଗାଡି ଗୁଡିକ ପାଖକୁ ଯାଇ ଗାଡିର ରଙ୍ଗ ଏବଂ ମଡେଲ୍ ଦେଖିଥିଲେ ।

snakeସେହି ସମୟରେ ଗୋଟେ ନାଗ ସାପ ସ୍କୁଟି ତଳୁ ମୁଣ୍ଡ ବାହାର କରି ହଲାଇଥିଲା । ଯାହାକୁ ଦେଖିବାପରେ ପ୍ରଥମେ ଗ୍ରାହକ ଜଣଙ୍କ ଏନେଇ ସେଠାରେ ଉପସ୍ଥିତ ଥିବା ଅନ୍ଯ ଲୋକ ଏବଂ ମାଲିକ ଶେଖ୍ ହୋହାଲ୍ଲାଙ୍କୁ ଜଣାଇଥିଲେ । ଏହାପରେ ସାପଟିକୁ ଦେଖିବା ପାଇଁ ସେଠାରେ ଗହଳି ଜମିଥିଲା । କିଛି ସମୟ ପରେ ସାପଟି ଗାଡିରୁ ବାହାରି ବାହାରକୁ ପଳାଇଯାଇଥିଲା କିନ୍ତୁ ଉପସ୍ଥିତ କିଛି ଲୋକେ ତାକୁ ପିଟିପିଟି ମାରିଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.