Below header

ବିଦେଶରେ ଶିକ୍ଷକ ସମ୍ପର୍କ କାର୍ଯ୍ୟକ୍ରମରେ ସାମିଲ ହେଲେ କୋରାପୁଟ ଯୁବକ, ସୂଚନା ଜାରି କଲା ଆମେରିକାର ସ୍ପେସ ଫାଉଣ୍ଡେସନ

ଉପାନ୍ତ ଅଞ୍ଚଳ କୋଟପାଡ଼ ସହରର ଜଣେ ଯୁବକ ଓଡ଼ିଶା ଏବଂ ଛତିଶଗଡ଼ ପାଇଁ ପ୍ରଥମ ଆମେରିକା କୋଲର୍ଡ଼ ସ୍ପ୍ରୀଂଗ୍ସ ସ୍ପେସ ଫାଉଣ୍ଡେସନ ଶିକ୍ଷକ ସମ୍ପର୍କ କାର୍ଯ୍ୟକ୍ରମ (TLP) ରେ ସାମିଲ ହୋଇ କୋରାପୁଟ ପାଇଁ ଗୋୖରବ ଆଣିଛନ୍ତି । ଏହି ସଫଳତା ପାଇଁ ଚାରିଆଡୁ ବିଶ୍ୱନାଥଙ୍କ ପାଖକୁ ପ୍ରସଂସାର ସୁଅ ଛୁଟୁଛି।

କୋରାପୁଟ ଜିଲ୍ଲା କୋଟପାଡ଼ ଭଳି ଉପାନ୍ତ ଅଞ୍ଚଳର ବିଶ୍ୱନାଥ ଆମେରିକାରୁ ମନୋନୀତ। କୋଟପାଡ଼ ଅଞ୍ଚଳର ବିଶ୍ୱନାଥ ଛତିଶଗଡ଼ ଦନ୍ତେବାଡା ସ୍ଥିତ ଆସ୍ଥା ବିଦ୍ୟା ମନ୍ଦିର ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ । ଆମେରିକା କୋଲର୍ଡ଼ ସ୍ପ୍ରୀଂଗ୍ସ ସ୍ପେସ ଫାଉଣ୍ଡେସନ ଶିକ୍ଷକ ସମ୍ପର୍କ କାର୍ଯ୍ୟକ୍ରମ(TLP) ୨୦୧୯ ରେ ସାମିଲ କରିବା ପାଇଁ ସମଗ୍ର ବିଶ୍ବରେ ୧୭ ଜଣ ଉତ୍କୃଷ୍ଟ ଶିକ୍ଷକଙ୍କୁ ଚୟନ କରାଯାଇଛି। ସେଥିମଧ୍ୟରୁ ଭାରତରୁ ୫ ଜଣ ଚୟନ ହୋଇଛନ୍ତି । ସବୁଠାରୁ ବଡ଼ କଥା ଓଡ଼ିଶା ଏବଂ ଛତିଶଗଡ଼ରୁ ଜଣେ ମାତ୍ର ଯୁବକ କୋଟପାଡ଼ ଅଞ୍ଚଳର ବିଶ୍ୱନାଥ ଚୟନ ହୋଇଛନ୍ତି।ଏହି ସୂଚନା ଦେଇଛନ୍ତି ସ୍ପେସ ଫାଉଣ୍ଡେସନ ଡିସ୍କବୋରି ସେଣ୍ଟର ଆମେରିକା ।ଶିକ୍ଷକଙ୍କୁ ଅନ୍ତରୀକ୍ଷ ଏବଂ ବିଜ୍ଞାନ ଶିକ୍ଷାର ସକ୍ରିୟ କର୍ଯ୍ୟ ପାଇଁ ମନୋନୀତ କରାଯାଇଛି। ସ୍ପେସ ଫାଉଣ୍ଡେସନ ଭାରତରୁ ଶକ୍ତିଶାଳୀ ଏବଂ ଗତିଶୀଳ ଶିକ୍ଷାଦାତା ଶ୍ରୀ ବିଶ୍ୱନାଥଙ୍କୁ ଶିକ୍ଷକ ସଂଘଠନ ଅଧିକାରୀ ଉଡାଣ ୧୬ – ୧୯ ପାଇଁ ମନନିତ ହୋଇଛନ୍ତି। ବିଶ୍ୱନାଥ ଜଣେ ମାତ୍ର ଶିକ୍ଷାଦାତା ଓଡିଶା ଏବଂ ଛତିଶଗଡ଼ ରାଜ୍ୟରୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଶିକ୍ଷକ ସଂଘଠନ ଅଧିକାରୀ ଭାବେ ବିବେଚିତ ହୋଇଛନ୍ତି।

koraput-ବିଶ୍ୱନାଥ ଜଣେ science technology, engineering, arts ଏବଂ innovation (STEAM) ସରକାରୀ ଏବଂ ବେସରକାରୀ ସଙ୍ଗଠନ ର ଆଜୀବନ ସଦସ୍ୟ ଅଟନ୍ତି । ବିଶ୍ୱନାଥ recognition award space foundation colardo USA ତରଫରୁ ୨୦୧୭ – ୧୮ ଏବଂ ୧୯ରେ ସମ୍ମାନିତ ହୋଇଛନ୍ତି ।ବିଶ୍ୱନାଥଙ୍କୁ Indian space research organization (ISRO) to witness the launch of PSLV-C48/RISAT-2BRI mission at SHAK Sriharikot ରୁ ନିମନ୍ତ୍ରଣ କରାଯାଇଛି। ସେହିପରି ଭାରତୀୟ ଅନ୍ତରାଷ୍ଟ୍ରୀୟ ବିଜ୍ଞାନ ମେଳା (IISF)୨୦୧୯ କଲିକତା ଠାରେ ଆୟୋଜିତ ଭାରତ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ video conference ରେ ଯୋଗ ଦେଇଥିଲେ ।

koraput1 ରିପୋର୍ଟ ଅନୁଯାୟୀ ବିଶ୍ୱନାଥ ହେଉଛନ୍ତି ଏକମାତ୍ର ଶିକ୍ଷକ ଯିଏ ଓଡିଶା ଏବଂ ଛତିଶଗଡ଼ ପକ୍ଷରୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ସ୍ପେସ ଫାଉଣ୍ଡେସନ ପକ୍ଷରୁ ମନୋନୀତ ହୋଇ କୋରାପୁଟ ସମେତ ସାରା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.