ପୁଷ୍ପା-ଟୁର ସୁଟିଂ : ଓଡ଼ିଶା ଆସିବେ ସାଉଥ୍‌ ସୁପରଷ୍ଟାର ଅଲୁ ଅର୍ଜୁନ, ଦେଖିବାକୁ ମିଳିବ ଦମଦାର ଆକ୍ସନ

ଖୁବ ଶୀଘ୍ର ଓଡ଼ିଶାରେ ଅଲୁ ଅର୍ଜୁନ ପୁଷ୍ପା-ଟୁର ସୁଟିଂ ଆରମ୍ଭ କରିବେ । ସୁଟିଂ ସେଟ୍‌ରେ ଦେଖିବାକୁ ମିଳିବ ଅଲୁ ଅର୍ଜୁନଙ୍କ ଦମଦାର ଆକ୍ସନ । ଏଥପାଇଁ ପୂରା ଟିମ୍‌ ପ୍ରସ୍ତୁତ ହୋଇ ରହିଛି ।

(କେନ୍ୟୁଜ): ଓଡ଼ିଶା ଆସିବେ ସାଉଥ୍‌ ସୁପରଷ୍ଟାର ଅଲୁ ଅର୍ଜୁନ । ଖୁବ ଶୀଘ୍ର ଓଡ଼ିଶାରେ ଅଲୁ ଅର୍ଜୁନ ପୁଷ୍ପା-ଟୁର ସୁଟିଂ ଆରମ୍ଭ କରିବେ । ସୁଟିଂ ସେଟ୍‌ରେ ଦେଖିବାକୁ ମିଳିବ ଅଲୁ ଅର୍ଜୁନଙ୍କ ଦମଦାର ଆକ୍ସନ । ଏଥପାଇଁ ପୂରା ଟିମ୍‌ ପ୍ରସ୍ତୁତ ହୋଇ ରହିଛି । କିଛି ଦିନ ହେବ ମାଲକାନଗିରିରେ ଡ଼େରା ପକାଇଛି ପୁଷ୍ପା ଫିଲ୍ମର ନିର୍ମାତା ମୈତ୍ରୀ ମୁଭି ମେକର୍ସ ପ୍ରଡ଼କ୍ସନ । ସିଲେରୁ ନଦୀ କୂଳରେ ଆରମ୍ଭ ହୋଇଯାଇଛି ସୁଟିଂ । ମାଲକାନଗିରିର ମନଲୋଭା ଜଙ୍ଗଲୀ ପରିବେଶ ଭିତରେ ଚାଲିଛି ଲାଇଟ.. କ୍ୟାମେରା.. ଆକ୍ସନ ।

କିଛି ଦିନ ପୂର୍ବରୁ ସୁଟିଂ ସେଟରେ ଆସି ପହଞ୍ଚିଥିଲା ରକ୍ତଚନ୍ଦନ କାଠ । ସୁଟିଂ ସେଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସେପଟେ ସୁଟିଂ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି । ଓଡ଼ିଶାରେ ପୁଷ୍ପା-ଟୁର ସୁଟିଂ ଓ ଅଲୁ ଅର୍ଜୁନ ଆସୁଥିବାରୁ ଓଡ଼ିଶାବାସୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ଓଡ଼ିଶାର କିଛି କଳାକାର ବି ଫିଲ୍ମରେ ନଜର ଆସିବେ । ସେମାନେ ସୁଟିଂରେ ଭାଗ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.