ବ୍ୟାଙ୍କ ଆକାଉଣ୍ଟରେ ନିଜ ଟଙ୍କା ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତ କାଲି ସୁଦ୍ଧା କରନ୍ତୁ ଏହି ସବୁ କାମ, ନଚେତ ପଡିପାରେ ମହଙ୍ଗା

ବର୍ଷର ଶେଷ ମାସ ଅର୍ଥାତ ଡିସେମ୍ବର ଆସିବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଡିସେମ୍ବର ଆସିବା ପୂର୍ବରୁ ଅର୍ଥାତ ୩୦ ନଭେମ୍ବର ସୁଦ୍ଧା ଆପଣଙ୍କୁ କିଛି ଜରୁରୀ କାମ ସାରିବାକୁ ପଡିବ। ଯଦି ଆପଣ ଏମିତି କରୁନାହାନ୍ତି ତେବେ ଆପଣଙ୍କ ଟଙ୍କା ବୁଡିଯାଇପାରେ ଏବଂ ଆପଣଙ୍କ ପର୍ସ ଉପରେ ଏହାର ପ୍ରଭାବ ପଡିବାର ମଧ୍ୟ ଆଶଙ୍କା ରହିଛି। ତେବେ ଆସନ୍ତୁ ଜାଣିବା କଣ ସେହି ଜରୁରୀ କାମ ଯାହାକୁ ୩୦ ନଭେମ୍ବର ପୂର୍ବରୁ ନିଶ୍ଚୟ ସାରିଦେବା ଉଚିତ।

ପେନସନଧାରଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଖବର

ଯଦି ଆପଣ ଦେଶର ସବୁଠାରୁ ବଡ ବ୍ୟାଙ୍କ୍‌ ଏସିବିଆଇର ପେନସନଧାରକ ଅଟନ୍ତି ତେବେ ୩୦ ନଭେମ୍ବର ପର୍ଯ୍ୟନ୍ତ ଆପଣଙ୍କୁ ଜୀବିତ ଥିବାର ପ୍ରମାଣ ପତ୍ର ବା ଲାଇଫ୍‌ ସାର୍ଟିଫିକେଟକୁ ଜମା କରିବାକୁ ହେବ। ପେନସନ୍‌ ଧାରକଙ୍କୁ ପ୍ରତି ବର୍ଷ ଏହି ସାର୍ଟିଫିକେଟ ଦେବାକୁ ପଡିଥାଏ। ଯଦି ଆପଣ ୩୦ ନଭେମ୍ବର ସୁଦ୍ଧା ଏହି ସାର୍ଟିଫିକେଟ ଜମା କରୁନାହାନ୍ତି ତେବେ ଆପଣଙ୍କ ପେନସନ୍‌ ବନ୍ଦ ହୋଇଯାଇପାରେ। ଏହି ସାର୍ଟିଫିକେଟକୁ ଆପଣ ଏସିବିଆଇ ବ୍ୟାଙ୍କର ବ୍ରାଞ୍ଚ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ଅନଲାଇନରେ jeevanpraman.gov.in ୱେବସାଇଟରେ ବି ଜମା କରିପାରିବେ। ଏହାବ୍ୟତୀତ ଉମଙ୍ଗ ଆପ୍‌ ଜରିଆରେ ଲାଇଫ୍‌ ସାର୍ଟିଫିକେଟକୁ ମଧ୍ୟ ଜମା କରିପାରିବେ।

ଏଲଆଇସି ଗ୍ରାହକଙ୍କ ପାଇଁ ଜରୁରୀ ଖବର

ଯଦ ଆପଣ ଭାରତୀୟ ଜୀବନ ବିମା ନିଗମ ବା ଏଲଆସିର ପଲିସିଧାରକ ଅଟନ୍ତି ତେବେ ୫ ବର୍ଷ ପର୍ଯ୍ୟନ୍ତ ଲ୍ୟାପ୍ସ ହୋଇସାରିଥିବା ପଲିସିକୁ ରିଭାଇଜ୍‌ କରିବାକୁ ହେବ। ଏହାର ଡେଡଲାଇନ୍‌ ୩୦ ନଭେମ୍ବର ରହିଛି। ନିକଟରେ ଏଲଆସି ପକ୍ଷରୁ କରାଯାଇଥିବା ଟ୍ଵିଟରେ କୁହାଯାଇଛି ଯେ ୩୧ ଡିସେମ୍ବର ୨୦୧୩ ଠାରୁ କରାଯାଇଥିବା ପଲିସି ଲ୍ୟାପ୍ସ ହୋଇସାରିଛି ଏବଂ ଏହାକୁ ଏବେ ଆପଣ ରିଭାଇଜ୍‌ କରିପାରିବେ। ଏଲଆସିର ଏହି ଯୋଜନାରେ ସେହି ଲୋକଙ୍କୁ ଫାଇଦା ମିଳିବ, ଯେଉଁମାନେ ନିଜ ପଲିସିକୁ ସରେଣ୍ଡୀ କରିନାହାନ୍ତି।

