Categories: ରାଜ୍ୟ

ଜାନୁଆରୀରୁ ସେସୁର ସ୍ପେସିଆଲ ଡ୍ରାଇଭ, ବକେୟା ପୈଠ ନଦେଲେ କଟିବ ଲାଇନ

ବକେୟା ବିଦ୍ୟୁତ୍‌ ବିଲ ନେଇ ସେସୁ ସିଇଓ ଅରୁଣ ବୋଥ୍ରାଙ୍କ ପ୍ରେସମିଟ୍‌ । ସେସୁର ଆର୍ଥିକ ଅବସ୍ଥା ଭଲନାହିଁ । ଭଲ ସେବା ଦେବା ପାଇଁ ଚେଷ୍ଟା କରାଯାଉଛି ହେଲେ ବିଫଳ ହେଉଛୁ । କାରଣ ବର୍ଷ ବର୍ଷ ଧରି ବଜୁଳି ଦେୟ ଦେଉନହାନ୍ତି ଲୋକ । ସାରା ରାଜ୍ୟରେ ୧୯୭୧ କୋଟି ଟଙ୍କା ବକେୟା ରହିଛି । ୫୮ ହଜାର ଉପଭୋକ୍ତାଙ୍କ ଉପରେ ୫୦ ହଜାର ଟଙ୍କାରୁ ଅଧିକ ବାକି ପଡିଛି । ଲକ୍ଷେରୁ ଅଧିକ ଉପଭୋକ୍ତା ଗତ ଦୁଇବର୍ଷ ହେଲା ବିଜୁଳି ବିଲ ଦେଇନାହାନ୍ତି । ଏ ବାବଦରେ ୩୯୪ କୋଟି ବାକି ରହିଛି । ଘରୋଇ ଉପଭୋକ୍ତା ୯୨ ପ୍ରତିଶତ ୧୦୨୩ କୋଟି ବାକି ରଖିଛନ୍ତି । ୭.୧ ପ୍ରତିଶତ ବାଣିଜ୍ୟିକ ଉପଭୋକ୍ତାଭ୍କ ଉପରେ ୧୦୮ କୋଟି ଟଙ୍କା ବାକି ରହିଛି । ଦେୟ ଦେବାକୁ ଚାହିଁଲେ ୬ଟି ଇନଷ୍ଟାଲମେଣ୍ଟରେ ଦେଇପାରିବେ । ଏଥିପାଇଁ ଆବେଦନ କରିବାକୁ ପଡିବ । ସେସୁରେ ୭ଲକ୍ଷ ଉପଭୋକ୍ତା ଅଛନ୍ତି । ବକେୟା ଥିବା ୨୯୦ କୋଟି ଉପରେ ବିବାଦ ରହିଛି । ଜାନୁଆରୀ ୧୫ ସୁଦ୍ଧା ବିଲ ନଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିପାଇର୍ ୧୫ ତାରିଖରୁ ସ୍ପେଶାଲ ଡ୍ରାଇଭ ଆରମ୍ଭ ହେବ । ପଇଠ କରିନଥିବା ଉପଭୋକ୍ତାଙ୍କ ବିଜୁଳି କଟାଯିବ ବୋଲି ସେ କହିଛନ୍ତି । ୧୬ ସେହିଭଳି ଟାଟା ପାଓ୍ଵାରକୁ ସେସୁ ବିକ୍ରି ଚର୍ଚ୍ଚାକୁ ଖଣ୍ଡନ କରିନାହାନ୍ତି ସେସୁ ସିଇଓ ଅରୁଣ ବୋଥ୍ରା । ଟାଟା ପାଓ୍ଵାର ସେସୁ କିଣିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ଅରୁଣ ବୋଥ୍ରା ।

KNews Bureau

Recent Posts

ଶସ୍ତା ହେଲା ଆଇଫୋନ୍ 15, ଶୀଘ୍ର ଉଠାନ୍ତୁ ଅଫରର ଲାଭ

ଆଇଫୋନ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି କି? ବିଜୟ ସେଲ୍ସରେ ଜୁନ୍ ୮ ରୁ ଆପଲ୍ ଡେ ସେଲ୍‌ ଆରମ୍ଭ ହୋଇଛି…

4 mins ago

୩୩ କେଭି ଲାଇନ ତାର ଲାଗି ୨ ଶ୍ରିମିକ ଗୁରୁତର

କାମାକ୍ଷାନଗର: ଘର କାମ କରୁଥିବା ବେଳେ ଅଘଟଣ । ଲୁହା ରଡ ଭିଡୁଥିବା ସମୟରେ ୩୩ କେଭି ଲାଇନ ତାର…

34 mins ago

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ୩୦୦୦ ପଦବୀ ଖାଲି, ୧୭ ଜୁନ୍‌ ପର୍ଯ୍ୟନ୍ତ କରନ୍ତୁ ଆବେଦନ

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଅପାରଣ୍ଟିସ ପଦବୀରେ ୩୦୦୦…

40 mins ago

ଜମ୍ମୁ କଶ୍ମୀର : ତୀର୍ଥଯାତ୍ରୀ ବସ୍‌ ଉପରେ ଆତଙ୍କୀ ଆକ୍ରମଣ, ୧୦ ମୃତ, ୩୩ ଗୁରୁତର

ଜମ୍ମୁ କଶ୍ମୀରର ରିଆସି ଜିଲ୍ଲାରେ ତୀର୍ଥ ଯାତ୍ରୀ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏଥିରେ ୧୦ ଜଣଙ୍କ…

53 mins ago

Vi ଦେଉଛି ବଢ଼ିଆ ଡିଲ୍‌, ପୂରା ବର୍ଷ ପାଇଁ ମିଳିବ ରିଚାର୍ଜ ଅଫର

ଭୋଡାଫୋନ୍ ଆଇଡିଆ ହେଉଛି ଦେଶର ତୃତୀୟ ବଡ଼ ଟେଲିକମ୍ କମ୍ପାନୀ । Viର କମ୍ ଗ୍ରାହକ ଥିଲେ ମଧ୍ୟ ଏହା…

1 hour ago

ହସ୍ପିଟାଲ ବେଡ୍‌ରୁ ଚୋରି ଶିଶୁ ଉଦ୍ଧାର, ସିସିଟିଭି ପାଇଁ ଧରାପଡିଲା ଚୋର

ବାଲେଶ୍ୱର(କେନ୍ୟୁଜ): ମେଡିକାଲରୁ ଚୋରି ଶିଶୁ ଉଦ୍ଧାର । ବାଲେଶ୍ୱର ମେଡିକାଲରୁ ଚୋରି ହୋଇଥିବା ନବଜାତ ଶିଶୁ ଉଦ୍ଧାର ହୋଇଛି ।…

1 hour ago