Below header

ମାଆ ଖୋଜି ଖୋଜି ହତାଶ, କିନ୍ତୁ ସ୍କୁଲରୁ କେଉଁଆଡେ ଗାୟବ ହୋଇଯାଇଛନ୍ତି ଦୁଇ ଦଶମ ଶ୍ରେଣୀ ଛାତ୍ର

ଜଣେ ନୁହେଁ ଦୁଇ ଜଣ ଛାତ୍ର ସାଙ୍ଗ ହୋଇ ହୋଇଯାଇଛନ୍ତି ନିିଖୋଜ୍‌ । ଅନନ୍ତପୁର ପାଟିମୁଣ୍ଡା ହାଇସ୍କୁଲର ଦଶମ ଶ୍ରେଣୀରେ ପଢ଼ୁଥିବା ଦୁଇ ଛାତ୍ର ଏବେ ନିଖୋଜ୍‌ ଅଛନ୍ତି ।

ସୋର (କେନ୍ୟୁଜ) : ମାଆ ଖୋଜୁଛି ପୁଅକୁ । ଖୋଜି ଖୋଜି ନପାଇ, ନିରାଶ ହୋଇ ପହଁଚିଛି ପୋଲିସ ପାଖରେ । ମନ ଦୁଃଖରେ କହୁଛି ପୋଲିସ ବାବୁ ଦୟାକରି ମୋ ପୁଅକୁ ଖୋଜି ଆଣ । ସ୍କୁଲ ଯାଇଥିଲାମୋ ପୁଅ । କିନ୍ତୁ ଏଯାଏଁ ଫେରିନି ଘରକୁ । ମୋ ପୁଅ କୁଆଡେ ଗଲା, କେଉଁଆଡେ ପଳାଇଲା, କିଏ ନେଇ ଯାଇଛି ତାକୁ । ଏମିତି କେତେ କଣ ମାଆ କହିପକାଉଛି ।

ଜଣେ ନୁହେଁ ଦୁଇ ଜଣ ଛାତ୍ର ସାଙ୍ଗ ହୋଇ ହୋଇଯାଇଛନ୍ତି ନିିଖୋଜ୍‌ । ଅନନ୍ତପୁର ପାଟିମୁଣ୍ଡା ହାଇସ୍କୁଲର ଦଶମ ଶ୍ରେଣୀରେ ପଢ଼ୁଥିବା ଦୁଇ ଛାତ୍ର ଏବେ ନିଖୋଜ୍‌ ଅଛନ୍ତି । ଦୁଇଜଣଙ୍କର କୌଣସି ପତ୍ତା ମିଳୁନି । କିଏ କହୁଛି ସେମାନେ କୁଆଡେ ଯାତ୍ରା ପାର୍ଟିକୁ ପଳାଇଛନ୍ତି । ଏତେ ଛୋଟ ପିଲା ସ୍କୁଲରେ ପଢ଼ୁଥିବା ପିଲା ଏ ଯାତ୍ରା ପାର୍ଟିରେ ମିଶିବା ଖବର ଶୁଣି ମାଆ ମୁଣ୍ଡ କାମ କରୁନି ।

ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତରେ ଲେଙ୍କାତୋଟା ଗାଁର ଶ୍ରୀ ରମେଶ ସାହୁଙ୍କ ପୁଅ ରାଜେଶ ଓ ଅନନ୍ତପୁର ଗାଁର ଅବିନାଶ ପାଟିମୁଣ୍ଡା ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢ଼ନ୍ତି l ସବୁଦିନ ପରି ୧୦ ତାରିଖ ଦିନ ବି ସ୍କୁଲ ଯାଇଥିଲେ କିନ୍ତୁ ସ୍କୁଲରୁ ଫେରିଲେନି । ସ୍କୁଲ ଯାଇ ନଫେରିବାରୁ ପରିବାର ଲୋକ ବହୁ ଖୋଜାଖୋଜି କଲେ । କିନ୍ତୁ ପାଇଲେନି ପୁଅକୁ । ପୁଅକୁ ନ ପାଇବାରୁ ଅନନ୍ତପୁର ଫାଣ୍ଡିରେ ଲିଖିତ ଏତଲା ଦେଇଛନ୍ତି ପରିବାର ଲୋକେ । ଅନନ୍ତପୁର ଫାଣ୍ଡି ଅଧିକାରୀ ଏତଲାକୁ ଗ୍ରହଣ କରି ତଦନ୍ତ ଚଳାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.