Categories: ରାଜ୍ୟ

ପୁଅ ପାଇଁ ଅଲୋଡା ମା’ : ହାଡଭଙ୍ଗା ଶୀତ ରାତିରେ ଘରୁ ତଡି ଦେଲା ଅଲାଜୁକ ପୁଅ, ଭିଡିଓ ହେଲା ଭାଇରାଲ୍

କେନ୍ୟୁଜ୍ : ଅଲୋଡା ମା’ । ମା’ ସିନା ଜାଣେ ପିଲାର ମନ କଥା ହେଲେ ପିଲା କଣ ସତରେ ଜାଣିପାରେନି ମା’ର ବେଦନା । ଯିଏ ନିଜର ଗର୍ଭ ଯନ୍ତ୍ରଣାକୁ ଖାତିର ନକରି ଏହି ଦୁନିଆକୁ ନୂଆ ଜୀବନଟିଏ ଆଣିଦିଏ, ଦୁଃଖ ଯନ୍ତ୍ରଣା ସହି ଯୋଉ ମା’ ଛୋଟରୁ ବଡ କରି ମଣିଷଟିଏ ଗଢି ତୋଳିଥାଏ ସେହି ମା’ର କଣ କିଛି ସ୍ଥାନ ନାହିଁ? ଏହି ପ୍ରଶ୍ନ ସେହି ଅଲାଜୁକ ପୁଅ ମାନଙ୍କୁ ଯିଏ ମା’ର ପଣତର ମୂଲ ବୁଝିପାରିନାହାନ୍ତି ହେଲେ ସ୍ତ୍ରୀର ବୋଲକୁ ଠିକ୍ ଭାବେ ବୁଝିପାରିଛନ୍ତି ।

ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯେଉଁଠି ମା’ର ଲୁହ ଆଖିରୁ ଗଡି ଦାଣ୍ଡରେ ଆସି ପଡିଛି । ହେଲେ ମା’ର ସେହି କୂଳନନ୍ଦନକୁ ମା ଆଖିର ଲୁହ ଦେଖାଯାଉନି । ହାଡଭଙ୍ଗା ଶୀତୁଆ ରାତିରେ ମା’କୁ ତଡିଦେଇଛି ପୁଅ । କାରଣ ଦୁଇ ପୁଅ ଭିତରେ ଭାଗ ବଣ୍ଟା ହେଇଛି ମା’ର ରହଣୀକୁ ନେଇ । ମା’କୁ ରଖିବାର ପାଳି ସରିଯିବାରୁ ଘର ବାହାରକୁ ଅଳିଆ ଫୋପାଡିବା ଭଳି ମା’କୁ ଫୋପାଡିଦେଇ ତାଲା ପକାଇଦେଇଛି ଏହି ପୁଅ । ବ୍ରହ୍ମପୁର ଅନନ୍ତନଗରର ଏହି ଘଟଣାର ଭିଡିଓ ଏବେ ଭାଇରାଲ ହୋଇଛି ।

