ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଜଣାଇଲେ ଦୀପାବଳିର ଶୁଭେଚ୍ଛା; ନିଜ ବାର୍ତ୍ତାରେ କହିଲେ, ‘ଗରିବଙ୍କୁ ଖୁସି ବାଣ୍ଟ, ସୁରକ୍ଷିତ ରୁହ’

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଲୋକର ପର୍ବ ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଖାସ୍‌ ଉତ୍ସବ ପାଇଁ ଅଭିନନ୍ଦନ ଜଣାଇବା ସହ ରାଷ୍ଟ୍ରପତି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ମଧ୍ୟ ଦେଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଶୁଭକାମନା ବାର୍ତ୍ତା ଲେଖିଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଲୋକର ପର୍ବ ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଖାସ୍‌ ଉତ୍ସବ ପାଇଁ ଅଭିନନ୍ଦନ ଜଣାଇବା ସହ ରାଷ୍ଟ୍ରପତି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ମଧ୍ୟ ଦେଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଶୁଭକାମନା ବାର୍ତ୍ତା ଲେଖିଛନ୍ତି।

ନିଜ ବାର୍ତ୍ତାରେ ରାଷ୍ଟ୍ରପତି ଲେଖିଛନ୍ତି, ‘ଦୀପାବଳିର ଶୁଭ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା। ମୁଁ ସମସ୍ତ ଦେଶବାସୀ ଏବଂ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ତଥା ଶୁଭେଚ୍ଛା ଜଣାଉଛି’।

ଏହାସହ ରାଷ୍ଟ୍ରପତି ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ନିବେଦନ କରି ଲେଖିଛନ୍ତି ଯେ ‘ଯେପରି ଦୀପାବଳିରେ ଗୋଟିଏ ଦୀପ ଅନେକ ଦୀପକୁ ପ୍ରଜ୍ଜ୍ୱଳିତ କରିପାରେ, ସେହିଭଳି ଆମେ ସମାଜର ଗରିବ, ଅସହାୟ ଏବଂ ଅଭାବୀ ଲୋକଙ୍କ ସହ ଖୁସି ବାଣ୍ଟି ସେମାନଙ୍କ ଜୀବନରେ ସୁଖ ଓ ସମୃଦ୍ଧିର ଆଲୋକ ବିସ୍ତାର କରିପାରିବା। ଆସନ୍ତୁ ସମସ୍ତେ ମିଶି ଆଲୋକର ପର୍ବକୁ ସ୍ୱଚ୍ଛ ଏବଂ ସୁରକ୍ଷିତ ଢଙ୍ଗରେ ପାଳନ କରିବା। ପରିବେଶ ସଂରକ୍ଷଣରେ ଯୋଗଦାନ ଦେଇ ଦେଶ ଗଠନ ପାଇଁ ସଂକଳ୍ପ ନେବା’।

ଏହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like