Below header

ବ୍ୟାଙ୍କ ଆକାଉଣ୍ଟରେ ନିଜ ଟଙ୍କା ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତ କାଲି ସୁଦ୍ଧା କରନ୍ତୁ ଏହି ସବୁ କାମ, ନଚେତ ପଡିପାରେ ମହଙ୍ଗା

ବର୍ଷର ଶେଷ ମାସ ଅର୍ଥାତ ଡିସେମ୍ବର ଆସିବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଡିସେମ୍ବର ଆସିବା ପୂର୍ବରୁ ଅର୍ଥାତ ୩୦ ନଭେମ୍ବର ସୁଦ୍ଧା ଆପଣଙ୍କୁ କିଛି ଜରୁରୀ କାମ ସାରିବାକୁ ପଡିବ। ଯଦି ଆପଣ ଏମିତି କରୁନାହାନ୍ତି ତେବେ ଆପଣଙ୍କ ଟଙ୍କା ବୁଡିଯାଇପାରେ ଏବଂ ଆପଣଙ୍କ ପର୍ସ ଉପରେ ଏହାର ପ୍ରଭାବ ପଡିବାର ମଧ୍ୟ ଆଶଙ୍କା ରହିଛି। ତେବେ ଆସନ୍ତୁ ଜାଣିବା କଣ ସେହି ଜରୁରୀ କାମ ଯାହାକୁ ୩୦ ନଭେମ୍ବର ପୂର୍ବରୁ ନିଶ୍ଚୟ ସାରିଦେବା ଉଚିତ।

ପେନସନଧାରଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଖବର

pensionଯଦି ଆପଣ ଦେଶର ସବୁଠାରୁ ବଡ ବ୍ୟାଙ୍କ୍‌ ଏସିବିଆଇର ପେନସନଧାରକ ଅଟନ୍ତି ତେବେ ୩୦ ନଭେମ୍ବର ପର୍ଯ୍ୟନ୍ତ ଆପଣଙ୍କୁ ଜୀବିତ ଥିବାର ପ୍ରମାଣ ପତ୍ର ବା ଲାଇଫ୍‌ ସାର୍ଟିଫିକେଟକୁ ଜମା କରିବାକୁ ହେବ। ପେନସନ୍‌ ଧାରକଙ୍କୁ ପ୍ରତି ବର୍ଷ ଏହି ସାର୍ଟିଫିକେଟ ଦେବାକୁ ପଡିଥାଏ। ଯଦି ଆପଣ ୩୦ ନଭେମ୍ବର ସୁଦ୍ଧା ଏହି ସାର୍ଟିଫିକେଟ ଜମା କରୁନାହାନ୍ତି ତେବେ ଆପଣଙ୍କ ପେନସନ୍‌ ବନ୍ଦ ହୋଇଯାଇପାରେ। ଏହି ସାର୍ଟିଫିକେଟକୁ ଆପଣ ଏସିବିଆଇ ବ୍ୟାଙ୍କର ବ୍ରାଞ୍ଚ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ଅନଲାଇନରେ jeevanpraman.gov.in ୱେବସାଇଟରେ ବି ଜମା କରିପାରିବେ। ଏହାବ୍ୟତୀତ ଉମଙ୍ଗ ଆପ୍‌ ଜରିଆରେ ଲାଇଫ୍‌ ସାର୍ଟିଫିକେଟକୁ ମଧ୍ୟ ଜମା କରିପାରିବେ।

ଏଲଆଇସି ଗ୍ରାହକଙ୍କ ପାଇଁ ଜରୁରୀ ଖବର

licଯଦ ଆପଣ ଭାରତୀୟ ଜୀବନ ବିମା ନିଗମ ବା ଏଲଆସିର ପଲିସିଧାରକ ଅଟନ୍ତି ତେବେ ୫ ବର୍ଷ ପର୍ଯ୍ୟନ୍ତ ଲ୍ୟାପ୍ସ ହୋଇସାରିଥିବା ପଲିସିକୁ ରିଭାଇଜ୍‌ କରିବାକୁ ହେବ। ଏହାର ଡେଡଲାଇନ୍‌ ୩୦ ନଭେମ୍ବର ରହିଛି। ନିକଟରେ ଏଲଆସି ପକ୍ଷରୁ କରାଯାଇଥିବା ଟ୍ଵିଟରେ କୁହାଯାଇଛି ଯେ ୩୧ ଡିସେମ୍ବର ୨୦୧୩ ଠାରୁ କରାଯାଇଥିବା ପଲିସି ଲ୍ୟାପ୍ସ ହୋଇସାରିଛି ଏବଂ ଏହାକୁ ଏବେ ଆପଣ ରିଭାଇଜ୍‌ କରିପାରିବେ। ଏଲଆସିର ଏହି ଯୋଜନାରେ ସେହି ଲୋକଙ୍କୁ ଫାଇଦା ମିଳିବ, ଯେଉଁମାନେ ନିଜ ପଲିସିକୁ ସରେଣ୍ଡୀ କରିନାହାନ୍ତି।

