Categories: ରାଜ୍ୟ

ଦିନକ ପରେ କାର୍ତ୍ତିକ ପୂର୍ଣ୍ଣିମା, ଭୁବନେଶ୍ୱର ବିନ୍ଦୁ ସାଗରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ଏହି ସ୍ବତନ୍ତ୍ର ଡଙ୍ଗା

ଭୁବନେଶ୍ବର: ଦିନକ ପରେ କାର୍ତ୍ତିକ ପୂର୍ଣ୍ଣିମା । ଆ-କା-ମା-ବୈରେ କମ୍ପିବ ଭୁବନେଶ୍ୱର ବିନ୍ଦୁ ସାଗର ସମେତ ବିଭିନ୍ନ ପୁଷ୍କରିଣୀ ଓ ଜଳାଶୟ । ଡଙ୍ଗା ଭସାଇବାକୁ ଜମିବ ଶ୍ରଦ୍ଧାଳୁଙ୍କ ସମାଗମ । ଏହାକୁ ନଜରରେ ରଖି ବିନ୍ଦୁସାଗରରେ ସଫେଇ କାମ ଶେଷ ପର୍ଯ୍ୟାୟରେ ପହଁଚିଛି । ଆସନ୍ତାକାଲି ଭୋର ୩ଟାରୁ ବିନ୍ଦୁସାଗର କୂଳରେ ଭଜନ ସମାରୋହ ସହ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେବ।

ଏହି ଅବସରରେ ସ୍ୱତନ୍ତ୍ର ଭାବେ ଏକ ଡଙ୍ଗା ପ୍ରସ୍ତୁତ କରାଯାଇଛି। ଯାହା ଭୁବନେଶ୍ବର ସାଂସ୍କୁତିକ ପରିଷଦ ପକ୍ଷରୁ ତିଆରି କରାଯାଇଛି । ଏହି ଡଙ୍ଗାଟି ଦେଖିବାକୁ ଯେତିକି ବଡ ସେତିକି ଆକର୍ଷଣୀୟ। ଯାହାକୁ ପୁରୁଣା ଭୁବନେଶ୍ବର ନିବାସୀ ହୃଷିକେଶ ବେହେରା ନିର୍ମାଣ କରିଛନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ବର ସାଂସ୍କୁତିକ ପରିଷଦ ପକ୍ଷରୁ ଏହି ସ୍ବତନ୍ତ୍ର ଡଙ୍ଗା ତିଆରି କରିବାର ଦାୟିତ୍ବ ହୃଷିକେଶଙ୍କୁ ହସ୍ତାନ୍ତର କରାଯାଇଛି ।

ହୃଷିକେଶ ପେଶାରେ ଜଣେ ମୂର୍ତ୍ତୀ କାରିଗର ହୋଇଥିଲେ ମଧ୍ୟ ସେ ଏହି ଡଙ୍ଗା ତିଆରି କରିବାର କୌଶଳ ଦୀର୍ଘ ୧୬ ବର୍ଷ ହେବ କରିଆସୁଛନ୍ତି । ଏହି ସ୍ବତନ୍ତ୍ର ଡଙ୍ଗାକୁ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ୮ଦିନ ସମୟ ଲାଗିଥାଏ । ଏହି ଡଙ୍ଗାରେ ବିଭିନ୍ନ ପ୍ରକାରର ସାମଗ୍ରୀ ବ୍ୟବହାର କରାଯାଇଥାଏ । ସୋଲ,ବାଉଁଶ,ରଙ୍ଗ,କଣ୍ଟା,କାଗଜ,ଝୁଡି,ପାଲ ଆଦିରେ ଅତି ନିଖୁଣ କାରୁକାର୍ଯ୍ୟ କରି ସେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିନ୍ଧୁସାଗରର ଶୋଭାକୁ ଦ୍ବିଗୁଣିତ କରିଥାନ୍ତି ।

ଏହି ସ୍ବତନ୍ତ୍ର ଡଙ୍ଗା ପାଇଁ ତାଙ୍କୁ ପାଖାପାଖି ୧୫୦୦ଟଙ୍କାର ସୋଲ ଆବଶ୍ୟକତା ପଡିଥାଏ । ଷ୍ଟେଜ୍ ର ମାପ ଅନୁସାରେ ଡଙ୍ଗାର ମାପ ନିର୍ଦ୍ଧାରଣ କରାଯାଇଥାଏ । ବିନ୍ଦୁସାଗରରେ ପ୍ରତିବର୍ଷ ଏହି ସ୍ବତନ୍ତ୍ର ଡଙ୍ଗା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ଏନେଇ ହୃଷିକେଶଙ୍କୁ ଭୁବନେଶ୍ବର ସାଂସ୍କୁତିକ ପରିଷଦ ପକ୍ଷରୁ ଏକାମ୍ର ସମ୍ମାନରେ ସମ୍ମାନିତ ମଧ୍ୟ କରାଯାଇଛି । ଅନ୍ୟପଟେ ବିଭିନ୍ନ ଡଙ୍ଗା ଦୋକାନରେ ବି ଭିନ୍ନ ଭିନ୍ନ ପ୍ରକାରର ଡଙ୍ଗା ବିକ୍ରି ହେଉଛି । କିନ୍ତୁ କଦଳୀ ପଟୁଆର ଡଙ୍ଗାର ରହିଛି ଅନେକ ମହତ୍ତ୍ବ। ତେବେ କାର୍ତ୍ତିକ ପୂର୍ଣ୍ଣିମାର ଏହି ବିଶେଷ ମୂହୁର୍ତ୍ତକୁ ଓଡ଼ିଆମାନେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି।

Sonalisa

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

23 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

25 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago