ପୁଣିଥରେ ଅତରଙ୍ଗୀ ଆଉଟଫିଟରେ ଉର୍ଫି, ୟୁଜର୍ସ କହିଲେ ‘ଲେଡି ଧାଗା’

ନିଜ ଅତରଙ୍ଗୀ ପୋଷାକ ପାଇଁ ଫେମସ ଉର୍ଫି ଜାଭେଦ୍ ପ୍ରତ୍ୟେକ ଥର ଏଭଳି କିଛି ପିନ୍ଧନ୍ତି, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । କିନ୍ତୁ ଏଥର ତାଙ୍କ ପୋଷାକ ଦେଖି ଯୁଜର୍ସମାନେ ପାଗଳ ହୋଇଯାଇଛନ୍ତି ।

ନିଜ ଅତରଙ୍ଗୀ ପୋଷାକ ପାଇଁ ଫେମସ ଉର୍ଫି ଜାଭେଦ୍ ପ୍ରତ୍ୟେକ ଥର ଏଭଳି କିଛି ପିନ୍ଧନ୍ତି,  ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । କିନ୍ତୁ ଏଥର ତାଙ୍କ ପୋଷାକ ଦେଖି ୟୁଜର୍ସମାନେ ପାଗଳ ହୋଇଯାଇଛନ୍ତି । ଉର୍ଫିଙ୍କ ଏହି ଲୁକ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ନିଜ ଲୁକ ଦ୍ୱାରା ସବୁବେଳେ ଚର୍ଚ୍ଚାରେ ରହୁଥିବା ଉର୍ଫି ଜାଭେଦ ଇଣ୍ଟରନେଟରେ ସବୁବେଳେ ନିଜ ଜଲୱା ଜାରି ରଖିଥାନ୍ତି ।

ନିକଟରେ, ଦିୱାଲୀ ଅବସରରେ ଉର୍ଫି ଏପରି କିଛି ପିନ୍ଧିଥିଲେ ଯାହାକୁ ଦେଖି ସୋସିଆଲ ମିଡିଆ ୟୁଜର୍ସ ମାନଙ୍କର ଫ୍ୟୁଜ୍ ଉଡିଯାଇଥିଲା । ଭାଇରାଲ ଭିଡିଓରେ ଉର୍ଫି ଧଳା ରଙ୍ଗର ଏକ ଷ୍ଟାଇଲିସ ଡ୍ରେସ ପିନ୍ଧିଥିବାର ନଜର ଆସିଛନ୍ତି । ଏହି ପୋଷାକ ପିନ୍ଧି ଉର୍ଫି ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଥିଲେ । ପୁରା ଲୁକ୍ ବିଷୟରେ କହିବାକୁ ଗଲେ ଉର୍ଫି ଏକ ଧଳା କ୍ୟାପ୍, ଅଫ ସୋଲଡର ଟପ, ଯାହାର ହାତକୁ ସୂତାରେ ବନ୍ଧାଯାଇଥିଲା ।

 

View this post on Instagram

 

A post shared by Viral Bhayani (@viralbhayani)

ଉର୍ଫିଙ୍କ ପ୍ୟାଣ୍ଟ ବିଷୟରେ କହିବାକୁ ଗଲେ, ଧଳା ଲୋୟରକୁ ସାଇଟରୁ କାଟି ୱିଣ୍ଡୋ ପରି ତିଆରି କରାଯାଇଥିଲା । ଏହି ଅଜବ ଫ୍ୟାଶନ ପାଇଁ ଲୋକମାନେ ଉର୍ଫିଙ୍କୁ ଖୁବ୍ ଟ୍ରୋଲ କରୁଛନ୍ତି । ଉର୍ଫି ଜାଭେଦଙ୍କ ଏହି ନୂଆ ଲୁକ୍ ଭିଡିଓରେ ନେଟିଜେନ୍ସ ତାଙ୍କୁ ଖୁବ ଟ୍ରୋଲ କରୁଛନ୍ତି । ଜଣେ ୟୁଜର ଉର୍ଫିଙ୍କୁ ‘ଲେଡି ଧାଗା’ ବୋଲି କହିଛନ୍ତି ।

ଅନ୍ୟ ଜଣେ ୟୁଜର କହିଛନ୍ତି – ‘ଏହା କି ପ୍ରକାର ଲୁକ୍’, ଉର୍ଫି ତାଙ୍କ ଅଜବ ଫ୍ୟାଶନ୍ ସେନ୍ସ ପାଇଁ ସବୁବେଳେ ଟ୍ରୋଲ୍ ହୋଇଥାନ୍ତି । ସୋସିଆଲ ମିଡିଆରେ ଲୋକପ୍ରିୟ ଉର୍ଫି ଜାଭେଦ୍ ତାଙ୍କ ଲୁକ୍ ପାଇଁ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି । ବର୍ତ୍ତମାନ ଅଭିନେତ୍ରୀଙ୍କ ନୂଆ ପୋଷ୍ଟ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.