ରାଜ୍ୟ

ଜାତିଆଣ ମନୋଭାବ ପାଇଁ ଶବ ଛୁଇଁଲେନି ଗାଁ ଲୋକେ, କୋକେଇକୁ ଘୋଷାରି ଘୋଷାରି ଶ୍ମଶାନ ନେଲା ପୁଅ

ଜୟପୁର(କେନ୍ୟୁଜ୍):  ଭୁଲ ହେଇଗଲା ଅନ୍ୟ ଜାତିରେ ଖାଇବା, ଆଉ  ସେଥିପାଇଁ ଘର ଆଗରୁ ଉଠିଲାନି ଶବ ଓ  ଆସିଲେନି ଗାଁ ଲୋକେ  । ଶେଷରେ ଶବକୁ ଘୋଷାରି ଘୋଷାରି ନେଲା ପୁଅ । ଏମିତି କିଛି ଘଟଣା ଘଟିଛି ଜୟପୁର ବୈରାଗି ମଠ ଗାଁରେ।  ବୈରାଗୀ ମଠ ଗାଁରେ ଛୁଆଁ ଅଛୁଆଁ ଆଗରେ ମାନବିକତା ମଧ୍ୟ ହଜିଯାଇଛି।

ମୃତ ବୃଦ୍ଧା ମୁକ୍ତା ପରଜାଙ୍କ  ପୁଅ ମଙ୍ଗଳା ପରଜା ଅନ୍ୟ ଜାତିର ଘରେ ଛମାସ ତଳେ ଖାଇଥିଲେ। ଫଳରେ ଗ୍ରାମବାସୀ ମାନେ ମଙ୍ଗଳାର ପରିବାର ବାରଣ କରି ଭୋଜିଭାତରେ ବି ସାମିଲ କରୁ ନଥିଲେ । ଆଉ ଆଜି ମୁକ୍ତାଙ୍କ ମା ମୃତ୍ୟୁ ବରଣ କରିବାରୁ ଶବକୁ ଛୁଇଁ ନଥିଲେ ଆଉ ମୁକ୍ତାକୁ ମିଳିନଥିଲା ଚାରିକାନ୍ଧ । ଶେଷରେ ପୁଅ ମଙ୍ଗଳା ଶବର କୋକେଇକୁ ରାସ୍ତାରେ ଘୋଷାଡି ଘୋଷାଡି ନେଉ ଥିବାବେଳେ ବୋହୁ  କୁନି ମିଶି ଶବକୁ ଧରି ଶ୍ମଶାନକୁ ନେଇଥିଲେ। ଏମିତିକି ବୋହୁ ମଧ୍ୟ କୋକେଇକୁ ଧରି ପାରୁନଥିଲେ ଆଉ ରାସ୍ତାରେ ଶବଟି ବାର ବାର ପଡୁଥିଲା । ସମୟ ଅନୁସାରେ ଦେଶ କେତେ ଆଗକୁ ଯାଇଥିଲେ ମଧ୍ୟ ଏଭଳି ଅନ୍ଧବିଶ୍ୱାସର ପରିଣତି ସମସ୍ତଙ୍କୁ ଚକିତ କରିଛି । ଏସବୁ ଉପରେ ରୋକ ଲାଗିବା ଆବଶ୍ୟକ ନୁହେଁ କି?  କାରଣ ଯଦି ଏଭଳି ଅନ୍ୟ ଜାତି ଘରେ ଖାଇବା ଯୋଗୁଁ ଶବକୁ ସମ୍ମାନ ମିଳିବନି ତେବେ ଆମେ କେମିତି କହିବା ଆମେ ଉନ୍ନତ ମଣିଷ ବୋଲି?

KNews Bureau

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

30 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

41 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

54 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

57 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago