Below header

ଏୟାରପୋର୍ଟର ୱେଟିଂ ଏରିଆରେ ବସି ବସି ଅଶ୍ଳୀଳ ଢଙ୍ଗରେ ପରିସ୍ରା କଲେ ଯାତ୍ରୀ, ଦେଖନ୍ତୁ ଭାଇରାଲ ଭିଡିଓ

ଅନେକ ସମୟରେ ବିମାନ ଯାତ୍ରା ସମୟରେ ଅଜବ କଥା ସବୁ ଶୁଣିବାକୁ ମିଳେ। ଏମିତି ହିଁ ଏକ ଖବର ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଜଣେ ବ୍ୟକ୍ତି ଏକ ଏୟାରପୋର୍ଟ ଟର୍ମିନାଲରେ ଥିବା ୱେଟିଂ ଏରିଆରେ ବସି ସର୍ବସମ୍ମୁଖରେ ଅଶ୍ଳୀଳ ଢଙ୍ଗରେ ପରିସ୍ରା କରୁଛନ୍ତି। ସେଠାରେ ଉପସ୍ଥିତ କିଛି ଲୋକ ଏହାର ଭିଡିଓ ବନାଇ ଇଣ୍ଟରନେଟ୍‌ରେ ଭାଇରାଲ କରିଦେଇଛନ୍ତି।

ba22

ଭିଡିଓଟି ସୋସିଆଲ ମିଡିଆରେ ଛାଇଯିବା ପରେ ଏ ପଯ୍ୟର୍ନ୍ତ ସୁଦ୍ଧା ପାଖାପାଖି ୨୦ ଲକ୍ଷ ଲୋକ ଏହାକୁ ଦେଖିସାରିଲେଣି। ତେବେ ବ୍ୟକ୍ତି ଜଣକ କିଏ ଏବଂ ଭିଡିଓ କେଉଁ ଏୟାରପୋର୍ଟର, ତାହା ଜଣାପଡ଼ିନାହିଁ। କିନ୍ତୁ ଭିଡିଓଟିକୁ ବନାଇଥିବା ବ୍ୟକ୍ତିଙ୍କୁ ଏହା ବହୁତ ଖରାପ ଲାଗିଥିବା ସେ ଉଲ୍ଲେଖ କରିଛନ୍ତି। ସେ ଏହାକୁ ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ମଧ୍ୟ ଛାଡ଼ିଦେଇଛନ୍ତି।

ୱେଟିଂ ଏରିଆରେ ବସି ପରିସ୍ରା କରୁଥିବା ବ୍ୟକ୍ତିଙ୍କ ବୟସ ପାଖାପାଖି ୫୦ ବର୍ଷ ହେବ। ତାଙ୍କ ମୁଣ୍ଡରେ ଛୋଟ ଛୋଟ କେଶ ରହିଛି। ସେ ହଠାତ୍‌ ନିଜ ପ୍ୟାଣ୍ଟର ଜିପ୍‌ ଖୋଲି ଚେୟାର୍‌ରେ ବସି ବସି ପରିସ୍ରା କରିବାରେ ଲାଗୁଛନ୍ତି। ଏହାକୁ ଦେଖି ପାଖରେ ବସିଥିବା ଲୋକେ ଆଶ୍ଚଯ୍ୟର୍ ହୋଇଯାଉଛନ୍ତି। ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ବିଭିନ୍ନ କମେଣ୍ଟ ଦେବାରେ ଲାଗିଛନ୍ତି। କିଛି ଲୋକ କହିଛନ୍ତି, ‘ତାଙ୍କଠାରୁ ପଶୁମାନେ ବହୁତ ଭଲ। ସେମାନେ ବି ନିର୍ଦ୍ଦିଷ୍ଟ ଜାଗାକୁ ଯାଇ ପରିସ୍ରା କରିଥାଆନ୍ତି। ଏହି ବ୍ୟକ୍ତିଙ୍କୁ ଦେଖିବା ହିଁ ପାପ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.