ସୋର (କେନ୍ୟୁଜ) : ମାଆ ଖୋଜୁଛି ପୁଅକୁ । ଖୋଜି ଖୋଜି ନପାଇ, ନିରାଶ ହୋଇ ପହଁଚିଛି ପୋଲିସ ପାଖରେ । ମନ ଦୁଃଖରେ କହୁଛି ପୋଲିସ ବାବୁ ଦୟାକରି ମୋ ପୁଅକୁ ଖୋଜି ଆଣ । ସ୍କୁଲ ଯାଇଥିଲାମୋ ପୁଅ । କିନ୍ତୁ ଏଯାଏଁ ଫେରିନି ଘରକୁ । ମୋ ପୁଅ କୁଆଡେ ଗଲା, କେଉଁଆଡେ ପଳାଇଲା, କିଏ ନେଇ ଯାଇଛି ତାକୁ । ଏମିତି କେତେ କଣ ମାଆ କହିପକାଉଛି ।
ଜଣେ ନୁହେଁ ଦୁଇ ଜଣ ଛାତ୍ର ସାଙ୍ଗ ହୋଇ ହୋଇଯାଇଛନ୍ତି ନିିଖୋଜ୍ । ଅନନ୍ତପୁର ପାଟିମୁଣ୍ଡା ହାଇସ୍କୁଲର ଦଶମ ଶ୍ରେଣୀରେ ପଢ଼ୁଥିବା ଦୁଇ ଛାତ୍ର ଏବେ ନିଖୋଜ୍ ଅଛନ୍ତି । ଦୁଇଜଣଙ୍କର କୌଣସି ପତ୍ତା ମିଳୁନି । କିଏ କହୁଛି ସେମାନେ କୁଆଡେ ଯାତ୍ରା ପାର୍ଟିକୁ ପଳାଇଛନ୍ତି । ଏତେ ଛୋଟ ପିଲା ସ୍କୁଲରେ ପଢ଼ୁଥିବା ପିଲା ଏ ଯାତ୍ରା ପାର୍ଟିରେ ମିଶିବା ଖବର ଶୁଣି ମାଆ ମୁଣ୍ଡ କାମ କରୁନି ।
ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତରେ ଲେଙ୍କାତୋଟା ଗାଁର ଶ୍ରୀ ରମେଶ ସାହୁଙ୍କ ପୁଅ ରାଜେଶ ଓ ଅନନ୍ତପୁର ଗାଁର ଅବିନାଶ ପାଟିମୁଣ୍ଡା ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢ଼ନ୍ତି l ସବୁଦିନ ପରି ୧୦ ତାରିଖ ଦିନ ବି ସ୍କୁଲ ଯାଇଥିଲେ କିନ୍ତୁ ସ୍କୁଲରୁ ଫେରିଲେନି । ସ୍କୁଲ ଯାଇ ନଫେରିବାରୁ ପରିବାର ଲୋକ ବହୁ ଖୋଜାଖୋଜି କଲେ । କିନ୍ତୁ ପାଇଲେନି ପୁଅକୁ । ପୁଅକୁ ନ ପାଇବାରୁ ଅନନ୍ତପୁର ଫାଣ୍ଡିରେ ଲିଖିତ ଏତଲା ଦେଇଛନ୍ତି ପରିବାର ଲୋକେ । ଅନନ୍ତପୁର ଫାଣ୍ଡି ଅଧିକାରୀ ଏତଲାକୁ ଗ୍ରହଣ କରି ତଦନ୍ତ ଚଳାଇଛନ୍ତି ।
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…