ରାଜ୍ୟ

ବୃଦ୍ଧ ବାପାକୁ କଲବଲ କରି ହାଣିଲା ପୁଅ, ଶବକୁ ଲୁଚାଇଲା ବିଲରେ

ସୁବର୍ଣ୍ଣପୁର (କେନ୍ୟୁଜ) : ଏ କଳିଯୁଗରେ ଆଉ କଣ କଣ ସବୁ ଦେଖିବାକୁ ମିଳିବ। ସତରେ କଣ ଦିନକୁ ଦିନ ମଣିଷ ଭୁଲିଯାଉଛି ମାନବିକତା। ଛୋଟରୁ ବଡ ଯାଏ ବଢ଼େଇ କୁଢ଼େଇ ଗଢ଼ି ତୋଳିଥିବା ବାପାକୁ ଏଠି ମାରିବାକୁ ପଛାଉନାହିଁ ପୁଅ। ଏଠି ରକ୍ତ ଚିନ୍ହୁନି ରକ୍ତକୁ, ନିଜ ଜନ୍ମକଲା ବାପାକୁ ମାରୁଛି କୁଳାଙ୍ଗାର ପୁଅ। ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ଜଣାଇବୁ ଯାହାକୁ ଶୁଣି ଆପଣଙ୍କ ପାଦତଳୁ ମାଟି ଖସିଯିବ। ଆପଣ ଏକଥାକୁ ବିଶ୍ୱାସ ବି କରିପାରିବେନି। ବୃଦ୍ଧ ବାପାକୁ ଧାରୁଆ ଅସ୍ତ୍ରରେ ହାଣି ପକାଇଛି ପୁଅ। ଆଉ ପ୍ରମାଣ ଲୁଚେଇବାକୁ ଯାଇ ବାପାର ମୃତଦେହକୁ ନେଇ ଗୋପନରେ ଗାଁ ବିଲରେ ପୋତି ଦେଇଛି।

ଏମିତି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ମହଦା ଗ୍ରାମ ପଂଚାୟତ ଅନ୍ତର୍ଗତ ପାଲିଗାଁରେ । ଘରୋଇ କଳହକୁ କେନ୍ଦ୍ରକରି ଗାଁର ରାଜୁ ତସା ତାଙ୍କ ବାପା ସୁରଲୀ ତସାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ବୃଦ୍ଧ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା । ହତ୍ୟାକାଣ୍ଡ ପରେ ପ୍ରମାଣ ନଷ୍ଟ କରିବାକୁ ରାଜୁ ଏବଂ ପରିବାର ସଦସ୍ୟ ମିଶି ମୃତକଙ୍କ ଶବକୁ ନିକଟ ନାଳରେ ପୋତିଦେଇଥିଲେ ।

ତେବେ ବୀରମହାରାଜପୁର ପୋଲିସ ଖବର ପାଇ ରାତିତମାମ ପାଲିଗାଁର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲା । ତେବେ ଆଜି ସକାଳୁ ପୋଲିସ ମୃତକର ଶବକୁ ନାଳରେ ପୋତାଯାଇଥିବା ନେଇ ଖବର ପାଇଥିଲା । ଯାହାପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନାଳରୁ ଖୋଳି ଶବକୁ ବାହାର କରାଯାଇଛି । ସେପଟେ ହତ୍ୟାକାରୀକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

 

Pritiparna

Recent Posts

ରକ୍ତ ଚନ୍ଦନ ପ୍ୟାକ୍‌ ମୁହଁରୁ ଦାଗ ଦୂର କରିବାରେ ଅନେକ ସାହାଯ୍ୟ କରେ, ଏହି ୨ଟି ଉପାୟରେ କରନ୍ତୁ ବ୍ୟବହାର ସମସ୍ୟାରୁ ମିଳିବ ମୁକ୍ତି

ଚନ୍ଦନ କାଠର ଉପକାରିତା ବିଷୟରେ ଆପଣ ସମସ୍ତେ ଜାଣିଥିବେ । ଏହା ସମସ୍ତ କାମ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ…

30 mins ago

ରାଜସ୍ଥାନରୁ ଚୋରା ଚାଲାଣ କରି ଅଣାଯାଇଥିବା ୧୯ ଓଟ ଜବତ, ୪ ଆନ୍ତଃରାଜ୍ୟ ବେପାରୀ ଗିରଫ

ବିହାରର ଗୋପାଳଗଞ୍ଜରେ ଓଟ ଚୋରା ଚାଲାଣ କରୁଥିବା ଏକ ବଡ଼ ର‍୍ୟାକେଟ୍‌ ଧରାପଡ଼ିଛି । ପୋଲିସ ଏଠାରେ ଚଢ଼ାଉ କରି…

34 mins ago

ସ୍ୱାଧିନତାର ଏତେ ବର୍ଷ ପରେ ବି ଏ ଗାଁକୁ ପହଂଚି ପାରିନାହିଁ ସରକାରୀ ଯୋଜନା

ସୁବର୍ଣ୍ଣପୁର (କେନ୍ୟୁଜ) : ବଦଳିଛି ଯୁଗ ଆଉ ବଦଳିଛି ସମୟ । ହେଲେ ସ୍ୱାଧିନତାର ଏତେ ବର୍ଷ ପରେ ବି…

47 mins ago

ପ୍ରତିଶୃତି ଦେଇ ଘର ବନାଇଦେଲେ କିନ୍ତୁ ଦେଲେନି ଆବାସ ଟଙ୍କା, ଏବେ ହତାଶ ହିତାଧିକାରୀ

ସୁବର୍ଣ୍ଣପୁର (କେନ୍ୟୁଜ) : ଗରିବଙ୍କ ମୁଣ୍ଡ ଗୁଂଜିବାକୁ ସରକାରୀ ତରଫରୁ ରହିଛି ଇନ୍ଦିରା ଆବାସ, ମୋ କୁଡିଆ ଏବଂ ପ୍ରଧାନମନ୍ତ୍ରୀ…

59 mins ago

ବଢ଼ିବାରେ ଲାଗିଛି ସାଇବର ଠକଙ୍କ ପ୍ରାଦୁର୍ଭାବ, ସଫ୍ଟୱେୟାର ଇଞ୍ଜିନିୟରଙ୍କ ଠାରୁ ଲୁଟିନେଲେ ୧୫ ଲକ୍ଷ

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସାଇବର ଠକଙ୍କ ପ୍ରାଦୁର୍ଭାବ । ଆଜିକାଲି ଯୁଗରେ ଅନେକ ସମୟରେ ଜନସାଧାରଣ ସାଇବର…

1 hour ago

ବଢିବାରେ ଲାଗିଛି ମେଡ୍‌ ଇନ୍‌ ଇଣ୍ଡିଆ ଆଇଫୋନ୍‌ର ଚାହିଦା, ଦୁଇଗୁଣା ହୋଇଛି ଏକ୍ସପୋର୍ଟ ହାର

ଭାରତରେ ତିଆରି ଆଇଫୋନ୍ ସାରା ବିଶ୍ୱରେ ବହୁତ ଚାହିଦା ରହିଛି । ତେବେ ଏପ୍ରିଲ୍ ଏବଂ ମେ ମାସରେ ଭାରତରୁ…

1 hour ago