Below header

ଆଖିକୁ ଦେଖାଯାଏନି, କାନକୁ ବି ଶୁଭେନାହିଁ ଏଭଳି ଅବସ୍ଥାରେ ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି ଯୁବତୀ

ଦିବ୍ୟାଙ୍ଗ ଯୁବତୀକୁ ବି ଛାଡିଲେନି ପିଶାଚ

ସୋର (କେନ୍ୟୁଜ) : କାନକୁ ଶୁଭେନାହିଁ ଆଖିକୁ ବି ଦେଖାଯାଏନି, କିନ୍ତୁ ହୋଇଛନ୍ତି ଗଣ ଦୁଷ୍କର୍ମର ଶିକାର । ହଁ ଆଜ୍ଞା ସେ ଜଣେ ଦିବ୍ୟାଙ୍ଗ ଯୁବତୀ । ଏତେ ନିଷ୍ଠୁର ଏ ଲୋକମାନେ ଯେ, ଭାବିଲେନି ସେ ଜଣେ ଦିବ୍ୟାଙ୍ଗ ବୋଲି । ଆଖିକୁ ଦେଖାଯାଏନି, କାନକୁ ବି ଶୁଭେନାହିଁ । ଏଭଳି ଅବସ୍ଥାରେ ପୁଣି ଗଣ ଦୁଷ୍କର୍ମର ଶିକାର । ଭାବିଲେ ଝିଅଟିର ମନ କଣ ହେଉଥିବ ।

ବାଲେଶ୍ୱର ଜିଲ୍ଲା ସୋର ଔପଦl ବଡପୋଖରି ଗଜାଆମ୍ବରେ ଜଣେ ଯୁବକଙ୍କ ଦିବ୍ୟଙ୍ଗ ଶାଳୀ ମୟୂରଭଞ୍ଜ ଉଦଳାରୁ ବୁଲିବାକୁ ଆସିଥିଲେ l ଆଉ ଏହି ସମୟରେ ଦିବ୍ୟlଙ୍ଗ ଯୁବତୀକୁ ଦୁଇଜଣ ଯୁବକ ବାୟା ସିଂ ଓ ଅନ୍ୟ ଜଣେ ଯୁବକ ମିଶି ଦିବ୍ୟାଙ୍ଗ ଯୁବତୀଙ୍କୁ ଟେକି ନେଇଗଲେ । ଆଉ ମଣିଷ ରୂପୀ ପିଶାଚ ଦିବ୍ୟାଙ୍ଗ ଯୁବତୀଙ୍କୁ ଝୁଣି ଦେଇଗଲେ ।

ସତରେ ଏମାନଙ୍କର କଣ ଦୟାମାୟା ନାହିଁ। ଏତେ ନିଷ୍ଠୁର ଏମାନେ । ଦିନ ୧୦ଟାରୁ ସାଡେ ବାରଟା ପର୍ଯ୍ୟନ୍ତ ସୋର ମଙ୍ଗଳପୁର ଜାତପଦା ଜଙ୍ଗଲରେ ଯୁବତୀଙ୍କୁ ରଖି ଗଣ ଦୂର୍ଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଯାହାପରେ ଗଜାଆମ୍ବ ଗାଁ ଲୋକେ ଦିବ୍ୟାଙ୍ଗ ଯୁବତୀକୁ ଜଙ୍ଗଲରୁ ଅପରାହ୍ନରେ ଉଦ୍ଧାର କରିଥିବା ବେଳେ ବିଳମ୍ୱିତ ରାତିରେ ଅଭିଯୁକ୍ତ ବାୟlକୁ ଜଙ୍ଗଲରୁ ଧରି ସୋର ପୋଲିସକୁ ଜିମା ଦେଇଥିଲେ l ପୋଲିସ ଦିବ୍ୟା ଯୁବତୀଙ୍କର ଡାକ୍ତରୀ ମାଇନା କରିବା ସହିତ ଅଭିଯୁକ୍ତ ବାୟlକୁ ପୋଲିସ କୋର୍ଟକୁ ଚାଲାଣ କରିଛି। ସେହିପରୀ ଅନ୍ୟ ଜଣେ ଯୁବକ ଫେରାର ଅଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.