ରାଜ୍ୟ

କରୋନା ବୁଝାଉଛି ସମ୍ପର୍କର ମୂଲ୍ଯ: ବୃଦ୍ଧାଙ୍କ ମୃତ୍ୟୁ ପରେ ମିଳିଲାନି ଚାରି କାନ୍ଧ, ଶେଷରେ ଜଟଣୀର କିଛି ଯୁବକ କଲେ ଶେଷକୃତ୍ୟ

ଖୋର୍ଦ୍ଧା(କେନ୍ଯୁଜ୍) : କରୋନା ଜଣାଇ ଦେଇଛି ସମ୍ପର୍କର ମୂଲ୍ଯ। କେତେବେଳେ କାହା ସହିତ ସମ୍ପର୍କ ଯୋଡୁଛି ତ କେତେବେଳେ ସମ୍ପର୍କ ଭାଙ୍ଗୁଛି। ଏଭଳି ପରିସ୍ଥିତିରେ ନିଜ ଲୋକ ବି ଦୁଃଖ ସମୟରେ ପାଖରେ ଠିଆ ହେବା ପାଇଁ କୁଣ୍ଠାବୋଧ କରୁଥିବାବେଳେ, ଅନ୍ଯପଟେ ସେହି ସ୍ଥାନରେ ଅଚିହ୍ନା ଅପରିଚିତ ବ୍ଯକ୍ତି ଆସି ସହାୟତାର ହାତ ବଢାଉଛନ୍ତି । ତେବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାରେ । ସାରା ବିଶ୍ବ ମହାମାରୀ ପ୍ରଭାବରେ ପ୍ରଭାବିତ ହୋଇଥିବାବେଳେ, ଏଥିରୁ ବାଦ୍ ପଡିନି ଆମ ରାଜ୍ଯ। ଏବେ ଆମ ରାଜ୍ଯର ଖୋର୍ଦ୍ଧା ଜିଲ୍ଲା ରହିଛି ହଟସ୍ପଟରେ। ଏହି ସମୟରେ ଜଟଣୀର କିଛି ଯୁବକ ଦେଖାଇଛନ୍ତି ମାନବିକତା । ପାଖରେ ଠିଆ ହୋଇ ବଢ଼େଇଛନ୍ତି ସାହାଯ୍ୟର ହାତ ।

ଏମିତି ଏକ ଘଟଣା ଏବେ ଜଟଣୀରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପଲଟିଛି। ସୂଚନା ଅନୁଯାୟୀ, ଜଟଣୀ ବାଲି ଛକ ସାହିର ୮୫ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ହେଲେ ଅନ୍ତିମ ସଂସ୍କାର ପାଇଁ ତାଙ୍କୁ ମିଳିଲାନି ଚାରି କାନ୍ଧ। ମୃତ୍ୟୁ ଖବର ଶୁଣି କେହି ବି ଆସିନଥିଲେ ତାଙ୍କ ପାଖକୁ। ନିଜ ରକ୍ତ ସମ୍ପର୍କୀୟ ମଧ୍ଯ ପାଖ ମାଡି ନଥିଲେ। ଯାହାର କାରଣ ଥିଲା କରୋନା ମହାମାରୀ। ଉକ୍ତ ବୃଦ୍ଧାଙ୍କ ପୁଅ ବୋହୂ କରୋନା ପଜେଟିଭ ହୋଇ ଘରେ ସଙ୍ଗରୋଧରେ ରହୁଥିବାରୁ ମହିଳାଙ୍କୁ ମଧ୍ୟ କରୋନା ସଂକ୍ରମଣ ହୋଇଥିବା ଭାବି କେହି ପାଖ ମାଡ଼ି ନଥିଲେ।

ବୃଦ୍ଧା ମଧ୍ଯ କରୋନା ସଂକ୍ରମିତ ହୋଇଥିବା ଅନୁମାନ କରି ପରିବାର ଲୋକ ଅନ୍ତିମ ସଂସ୍କାର ପାଇଁ ଜଟଣୀ ପୋୖର ପରିଷଦ ସହ ଯୋଗାଯୋଗ କରିଥିଲେ। କିନ୍ତୁ ପଜେଟିଭ ରିପୋର୍ଟ ନଥିବାରୁ ସେଠାରୁ ମଧ୍ଯ କିଛି ସାହାଯ୍ୟ ମିଳିପାରିନଥିଲା । ଓଲଟି ସଫା ସଫି ଭାବେ ମନା କରିଦେଇଥିଲେ ପୋୖର କର୍ମଚାରୀ। ଏହା ପରେ ଜଟଣୀ ବାଲିଛକ ସାହିର ଚିତ୍ରଶିଳ୍ପୀ ଚିମ୍ପୁ ମିଶ୍ର ଓ ତାଙ୍କ ୩ଜଣ ସାଙ୍ଗ ଆଗେଇ ଆସିଥିଲେ ଶବ ସତ୍କାର ପାଇଁ। ନିରାପତ୍ତା ଦୃଷ୍ଟିରୁ ପିପିଇ କିଟ୍ ଦେବା ପାଇଁ ବହୁ ଅଧିକାରୀଙ୍କୁ କହିଥିଲେ କିନ୍ତୁ କେଉଁଠାରୁ ମିଳିନଥିଲା ସହାୟତା । ଶେଷରେ ହାତରେ ଗ୍ଲୋବସ୍ ଆଉ ମୁହଁରେ ମାସ୍କ ପିନ୍ଧି ଉକ୍ତ ବୃଦ୍ଧାଙ୍କୁ ଘରୁ କାଢି ସ୍ଥାନୀୟ ଶ୍ମଶାନରେ ଶବ ସତ୍କାର କରିଥିଲେ। ଚିମ୍ପୁ ଓ ତାଙ୍କ ସାଙ୍ଗ ମାନଙ୍କ ଏଭଳି ମାନବିକତା କାର୍ଯ୍ୟ ପାଇଁ ସୋସିଆଲ ମିଡିଆରେ ଛୁଟିଛି ଶୁଭେଚ୍ଛାର ବାର୍ତ୍ତା ।

 

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago