କଳାହାଣ୍ଡି ଗସ୍ତରେ ଯିବେ 5t ସଚିବ ଭି.କେ ପାଣ୍ଡିଆନ, ବେଳଖଣ୍ଡି ଶିବ ମନ୍ଦିରର ଉନ୍ନତିକରଣ ସମ୍ପର୍କରେ କରିବେ ଆଲୋଚନା

୨ ଦିନିଆ କଳାହାଣ୍ଡି ଗସ୍ତରେ ଯାଉଛନ୍ତି 5T ସଚିବ। ସକଳ ୧୦ଟାରେ ଉତ୍‌କେଲାରେ ପହଞ୍ଚିବେ। ସେଠାରୁ ବେଲଖଣ୍ଡି ଶିବ ମନ୍ଦିର ଯାଇ ଦର୍ଶନ କରିବା ପରେ ମନ୍ଦିରର ଉନ୍ନତିକରଣ ସମ୍ପର୍କରେ ପୂଜକ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ।

କାଳାହାଣ୍ଡି (କେନ୍ୟୁଜ): କେତେବାଟ ଆଗେଇଛି କାଳାହାଣ୍ଡିର ବିକାଶ। ଗ୍ରାଉଣ୍ଡ ଜିରୋକୁ ଯାଇ ଅନୁଧ୍ୟାନ କରିବେ 5T ସଚିବ ଭିକେ ପାଣ୍ଡିଆନ୍‌। ଜିଲ୍ଲାର ସାମଗ୍ରୀ ବିକାଶର ଅନୁଧ୍ୟାନ ପାଇଁ ୨ ଦିନିଆ କଳାହାଣ୍ଡି ଗସ୍ତରେ ଯାଉଛନ୍ତି 5T ସଚିବ। ଲୋକଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରିବେ। ସକଳ ୧୦ଟାରେ ଉତ୍‌କେଲାରେ ପହଞ୍ଚିବେ। ସେଠାରୁ ବେଲଖଣ୍ଡି ଶିବ ମନ୍ଦିର ଯାଇ ଦର୍ଶନ କରିବା ପରେ ମନ୍ଦିରର ଉନ୍ନତିକରଣ ସମ୍ପର୍କରେ ପୂଜକ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ।

ଏହା ପରେ ସେ ମଦନପୁର ରାମପୁର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବେ । ଏହାପରେ ଦିନ ୧୨ଟା ୧୦ରେ ସାନ୍ଦୁଲ ପ୍ରକଳ୍ପ ପରିଦର୍ଶନ କରିବା ସହିତ ଲୋକଙ୍କୁ ସେଠିକାର ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ନର୍ଲା ମିଶନ ଶକ୍ତି କାଫେ ବୁଲିବା ସହ ନର୍ଲା ମିନି ଷ୍ଟାଡିୟମରେ ସାଧାରଣ ଲୋକଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

ଏହା ପରେ ସେ ଭବାନୀପାଟଣା ଆସି ପୋଲିସ ହାଇସ୍କୁଲ ରେ ଲୋକଙ୍କ ସହ ସାକ୍ଷାତ କରିବେ । ଏହା ପରେ ଭବାନୀପାଟଣା ସ୍ଥିତ ଆଶା ସାଗରର ଉନ୍ନତି କରଣ, ଭବାନୀପାଟଣା ନୂଆ ବସଷ୍ଟାଣ୍ଡ, ଜୁନାଗଡ଼ ସ୍ଥିତ ମା ଲଙ୍କେଶ୍ୱରୀଙ୍କ ମନ୍ଦିର, ବିଜୁ ପଟ୍ଟନାୟକ ଷ୍ଟାଡିୟମ, ମେଡିକାଲ କଲେଜ ଏବଂ ହସ୍ପିଟାଲ ଏସବୁ ର ଉନ୍ନତିକରଣ ଉପରେ ଆଲୋଚନା କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.