ଅନ୍ୟ ମା’ ମାନଙ୍କ ଭଳି ଏହି ବୃଦ୍ଧା ମା’ ବି ଆଶା କରିଥିଲା, ପୁଅମାନେ ବୃଦ୍ଧକାଳରେ ସାହାରା ହେବେ । ସାହାରା ହେବା ଦୂରର କଥା ଚାଖଣ୍ଡେ ଜାଗା ନାହିଁ ପୁଅ ପାଖରେ ମା’କୁ ରଖିବା ପାଇଁ । ଏହି ମା’ର କୋହଭରା କାନ୍ଦ ପୁଅକୁ ଶୁଭିନଥିଲେ ବି ପାଖରେ ଥିବା ଜଣେ ପଡୋଶୀଙ୍କୁ ଆତ୍ମବିଭୋର କରିଦେଇଥିଲା । ସେ ଘଟଣା ସ୍ଥଳରେ ତୁରନ୍ତ ପହଁଚି ବୃଦ୍ଧା ମା’କୁ ବାହାରେ ଛାଡି ଦେଇ ଘର ଭିତରୁ ତାଲା ପକାଇ ଦେଇଥିବା କୁଳାଙ୍ଗାର ପୁଅ ବୋହୂଙ୍କୁ ଉଚିତ୍ ବାଣୀ ଶୁଣାଇଥିଲେ । ବୋହୂକୁ ନିଜ ମା’ ଏବଂ ଭାଇର ସମ୍ପର୍କକୁ ବୁଝାଇବାକୁ ଚେଷ୍ଟା କରିଥିଲେ । ମା’କୁ ରାତି ଅଧରେ ଘରୁ ବାହାର କରିଦେଇଥିବା ପୁଅକୁ ମା’କୁ ଭାଗ କରାଯାଏନା ବୋଲି ପଡିଶା ଲୋକ ଜଣଙ୍କ ଶିକ୍ଷା ଦେଇଥିଲେ । ଆଉ ଏହାପରେ ଇଚ୍ଛା ନଥିଲେ ମଧ୍ୟ ଜାଳିଶୁଣି ମା’କୁ ଘରକୁ ନେଇଥିଲା ପୁଅ । ହେଲେ କଣ ସେହି ପୁଅ ଡେରିରେ ହେଉ ପଛେ ମା’ର ସ୍ନେହ, ମମତାର ମୂଲ୍ୟ ବୁଝିବ? ଏହା ସମସ୍ତଙ୍କ ମନରେ ଏକ ପ୍ରଶ୍ନ ।

Sonalisa

Recent Posts

କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି : ସୁରେଶ ରାଉତରାୟ

କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି ।  କେଵଳ କନ୍ଧମାଳ କାହିଁକି ଭୁବନେଶ୍ୱରର ମର୍ଯ୍ୟାଦା ବଢ଼ିବାରେ…

20 mins ago

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଟିମ୍‌ ଉପରକୁ ଉଗ୍ରବାଦୀଙ୍କ ଗୁଳିମାଡ଼, ୨ ଯବାନ ଆହତ

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂଙ୍କ ସୁରକ୍ଷା ଟିମ୍‌ ଉପରକୁ ଗୁଳିମାଡ଼ । ସନ୍ଦିଗ୍ଧ ଉଗ୍ରବାଦୀମାନେ ଏହି ଗୁଳିମାଡ଼ କରିଥିବା…

1 hour ago

କଟକ ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର

କଟକ ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର । ଜଣେ ଅଭିଜ୍ଞ, ବରିଷ୍ଠ ସାଂସଦ ହେଉଛନ୍ତି କଟକ ସାଂସଦ…

1 hour ago

ତୀର୍ଥଯାତ୍ରୀ ବସ୍‌ ଉପରେ ଆତଙ୍କୀ ଆକ୍ରମଣ : ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ; ସ୍ଥିତି ଉପରେ ଲଗାତାର ନଜର

ଜମ୍ମୁ କଶ୍ମୀର ରିଆସି ଜିଲ୍ଲାରେ ତୀର୍ଥଯାତ୍ରୀ ବସ୍‌ ଉପରକୁ ଆତଙ୍କବାଦୀ ଆକ୍ରମଣ କରିବା ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା…

1 hour ago

ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ସମ୍ବଲପୁର ସହର, ବରଯାତ୍ରୀ ମାତା ପାର୍ବତୀଙ୍କ ପିତ୍ରାଳୟ ଅଭିମୁଖେ ଗମନ କରିବେ

ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ସମ୍ବଲପୁର ସହର  l ଆଜି ମଧ୍ୟ ରାତ୍ରରେ ଦେବ ଦେବ ମହାଦେବଙ୍କ ବରଯାତ୍ରୀ…

2 hours ago

ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ପ୍ରଥମ ନିଷ୍ପତ୍ତି, ଚାଷୀଙ୍କ ପାଇଁ ଜାରି କଲେ ୨୦,୦୦୦ କୋଟି ଟଙ୍କା

ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପିଏମ୍‌ ନରେନ୍ଦ୍ର ମୋଦି ନିଜର ପ୍ରଥମ ନିଷ୍ପତ୍ତି…

2 hours ago