ରାଜ୍ୟ

ଗେଲି କହୁଛି ଇଲେକଟ୍ରି ସକ୍‌ରେ ମୁଁ ମରି ନଥିଲି, ପାଟିରେ ଲୁଗା ପୂରାଇ ମୋତେ ମାରି ଦେଲେ

ସୋର (କେନ୍ୟୁଜ) : ମୁଁ ଏମିତି ମରିନି, ମୋ ପାଟିରେ ଲୁଗା ପୁରାଇ ମୋତେ ମାରିଲେ ଗାଡିରୁ ଠେଲି ଦେଲେ। ମୋତେ ମୋ ଯାଆ ମାରିଦେଇଛି, ଆଇ ତା ବାପା ମିଶି ମୋତେ ମାରିଦେଲେ। ମୋତେ ବହୁତ କଲବଲ୍‌ କରି ମାରିଲେ ….ମୋ ଛୁଆକୁ ଟିକେ ଆଣ ମୁଁ ଦେଖିବି, ସେମାନେ ମୋ ଛୁଆକୁ ବହୁତ ହୀନିମାନ କରୁଛନ୍ତି। କିଛି ଏମିତି କହି କଇଁ କଇଁ ହୋଇ କାନ୍ଦୁଛି ମୃତ ଗେଲି।

ଏଇ ଛୋଟ ଝିଅଟି କହୁଛି ବଡ ଭଉଣୀର ମୃତ୍ୟୁର ବୟାନ। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ମହାରାଜପୁର ବାଟିଟଙ୍କି ଗ୍ରାମରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାନ ଭଉଣୀ ଦେହରେ ପ୍ରେତ ସବାର ହୋଇ କହୁଛି ବଡ ଭଉଣୀର ମୃତ୍ୟୁର ରହସ୍ୟ । କୁନି ଝିଅ କହୁଛି ସେମାନେ ମୋ ଟାୱେଲକୁ ଇଲେଟ୍ରିକ ଚାର୍ଜ କରିଦେଲେ । ସେମାନେ ଦୁଇ ଜଣ ଥିଲେ। ମୁଁ ଅଟା ଦଳୁ ଥିବାବେଳେ ପାଣି ପାଇଁ ଟୀୱେଲ ଛୁଇଁ କରେଣ୍ଟ ଖାଇ ମରି ନଥିଲି । ମୋ ପାଟିରେ ସେମାନେ ଲୁଗା ପୁରାଇ ଦେଲେ , ମୁଁ ପଡି ନାହିଁ, ମୋ ଛୁଆକୁ ସେମାନେ ହୀନିମାନ କରୁଛନ୍ତି । ମୁଁ ଛୁଆକୁ ଦେଖିବି ଆଣ ମୋ ଛୁଆକୁ।

ଶିଶୁ କନ୍ୟାର ଏଭଳି ବୟାନ ପରେ ଏବେ ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି । ମହାରାଜପୁର ଗ୍ରାମର ଚନ୍ଦନ ବେହେରା ସେହି ପଞ୍ଚାୟତର ବାଟିଟଙ୍କି ଗ୍ରାମର ଜ୍ୟୋତ୍ସ୍ନାରାଣୀ ଜେନାଙ୍କୁ ପ୍ରେମ ବିବାହ କରିଥିଲେ । ଗତ ୨୭ ଜୁନରେ ବିଦ୍ୟୁତ ଆଘାତ ପାଇଥିବାର କହି ଘର ଲୋକେ ଗୋପାଳପୁର ଡ଼ାକ୍ତରଖାନା ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । କିନ୍ତୁ ବାପ ଘର ଲୋକଙ୍କୁ ସନ୍ଦେହ ହେବାରୁ ଜୁଲାଇ ୨ ତାରିଖରେ ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣି ଥାନା ଦ୍ୱାରସ୍ଥ ହୋଇ ଥିଲେ ବାପ ଘର ଲୋକେ ।

କାର୍ଯ୍ୟାନୁଷ୍ଠାନ ନ ହେବାରୁ ବାପଘର ଲୋକେ ଏସପିଙ୍କ ଦ୍ୱାରସ୍ଥ ହେବା ପରେ ଚନ୍ଦନକୁ ଉଠାଇ ନେଇଥିଲା ପୋଲିସ୍ । ଚନ୍ଦନ କ୍ରିୟାକର୍ମ ପରେ ଗ୍ରାମରେ ବୁଲୁଥିବାର ଦେଖି ପୁଣି ବାପଘର ଲୋକେ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଶେଷରେ ପ୍ରେତାତ୍ମା ମାଡ଼ି ବସିଥିବା ଶିଶୁଟିକୁ ମୃତ ଜ୍ୟୋତ୍ସ୍ନାରାଣୀ ଘରକୁ ନେବାପରେ ସେ ଜ୍ୟୋତ୍ସ୍ନାରାଣୀର ଅନ୍ୟ ଝିଅ କିମ୍ବା ସ୍ୱାମୀ ଶଶୁରଙ୍କୁ ଦେଖା ପାଇନଥିଲା । ସମସ୍ତେ ଜ୍ୟୋତ୍ସ୍ନାରାଣୀ ଶଶୁର ଘରୁ କୁଆଡେ ପଳାଇ ଯାଇଥିଲେ ।

କୁନି ଝିଅ ମୁହଁରୁ ବଡ ଝିଅ ମୃତ୍ୟୁର ରହସ୍ୟ ଶୁଣିବା ପରେ ନିଜ କୋହକୁ ସମ୍ଭାଳି ପାରୁନାହାଁନ୍ତି ପରିବାର ଲୋକେ। ସତରେ କେତେ କଲବଲ୍‌ କରି ମାରିଛନ୍ତି ଜ୍ୟୋସ୍ନାରାଣୀଙ୍କୁ। ମୃତ ଗେଲିର ଆତ୍ମା ସିନା କହିଦେଲା ସେ କେମିତି କଲବଲ ହୋଇ ମରିଛି କିନ୍ତୁ ଏମିତି ଅନେକ ଝିଅଙ୍କୁ ଶାଶୁ ଘର ଲୋକେ ମାରିଦେଉଛନ୍ତି କିନ୍ତୁ ସେସବୁ ଚାପି ହୋଇଯାଉଛି ସମୟକ୍ରମେ।

Pritiparna

Recent Posts

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

10 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

56 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago