Below header

ଏହି ଦେଶରେ ଗାଈ ପିନ୍ଧୁଛନ୍ତି ଭିଆର ହେଡସେଟ୍‌, ଏହା ପଛରେ ରହିଛି ଅଦ୍ଭୁତ କାରଣ

ମଣିଷମାନେ ଭର୍ଚୁଆଲ ରିଆଲିଟି୍‌(ଭିଆର) ହେଡସେଟ ପିନ୍ଧିଥିବା ଆପଣମାନେ ନିଶ୍ଚିତ ଦେଖିଥିବେ, କିନ୍ତୁ ଏପରି ଏକ ଦେଶ ରହିଛି, ଯେଉଁଠାରେ ଗାଈକୁ ଭିଆର ହେଡସେଟ୍‌ ପିନ୍ଧାଯାଉଛି। ଆପଣମାନେ ଯେମିତି ଭିଆର ହେଡସେଟ ପିନ୍ଧି ନଥିବା ଜିନିଷର ମଜା ନେଇପାରୁଛନ୍ତି, ଗାଈମାନଙ୍କ ପାଇଁ ମଧ୍ୟ ସେପରି ବ୍ୟବସ୍ଥା କରାଯାଉଛି। ଋଷର କୃଷି ଏବଂ ଖାଦ୍ୟ ମନ୍ତ୍ରଣାଳୟ ଏପରି ଅଦ୍ଭୁତ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଯାହା ଫଳରେ ଗାଈଙ୍କୁ ଏହି ହେଡସେଟ୍‌ ପିନ୍ଧାଯାଇ ସବୁଜ ଘାସ ପଡିଆ ଦେଖିବାକୁ ଦିଆଯାଉଛି।

cow 2

ଋଷରେ ଅଧିକାଂଶ ସମୟ ଥଣ୍ଡା ପଡିବା ଯୋଗୁଁ ବରଫପାତ ହୋଇଥାଏ। ଏମିତିରେ ସେଠାରେ ଘାସ କିମ୍ବା ଅନ୍ୟ କୌଣସି ସବୁଜିମା ଦେଖିବାକୁ ମିଳେନାହିଁ। ଏମିତି ପରିବେଶରେ ଗାଈମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡିଥାଏ। ସେମାନେ ଦୁଗ୍ଧ ଦେବା କ୍ଷମତା କମ୍‌ ଦେଇଥାନ୍ତି। ସେଥିପାଇଁ ସେମାନଙ୍କର ଚିନ୍ତା ବଢିଯାଏଥାଏ। ଏହାକୁ ଦୂର କରିବା ପାଇଁ ଗାଈଙ୍କୁ ଭିଆର ହେଡସେଟ୍‌ ପିନ୍ଧାଯାଉଛି। ଏପରି କରିବା ଫଳରେ ଗାଈ ନିଜକୁ ଖୋଲାପଡିଆରେ ବୁଲିବା ଅନୁଭବ କରିବା ସହ ଚିନ୍ତାମୁକ୍ତ ରହିବ। ଚିନ୍ତାମୁକ୍ତ ରହିଲେ ଅଧିକ ଦୁଗ୍ଧ ଉତ୍ପାଦନ ହେବ।

cow 1

ବିଶେଷଜ୍ଞଙ୍କ ମୁତାବକ, ଏପରି କରି ଗାଈମାନଙ୍କର ମୁଡ କିପରି ରହୁଛି ଏବଂ ସେମାନଙ୍କର ଦୁଗ୍ଧ ଦେବାର କ୍ଷମତା ବଢୁଛି କି ନାହିଁ, ତାହା ପରୀକ୍ଷା କରାଯାଉଛି। ଏପରି ପଦକ୍ଷେପରେ ଗାଈମାନଙ୍କର ଚିନ୍ତା ନିଶ୍ଚିତ ଭାବେ କମ୍‌ ହୋଇଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହି ହେଟସେଟ୍‌ ଯୋଗୁଁ ଡାଏରୀ ଏବଂ ପଶୁ ପାଳନ କ୍ଷେତ୍ରରେ କ୍ରାନ୍ତି ଆସିଛି। ଏହା ପ୍ରଥମ ଥର ପାଇଁ ନୁହେଁ, ଗାଈଙ୍କୁ ଖୁସି କରିବା ସହ ଦୁଗ୍ଧ ଉତ୍ପାଦନ କ୍ଷମତା ବଢାଇବା ପାଇଁ ଗୀତ ଶୁଣାଯାଉଥିଲା। ଏହି ପଦକ୍ଷେପ ବେଶ୍‌ ଲାଭ ଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.