ଗାଡି ଥିବା ଲୋକଙ୍କ ପାଇଁ ଜରୁରୀ ଖବର

୩୦ ନଭେମ୍ବର ଭିତରେ ଆପଣ ନିଜ ଗାଡିରେ ଫାସଟାଗ ଲଗାଇବା ଜରୁରୀ ଅଟେ। ଯଦି ଆପଣ ଏମିତି କରୁନାହାନ୍ତି ତେବେ ଆପଣଙ୍କୁ ବଡ କ୍ଷତି ସହିବାକୁ ପଡିପାରେ। କେନ୍ଦ୍ର ସରକାର ୧ ଡିସେମ୍ବର ଠାରୁ ନ୍ୟାସନାଲ ହାଇେଓ୍ଵରେ ଥିବା ସମସ୍ତ ଟୋଲ ପ୍ଲାଜାରେ ଫାସଟାଗକୁ ବାଧ୍ୟତାମୂଳକ କରିଦେଇଛନ୍ତି। ଏମିତିରେ ବିନା ଫାସଟାଗରେ କୌଣସି ବି ବାହନ ଯଦି ଫାସଟାଗ ଲେନରେ ପ୍ରବେଶ କରେ ତେବେ ତାଙ୍କୁ ଦୁଇଗୁଣା ଟୋଲ ଟ୍ୟାକ୍ସ ଦେବାକୁ ପଡିପାରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୩୦ ନଭେମ୍ବର ପର୍ଯ୍ୟନ୍ତ ଆପଣ ଫାସଟାଗକୁ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ଅଥାର୍ତ ଏନଏଚଆଇ ଠାରୁ ମାଗଣାରେ ନେଇପାରିବେ। ଏହି ଫାସଟାଗକୁ ଆପଣ ନେଟବ୍ୟାକିଂ, ଡେବିଟ-କ୍ରେଡିଟ କାର୍ଡ ଏବଂ ଅନ୍ୟ ଉପାୟରେ ମଧ୍ୟ ରିଚାର୍ଜ କରାଇପାରିବେ। ଏହି ଫାସଟାଗ ଗାଡିର ଓ୍ଵିଣ୍ଡୋ ସ୍କ୍ରିନରେ ଲାଗିବ ଏବଂ ଏହାକୁ ଲଗାଇବା ପରେ ଯଦି ଆପଣ ଗାଡି ନେଇ ଟୋଲ ଟ୍ୟାକ୍ସ ଦେଇ ଯାଉଛନ୍ତି ତେବେ ଆପଣଙ୍କୁ କ୍ୟାସ ଦେବାକୁ ପଡିବ ନାହିଁ।

କୃଷକଙ୍କ ପାଇଁ ଜରୁରୀ ଖବର

ପ୍ରଧାନମନ୍ତ୍ରୀ କୃଷକ ନିଧି ଯୋଜନାର କିସ୍ତି ପାଇବାକୁ ହେଲେ ଆଧାର ନମ୍ବରକୁ ୩୦ ନଭେମ୍ବର ସୁଦ୍ଧା ଲିଙ୍କ୍‌ କରାଇବା ଜରୁରୀ ଅଟେ। ଯଦି କୌଣସି କୃଷକ ଏମିତି ନ କରନ୍ତି ତେବେ ଯୋଜନା ଅନୁଯାୟୀ ଆଗାମୀ କିସ୍ତି ପାଇବାରେ ସମସ୍ୟା ଦେଖାଯାଇପାରେ। ଚଳିତ ବର୍ଷ ୧ ଅଗଷ୍ଟ ଠାରୁ କିସ୍ତି ଟଙ୍କା ପାଇବାକୁ ହେଲେ ଆଧାର ନମ୍ବରକୁ ଲିଙ୍କ କରାଇବା ବାଧ୍ୟତାମୂଳକ କରାଯାଇଛି। ଏମିତିରେ କୃଷକ କମନ ସର୍ଭିସ ସେଣ୍ଟର ବା ଜନସେବା କେନ୍ଦ୍ର ବ୍ୟତୀତ ରାଜ୍ୟ ସରକାରଙ୍କ ପକ୍ଷରୁ ନାମିତ ନୋଡାଲ ଅଧିକାରୀ ସମେତ ଅନ୍ୟ ସେଣ୍ଟରରେ ମଧ୍ୟ ଆଧାର ଲିଙ୍କ କରାଇପାରିବେ।

କାର କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଜରୁରୀ ଖବର

ଯଦି ଆପଣ କାର କିଣିବା ପାଇଁ ଚାହୁଁଛନ୍ତି ତେବେ ୩୦ ନଭେମ୍ବର ପଯ୍ୟର୍ନ୍ତ ଆପଣଙ୍କ ପାଇଁ ଏକ ଖାସ୍‌ ସୁଯୋଗ ରହିଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ୍‌ ୟୋନୋ ଆପ୍‌ ଜରିଆରେ କାର କିଣିବା ଉପରେ ଭାରି ଡ଼ିସକାଉଣ୍ଟର ଘୋଷଣା କରିଛି। ଏହି ଡିସକାଉଣ୍ଟ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ଯେଉଁ କାର ଉପରେ ଏହି ଅଫର ମିଳୁଛି ସେହି କାରରେ ଫୋର୍ଡ ଫ୍ରି ଷ୍ଟାଇଲ ଏବଂ ହ୍ୟୁଣ୍ଡାଇ କ୍ରେଟା ସାମିଲ ରହିଛି।  ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ସ୍କିମ କେବଳ ୩୦ ନଭେମ୍ବର ପଯ୍ୟର୍ନ୍ତ ହିଁ ଉପଲବ୍ଧ ରହିଛି। ତେଣୁ ଆପଣ ଏହି ସବୁ କାମ ତୁରନ୍ତ ସାରିଦେବା ନିହାତି ଆବଶ୍ୟକ।

Pritiparna

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

1 min ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

12 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

25 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

28 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

48 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago