Categories: ରାଜ୍ୟ

୧୫ବର୍ଷରୁ ଅଧିକ ସମୟ ଧରି ବାପା-ମା’ଙ୍କୁ ବନ୍ଦୀ କରି ରଖିଛି ପୁଅ, କାରଣ ଜାଣିଲେ ହୋଇଯିବେ ଭାବପ୍ରବଣ

ସୁନ୍ଦରଗଡ: ପିଲା ଛୋଟବେଳେ ଦୁଷ୍ଟ ହେଲେ ବାପା ମା ବେଳେବେଳେ ଆକଟ କରିବା ପାଇଁ ତା ଗୋଡକୁ ଖଟ ବା ଚେୟାରରେ ବାନ୍ଧି ଦେଇଥାନ୍ତି । ଯେପରି ଛୁଆଟି ଡରରେ ଦୁଷ୍ଟାମୀ ନ କରିବ । ହେଲେ ଆଜି ଏମିତି ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ପୁଅ ତା ବାପା ମାଙ୍କୁ ବାନ୍ଧି ଘରେ ତାଲା ପକାଇ ପ୍ରତିଦିନ ଚାଲିଯାଉଥିବାର ଦେଖିବାକୁ ମିଳିଛି । ଘଟଣାଟି ହେଉଛି ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ବ୍ଳକ୍ କୁଲାବିରା ଗ୍ରାମର । ଯେଉଁଠାରେ ଅଭାବ, ଅନାଟନ ଆଉ ଦାରିଦ୍ରତା ଆଗରେ ବଳି ପଡିଯାଇଛି ମାନବିକତା । ଏଠାରେ କୌଣସି ଅନ୍ଯ କାରଣ ନୁହେଁ ବରଂ ବାଧ୍ୟ ହୋଇ ଗୋଟେ ପୁଅକୁ ଏପରି କରିବାକୁ ପଡୁଛି ।

ଗୋଟେ ଭଙ୍ଗା ଦଦରା କୁଡିଆ। ଏହି କୁଡିଆରେ ରୁହନ୍ତି ୪ ପ୍ରାଣୀ। ଏମାନଙ୍କ କରୁଣ ଦୁଃଖକୁ ଆଖିରେ ନଦେଖିଲେ ବିଶ୍ବାସ କରିବା କଷ୍ଟ । ଖେଲାନନ୍ଦ ଓ ଦେବକୀଙ୍କ ପାଇଁ ସାହାରା ପାଲଟିଛନ୍ତି ତାଙ୍କର ୧୯ ବର୍ଷର ଏହି ବଡପୁଅ ପରମେଶ୍ବର।  ଉଭୟ ଖେଲାନନ୍ଦ ଓ ଦେବକୀ ମାନସିକ ଭିନ୍ନକ୍ଷମ। ବାପା ମା କାଳେ କୁଆଡେ ଚାଲିଯିବେ ତେଣୁ ଛାତିକୁ ପଥର କରି ବାଧ୍ୟ ହୋଇ ଉଭୟଙ୍କୁ ଘର ଭିତରେ ବନ୍ଦ କରି ପ୍ରତିଦିନ ସକାଳୁ ବାହାରିଯାନ୍ତି କାମକୁ । ସେଥିରୁ ଯାହା ମିଳେ ସେଥିରେ ପରିବାର ଚଳେ । ଗୋଟିଏ ବଖରା ଘରେ ରନ୍ଧା ଠାରୁ ଆରମ୍ଭ କରି ଶୋଇବା ।

ସାନ ଭାଇ ଗାଇ ଚରାଉଥିବାବେଳେ ଘରର ସମ୍ପୂର୍ଣ୍ଣ ଦାୟିତ୍ବ  ବଡପୁଅ ପରମେଶ୍ବରଙ୍କ ଉପରେ । ପରମେଶ୍ବର ଘର ଖଣ୍ଡିଏ ପାଇଁ ଅନେକ ବାର ଆବେଦନ କରିଛନ୍ତି । ହେଲେ ଫଳ ଶୂନ । ଅନ୍ୟପଟେ ବାପା ମାଙ୍କ ଆଧାର କାର୍ଡ ନଥିବାରୁ ସେମାନଙ୍କୁ କୌଣସି ଭତ୍ତା ମଧ୍ୟ ମିଳିପାରୁନାହିଁ । ଫଳରେ ସମସ୍ୟାରେ ଜର୍ଜରିତ ଏହି ପରିବାର ସମସ୍ତ ସରକାରୀ ସୁବିଧାରୁ ଅନେକ ଦୂରରେ। ଖେଲାନନ୍ଦ ଓ ଦେବକୀଙ୍କୁ ଗ୍ରାମବାସୀ କାହିଁ କେତେ ବର୍ଷରୁ ଦେଖିନାହାନ୍ତି । ତେବେ ଦାରିଦ୍ରଦୂରିକରଣ ପାଇଁ ସରକାର ଅନେକ ଯୋଜନା ପ୍ରୟଣନ କରିଥିବାବେଳେ ଏହିଭଳି ପରିବାର ସହାୟତା ପାଇବାରୁ ପଞ୍ଚିତ ହୋଇଥିବା ନେଇ ଆମେ ଲେଫ୍ରିପଡା ବ୍ଳକ୍ ପ୍ରଶାସନର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ। ହେଲେ ସେ କ୍ୟାମେରା ଆଗରେ କିଛି କହିବାକୁ ମନାକରିଦେଇଥିଲେ ।

ବ୍ଳକ୍ ଅଧକ୍ଷାଙ୍କୁ ପଚାରିବାକୁ ତାଙ୍କ ପାଟି ଯେପରି ଖନି ମାରଯାଉଥିଲା ଆଉ ସେ ଦାୟିତ୍ବହୀନତା ଭଳି ମନ୍ତବ୍ୟ ଦେଇଥିଲେ । ତେବେ ପ୍ରାୟ ୧୫ବର୍ଷ ଧରି ସୂର୍ଯ୍ୟ ଦେଖିନଥିବା ଏହି ମାନସିକ ଭିନ୍ନକ୍ଷମ ଘରେ ବନ୍ଦି ପ୍ରାୟ ଜୀବନ ବିତାଉଥିବାବେଳେ ଏହି ପରିବାରକୁ ସରକାରୀ ସହାୟତା ମିଳିଲେ ଏମାନେ ଅନ୍ତତଃ ବଞ୍ଚିଯାନ୍ତେ ବୋଲି ଗ୍ରାମବାସୀ ନିବେଦନ କରିଛନ୍ତି ।

ସୁନ୍ଦରଗଡ କୁଲାବିରାରୁ ଦେବବ୍ରତ ଜେନାଙ୍କ ରିପୋର୍ଟ,କେନ୍ୟୁଜ୍

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago