ଝିଅ ମାଳତିର ପ୍ରଥମ ରଙ୍ଗୋଲି ସେୟାର କଲେ ପ୍ରିୟଙ୍କା, ଜଣାଇଲେ ଦୀପାବଳି ଶୁଭକାମନା

ବର୍ତ୍ତମାନ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଦୀପାବଳି ଉତ୍ସବରେ ପଳନ କରିବାରେ ବ୍ୟସ୍ତ ଅଛନ୍ତି । କିଛି ଦିନ ପୂର୍ବରୁ ସେ ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍ସଙ୍କ ସହିତ ଏହାର କିଛି ଫଟୋ ସେୟାର କରିଥିଲେ । ସେହି ଫଟୋଗୁଡ଼ିକରେ ପ୍ରିୟଙ୍କାଙ୍କ ଝିଅ ମାଳତି ପ୍ରଥମ ରଙ୍ଗୋଲି କରିଥିବାର ନଜର ଆସିଛି ।

ବଲିଉଡର ଦେଶୀ ଗର୍ଲ ଅର୍ଥାତ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ହୁଏତ ଏବେ ବିଦେଶରେ ବସବାସ କରିଛନ୍ତି, କିନ୍ତୁ ସେଠାରେ ସେ ପ୍ରତ୍ୟେକ ପର୍ବକୁ ବହୁତ ବଡ଼ ଉତ୍ସବରେ ପାଳନ କରନ୍ତି । ବର୍ତ୍ତମାନ ଅଭିନେତ୍ରୀ ଦୀପାବଳି ଉତ୍ସବରେ ପଳନ କରିବାରେ ବ୍ୟସ୍ତ ଅଛନ୍ତି । କିଛି ଦିନ ପୂର୍ବରୁ ସେ ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍ସଙ୍କ ସହିତ ଏହାର କିଛି ଫଟୋ ସେୟାର କରିଥିଲେ । ସେହି ଫଟୋଗୁଡ଼ିକରେ ପ୍ରିୟଙ୍କାଙ୍କ ଝିଅ ମାଳତି ପ୍ରଥମ ରଙ୍ଗୋଲି କରିଥିବାର ନଜର ଆସିଛି ।

ପ୍ରିୟଙ୍କା ଚୋପ୍ରା ଏହି ଫଟୋଗୁଡ଼ିକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟର ଷ୍ଟୋରୀରେ ସେୟାର କରିଛନ୍ତି । ଯେଉଁଥିରେ ସେ ଫ୍ୟାନ୍ସଙ୍କୁ ମାଳତିଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଥମ ରଙ୍ଗୋଲି ମଧ୍ୟ ଦେଖାଇଥିଲେ । ଏହାକୁ ସେୟାର କରି ଅଭିନେତ୍ରୀ ଲେଖିଥିଲେ, ଯେ ‘ପ୍ରଥମ ରଙ୍ଗୋଲି’ । ଫଟୋଟି ମାଳତି ଦ୍ୱାରା ନିର୍ମିତ ଏକ ସୁନ୍ଦର ଧଳା ଏବଂ ବାଇଗଣୀ ରଙ୍ଗର ରଙ୍ଗୋଲି ଦେଖିବାକୁ ମିଳିଛି । ଯାହା ଭିତରେ ଏକ ଦୀପ ମଧ୍ୟ ରହିଛି ।

ଏହା ପରେ ପ୍ରିୟଙ୍କା ଜଳୁଥିବା ଦୀପର ଏକ ଫଟୋ ସେୟାର କରିବା ସହ ତାଙ୍କର ସମସ୍ତ ଫ୍ୟାନ୍ସଙ୍କୁ ଦୀପାବଳିର ଶୁଭକାମନା ମଧ୍ୟ ଜଣାଇଛନ୍ତି ଓ ଲେଖିଛନ୍ତି, ଯେ ଆପଣ ସମସ୍ତଙ୍କୁ ଦୀପାବଳୀର ଶୁଭକାମନା… ସେଠାରେ ସବୁ ବେଳେ ଆଲୋକ ରହିଥାଉ । ତେବେ ପ୍ରିୟଙ୍କାଙ୍କ ଏହି ପୋଷ୍ଟ ବହୁତ ଜୋର୍‌ସୋର୍‌ରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେହି ସବୁ ଫଟୋକୁ ଦେଖିବା ପରେ ପ୍ରିୟଙ୍କାଙ୍କ ସମସ୍ତ ଫ୍ୟାନ୍ସ ବହୁତ ହି ପସନ୍ଦ କରିଛନ୍ତି ।

ତେବେ ଶେଷ ଥର ପାଇଁ ପ୍ରୟଙ୍କା ଚୋପ୍ରା ଫିଲ୍ମ ‘ମମି’ ଫେଷ୍ଟିବାଲରେ ସାମିଲ ହେବା ପାଇଁ ମୁମ୍ବାଇ ଆସିଥିଲେ । ସେଠାରେ ତାଙ୍କ କିଲର ଲୁକ୍‌ ଦେଖିବା ପାଇଁ ମିଳିଥିଲା । ଯଦି ତାଙ୍କ ଓ୍ଵାର୍କଫିଲ୍ଡି କଥା କହିବା, ତାହେଲେ ଅଭିନେତ୍ରୀ ଶେଷଥର ପାଇଁ ‘ସିଟାଡେଲ୍‌ ୨’ରେ ନଜର ଆସିଥିଲେ । ସୂଚନା ମୁତାବକ, ଏବେ ପ୍ରୟିଙ୍କା ଅନେକ ବଡ ବଡ ପ୍ରୋଜେକ୍ଟରେ ନଜର ଆସବା ପାଇଁ ଯାଉଛିନ୍ତି ।

ବଲିଉଡର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ହଲିଉଡ୍‌ର ସିଙ୍ଘମ୍‌ ନିକ୍‌ ଜୋନସ୍‌ଙ୍କୁ ବିବାହ କରିଛନ୍ତି । ତେବେ ବିବାହର କିଛି ଦିନ ପରେ ତାଙ୍କର ଏକ ସୁନ୍ଦର ଝିଅ ମଧ୍ୟ ହୋଇଥିଲା, ଯାହାର ନାମ ମାଳତି । ଏହି ଦୁଇଜଣ ଷ୍ଟାର ପ୍ରାୟତଃ ତାଙ୍କ ଝିଅର ଅନେକ ଫଟୋ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ସେୟାର କରିଥାନ୍ତି । ତେବେ ଏବେ ମଧ୍ୟ ସେହି ପରି ଏକ ଫଟୋ ସେୟାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.