ରାଜ୍ୟ

ସାରଳା ରିଅଲକନ କମ୍ପାନୀର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତଙ୍କ ନିର୍ଦ୍ଦେଶ

କଟକ(କେନ୍ୟୁଜ୍): ପୁଣି ଏକ ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ ଦେଲେ କଟକସ୍ଥିତ ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତ। ସାରଳା ରିଅଲକନ ପ୍ରାଇଭେଟ ଲିମିଟେଡ଼ ଚିଟଫଣ୍ଡ ଠକେଇ ମାମଲାର ଶୁଣାଣି କରି ସାରଳା ରିଅଲକନ ଚିଟଫଣ୍ଡ କମ୍ପାନୀର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ଥିତ ସ୍ୱତନ୍ତ୍ର ଓପିଆଇଡି କୋର୍ଟ। ସ୍ୱତନ୍ତ୍ର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବାଜ୍ୟାପ୍ତି ହୋଇଛି ସାରଳା ରିଅଲକନ ପ୍ରାଇଭେଟ ଲିମିଟେଡ଼ର ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡାରେ ଥିବା ୯୫ ଏକର ଭୁସମ୍ପତ୍ତି।

ଏ ସମସ୍ତ ଭୁସମ୍ପତ୍ତିର ମୁଲ୍ୟ ୧୩ କୋଟି ୮୦ ଲକ୍ଷ ୭୦ ହଜାର ଟଙ୍କା ବୋଲି ଆକଳନ ହୋଇଛି। ସେହିଭଳି ୧୩ ଲକ୍ଷ ୧୦ ହଜାର ଟଙ୍କାର ବ୍ୟାଙ୍କ ଜମାକୁ ବାଜ୍ୟାପ୍ତ କରିଛନ୍ତି ଓପିଆଇଡି କୋର୍ଟ।ଅର୍ଥନୈତିକ ଅପରାଧ ଶାଖା ଦ୍ୱାରା ଜବତ ହୋଇଥିବା ନଗଦ ୩ ଲକ୍ଷ ୨୫ ହଜାର ୬୦୦ ଟଙ୍କାକୁ ମଧ୍ୟ ବାଜ୍ୟାପ୍ତ କରାଯାଇଛି।ସାରଳା ରିଅଲକନ ପ୍ରାଇଭେଟ ଲିମିଟେଡ଼ର ମୋଟ ଚାରୋଟି ମୂଲ୍ୟବାନ ଗାଡି ସ୍କ୍ରପିଓ, ପାଜେରୋ, ବିଏମଡବ୍ଲୁ ଓ ଟୟୋଟା ଫ୍ରଚୁନର ଗାଡ଼ିକୁ ନିଲାମ କରିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ। ୨୦୧୫ ମସିହାରେ ଅର୍ଥନୈତିକ ଅପରାଧ ଶାଖା ଚିଟଫଣ୍ଡ କମ୍ପାନୀ ସାରଳା ରିଅଲକନ ପ୍ରାଇଭେଟ ଲିମିଟେଡ଼ ନାମରେ ମାମଲା ରୁଜ୍ଜୁ କରିଥିଲା। ଅନେକ ଜମାକାରୀଙ୍କ କୋଟି କୋଟି ଟଙ୍କା ଏହି ଚିଟଫଣ୍ଡ କମ୍ପାନୀ ହଡ଼ପ କରିଥିବାର ଅଭିଯୋଗ ହୋଇଥିଲା।

ସାରଳା ରିଅଲକନ ପ୍ରାଇଭେଟ ଲିମିଟେଡ଼ର ସମସ୍ତ ସମ୍ପତ୍ତି ଆଟାଚ କରିବା ପାଇଁ ୨୦୧୬ ଅକ୍ଟୋବର ୧୯ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ। ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ୨୧୭ ଟି ଦଲିଲ ଓ ସାକ୍ଷୀମାନଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ସାରଳା ରିଅଲକନ ପ୍ରାଇଭେଟ ଲିମିଟେଡ଼ର ସମ୍ପତ୍ତି ବାଜ୍ୟାପ୍ତି କରିଛନ୍ତି ଓପିଆଇଡି କୋର୍ଟ। ଭୁସମ୍ପତ୍ତି, ଗାଡ଼ିର ନିଲାମ ଅର୍ଥ ଓ ଜମା ହୋଇଥିବା ଟଙ୍କାକୁ ମିଶାଇ ସେହି ଚିଟଫଣ୍ଡ କମ୍ପାନୀର ଜମାକାରୀଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ। ସରକାରଙ୍କ ପକ୍ଷରୁ ଏହି ମାମଲା ସରକାରୀ ଓକିଲ ସୁବ୍ରତ ମହାନ୍ତି ପରିଚାଳନା କରୁଥିଲେ। ରାଜ୍ୟରେ ଇତିମଧ୍ୟରେ ୨୧ ଟି ଚିଟଫଣ୍ଡ କମ୍ପାନିର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ ଦେଇ ସାରିଲେଣି ଓପିଆଇଡି କୋର୍ଟ।

KNews Bureau

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

7 mins ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

59 mins ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

2 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

2 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

3 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

4 hours ago