(କେନ୍ୟୁଜ): ଓଡ଼ିଶା ଆସିବେ ସାଉଥ୍ ସୁପରଷ୍ଟାର ଅଲୁ ଅର୍ଜୁନ । ଖୁବ ଶୀଘ୍ର ଓଡ଼ିଶାରେ ଅଲୁ ଅର୍ଜୁନ ପୁଷ୍ପା-ଟୁର ସୁଟିଂ ଆରମ୍ଭ କରିବେ । ସୁଟିଂ ସେଟ୍ରେ ଦେଖିବାକୁ ମିଳିବ ଅଲୁ ଅର୍ଜୁନଙ୍କ ଦମଦାର ଆକ୍ସନ । ଏଥପାଇଁ ପୂରା ଟିମ୍ ପ୍ରସ୍ତୁତ ହୋଇ ରହିଛି । କିଛି ଦିନ ହେବ ମାଲକାନଗିରିରେ ଡ଼େରା ପକାଇଛି ପୁଷ୍ପା ଫିଲ୍ମର ନିର୍ମାତା ମୈତ୍ରୀ ମୁଭି ମେକର୍ସ ପ୍ରଡ଼କ୍ସନ । ସିଲେରୁ ନଦୀ କୂଳରେ ଆରମ୍ଭ ହୋଇଯାଇଛି ସୁଟିଂ । ମାଲକାନଗିରିର ମନଲୋଭା ଜଙ୍ଗଲୀ ପରିବେଶ ଭିତରେ ଚାଲିଛି ଲାଇଟ.. କ୍ୟାମେରା.. ଆକ୍ସନ ।
କିଛି ଦିନ ପୂର୍ବରୁ ସୁଟିଂ ସେଟରେ ଆସି ପହଞ୍ଚିଥିଲା ରକ୍ତଚନ୍ଦନ କାଠ । ସୁଟିଂ ସେଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସେପଟେ ସୁଟିଂ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି । ଓଡ଼ିଶାରେ ପୁଷ୍ପା-ଟୁର ସୁଟିଂ ଓ ଅଲୁ ଅର୍ଜୁନ ଆସୁଥିବାରୁ ଓଡ଼ିଶାବାସୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ଓଡ଼ିଶାର କିଛି କଳାକାର ବି ଫିଲ୍ମରେ ନଜର ଆସିବେ । ସେମାନେ ସୁଟିଂରେ ଭାଗ ନେଇଛନ୍ତି ।
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…