ଗାଡି ଥିବା ଲୋକଙ୍କ ପାଇଁ ଜରୁରୀ ଖବର

fastag୩୦ ନଭେମ୍ବର ଭିତରେ ଆପଣ ନିଜ ଗାଡିରେ ଫାସଟାଗ ଲଗାଇବା ଜରୁରୀ ଅଟେ। ଯଦି ଆପଣ ଏମିତି କରୁନାହାନ୍ତି ତେବେ ଆପଣଙ୍କୁ ବଡ କ୍ଷତି ସହିବାକୁ ପଡିପାରେ। କେନ୍ଦ୍ର ସରକାର ୧ ଡିସେମ୍ବର ଠାରୁ ନ୍ୟାସନାଲ ହାଇେଓ୍ଵରେ ଥିବା ସମସ୍ତ ଟୋଲ ପ୍ଲାଜାରେ ଫାସଟାଗକୁ ବାଧ୍ୟତାମୂଳକ କରିଦେଇଛନ୍ତି। ଏମିତିରେ ବିନା ଫାସଟାଗରେ କୌଣସି ବି ବାହନ ଯଦି ଫାସଟାଗ ଲେନରେ ପ୍ରବେଶ କରେ ତେବେ ତାଙ୍କୁ ଦୁଇଗୁଣା ଟୋଲ ଟ୍ୟାକ୍ସ ଦେବାକୁ ପଡିପାରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୩୦ ନଭେମ୍ବର ପର୍ଯ୍ୟନ୍ତ ଆପଣ ଫାସଟାଗକୁ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ଅଥାର୍ତ ଏନଏଚଆଇ ଠାରୁ ମାଗଣାରେ ନେଇପାରିବେ। ଏହି ଫାସଟାଗକୁ ଆପଣ ନେଟବ୍ୟାକିଂ, ଡେବିଟ-କ୍ରେଡିଟ କାର୍ଡ ଏବଂ ଅନ୍ୟ ଉପାୟରେ ମଧ୍ୟ ରିଚାର୍ଜ କରାଇପାରିବେ। ଏହି ଫାସଟାଗ ଗାଡିର ଓ୍ଵିଣ୍ଡୋ ସ୍କ୍ରିନରେ ଲାଗିବ ଏବଂ ଏହାକୁ ଲଗାଇବା ପରେ ଯଦି ଆପଣ ଗାଡି ନେଇ ଟୋଲ ଟ୍ୟାକ୍ସ ଦେଇ ଯାଉଛନ୍ତି ତେବେ ଆପଣଙ୍କୁ କ୍ୟାସ ଦେବାକୁ ପଡିବ ନାହିଁ।

କୃଷକଙ୍କ ପାଇଁ ଜରୁରୀ ଖବର

farmerପ୍ରଧାନମନ୍ତ୍ରୀ କୃଷକ ନିଧି ଯୋଜନାର କିସ୍ତି ପାଇବାକୁ ହେଲେ ଆଧାର ନମ୍ବରକୁ ୩୦ ନଭେମ୍ବର ସୁଦ୍ଧା ଲିଙ୍କ୍‌ କରାଇବା ଜରୁରୀ ଅଟେ। ଯଦି କୌଣସି କୃଷକ ଏମିତି ନ କରନ୍ତି ତେବେ ଯୋଜନା ଅନୁଯାୟୀ ଆଗାମୀ କିସ୍ତି ପାଇବାରେ ସମସ୍ୟା ଦେଖାଯାଇପାରେ। ଚଳିତ ବର୍ଷ ୧ ଅଗଷ୍ଟ ଠାରୁ କିସ୍ତି ଟଙ୍କା ପାଇବାକୁ ହେଲେ ଆଧାର ନମ୍ବରକୁ ଲିଙ୍କ କରାଇବା ବାଧ୍ୟତାମୂଳକ କରାଯାଇଛି। ଏମିତିରେ କୃଷକ କମନ ସର୍ଭିସ ସେଣ୍ଟର ବା ଜନସେବା କେନ୍ଦ୍ର ବ୍ୟତୀତ ରାଜ୍ୟ ସରକାରଙ୍କ ପକ୍ଷରୁ ନାମିତ ନୋଡାଲ ଅଧିକାରୀ ସମେତ ଅନ୍ୟ ସେଣ୍ଟରରେ ମଧ୍ୟ ଆଧାର ଲିଙ୍କ କରାଇପାରିବେ।

କାର କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଜରୁରୀ ଖବର

cretaଯଦି ଆପଣ କାର କିଣିବା ପାଇଁ ଚାହୁଁଛନ୍ତି ତେବେ ୩୦ ନଭେମ୍ବର ପଯ୍ୟର୍ନ୍ତ ଆପଣଙ୍କ ପାଇଁ ଏକ ଖାସ୍‌ ସୁଯୋଗ ରହିଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ୍‌ ୟୋନୋ ଆପ୍‌ ଜରିଆରେ କାର କିଣିବା ଉପରେ ଭାରି ଡ଼ିସକାଉଣ୍ଟର ଘୋଷଣା କରିଛି। ଏହି ଡିସକାଉଣ୍ଟ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ଯେଉଁ କାର ଉପରେ ଏହି ଅଫର ମିଳୁଛି ସେହି କାରରେ ଫୋର୍ଡ ଫ୍ରି ଷ୍ଟାଇଲ ଏବଂ ହ୍ୟୁଣ୍ଡାଇ କ୍ରେଟା ସାମିଲ ରହିଛି।  ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ସ୍କିମ କେବଳ ୩୦ ନଭେମ୍ବର ପଯ୍ୟର୍ନ୍ତ ହିଁ ଉପଲବ୍ଧ ରହିଛି। ତେଣୁ ଆପଣ ଏହି ସବୁ କାମ ତୁରନ୍ତ ସାରିଦେବା ନିହାତି ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.