ଖୁବଶୀଘ୍ର ଆସୁଛି OnePlusର ଏହି ଦମଦାର ଫୋନ, ଜାଣନ୍ତୁ କଣ ରହିବ ଫିଚର୍ସ

ଅଫିସିଆଲ୍ ଲଞ୍ଚ ପୂର୍ବରୁ କମ୍ପାନୀ ଏହି ଡିଭାଇସର କିଛି ଖାସ ଫିଚର୍ସକୁ ଜଣାଇଛି । ଏହି ଅପକମିଂ OnePlus ମୋବାଇଲ୍ ର କ୍ୟାମେରା ଡିଟେଲ୍ସ ବିଷୟରେ ଜଣା ପଡ଼ିଛି । ତେବେ ଲଞ୍ଚ ହେବାକୁ ଥିବା ଏହି OnePlus 12ର ଫିଚର୍ସ ଏବଂ କ୍ୟାମେରା ଡିଟେଲ୍ସ ବିଷୟରେ ଆସନ୍ତୁ ଜାଣିବା ।

OnePlus ଖୁବଶୀଘ୍ର ନିଜର ନୂଆ ଫ୍ଲାଗସିପ୍‌ ମଡେଲ OnePlus 12 ଲଞ୍ଚ କରିବାକୁ ଯାଉଛି । ଅଫିସିଆଲ୍ ଲଞ୍ଚ ପୂର୍ବରୁ କମ୍ପାନୀ ଏହି ଡିଭାଇସର କିଛି ଖାସ ଫିଚର୍ସକୁ ଜଣାଇଛି । ଏହି ଅପକମିଂ OnePlus ମୋବାଇଲ୍ ର କ୍ୟାମେରା ଡିଟେଲ୍ସ ବିଷୟରେ ଜଣା ପଡ଼ିଛି । ତେବେ ଲଞ୍ଚ ହେବାକୁ ଥିବା ଏହି OnePlus 12ର ଫିଚର୍ସ ଏବଂ କ୍ୟାମେରା ଡିଟେଲ୍ସ ବିଷୟରେ ଆସନ୍ତୁ ଜାଣିବା । କିଛି ସମୟ ପୂର୍ବରୁ ପ୍ରକାଶ ପାଇଥିବା ରିପୋର୍ଟରୁ ଜଣାପଡିଛି ଯେ OnePlus ର ଏହି ଆଗାମୀ ମଡେଲ ଆସନ୍ତା ବର୍ଷ ଆରମ୍ଭରେ ଲଞ୍ଚ ହେବ ଏବଂ ବର୍ତ୍ତମାନ ନୂଆ ଟିଜରରୁ ଜଣା ପଡ଼ିଛି ଯେ OnePlus 12 ଲଞ୍ଚ ହେବାକୁ ଆଉ ମାତ୍ର କମ ସମୟ ରହିଛି ।

OnePlus 12 କ୍ୟାମେରା ଡିଟେଲ୍ସ :
ମିଳିଥିବା ସୂଚନା ଅନୁସାରେ ଆଗାମୀ OnePlus ସ୍ମାର୍ଟଫୋନରେ ସୋନି LYT-808 ପ୍ରାଇମେରୀ କ୍ୟାମେରା ସେନ୍ସର ରହିବ, ଏହା ସହିତ ଏଥିରେ 2K ରିଜୋଲ୍ୟୁସନ ସହିତ ProXDR ଡିସପ୍ଲେ ରହିବ । ପୂର୍ବରୁ କୁହାଯାଇଥିଲା ଯେ ଫୋନରେ ୬୪ ମେଗାପିକ୍ସେଲ ପେରିସ୍କୋପ ଟେଲିଫୋଟୋ ଲେନ୍ସ ରହିବ । ଏହା ବ୍ୟତୀତ ଏହି ଫ୍ଲାଗସିପ୍ ସ୍ମାର୍ଟଫୋନରେ ଡିସପ୍ଲେ ମ୍ୟାଟ୍ ଏ + ରେଟେଡ୍ X1 ଓରିଏଣ୍ଟାଲ୍ ସ୍କ୍ରିନ୍ ଦିଆଯିବ ଯେଉଁଥିରେ ୨୬୦୦ ନିଟ୍ସ ପିକ୍‌ ବ୍ରାଇଟନେସ ରହିବ । ସ୍ପିଡ୍ ଏବଂ ମଲ୍ଟିଟାସ୍କିଂ ପାଇଁ OnePlus 12 ରେ କ୍ୱାଲକମ୍ କମ୍ପାନୀର ନୂଆ ଏବଂ ପାଓ୍ଵାରଫୁଲ ପ୍ରୋସେସର ସ୍ନାପଡ୍ରାଗନ୍ ୮ ଜେନେରେସନ୍ ୩ ଚିପସେଟ୍ ବ୍ୟବହାର କରାଯାଇପାରିବ ।

ଫିଚର୍ସ :
OnePlus 12ର ଏହି ଅପକମିଂ ମଡେଲରେ ୪୮ ମେଗାପିକ୍ସେଲର ଅଲ୍ଟ୍ରା-ୱାଇଡ୍ ଟେଲିଫୋଟୋ ସୋନି IMX581 କ୍ୟାମେରା ସେନ୍ସର ଦିଆଯାଇଥିବ ବୋଲି ଆଶା କରାଯାଉଛି । ଫୋନକୁ ଷ୍ଟାଇଲିସ କରିବା ପାଇଁ ୫୪୦୦ mAh ର ଏକ ପାଓ୍ଵାରଫୁଲ ବ୍ୟାଟେରୀ ଦିଆଯିବ ଯାହା ୫୦ ୱାଟ ଓାୟରଲେସ୍‌ ଚାର୍ଜିଂ ଏବଂ ୧୦୦ ୱାଟ ତାରଯୁକ୍ତ ଚାର୍ଜିଂକୁ ସପୋର୍ଟ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.