ଦକ୍ଷିଣ ଆଫ୍ରିକାରେ ଫସିଛନ୍ତି ୧୪ଜଣ ଓଡ଼ିଆ ଶ୍ରମିକ, ଭିଡିଓ କରି ଜଣାଇଲେ ଦୁଃଖ

ପୁଣି ବିଦେଶରେ ଫସିଲେ ଓଡ଼ିଆ ଶ୍ରମିକ । ନିଜ ଘର ଛାଡ଼ି ବିଦେଶରେ କାମ କରିବା ଆଶାରେ ଆସି ସେଠି ନାହିଁ ନଥିବାର ହଇରାଣ ହରକତ ହେଉଥିବା ଖବର ବାରମ୍ବାର ନଜରକୁ ଆସିଥାଏ । ତେବେ ଏହାରୀ ଭିତରେ ପୁଣି ଏମିତି ଏକ ଘଟଣା ସାମ୍ନାକୁ ଆସିଛି ।

ଆଳି(କେନ୍ୟୁଜ୍‌) : ପୁଣି ବିଦେଶରେ ଫସିଲେ ଓଡ଼ିଆ ଶ୍ରମିକ । ନିଜ ଘର ଛାଡ଼ି ବିଦେଶରେ କାମ କରିବା ଆଶାରେ ଆସି ସେଠି ନାହିଁ ନଥିବାର ହଇରାଣ ହରକତ ହେଉଥିବା ଖବର ବାରମ୍ବାର ନଜରକୁ ଆସିଥାଏ । ତେବେ ଏହାରୀ ଭିତରେ ପୁଣି ଏମିତି ଏକ ଘଟଣା ସାମ୍ନାକୁ ଆସିଛି ।

କାମ କରିବାକୁ ଯାଇ ଦକ୍ଷିଣ ଆଫ୍ରିକାରେ ଫସି ରହିଛନ୍ତି ୧୪ଜଣ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଞ୍ଚଳର ୨୧ଜଣ ଶ୍ରମିକ ଦକ୍ଷିଣ ଆଫ୍ରିକାର ଗାବନ ସହରରେ ଏକ ପ୍ଲାଏଉଡ଼ କମ୍ପାନୀରେ ଶ୍ରମିକ ଭାବେ କାମ କରିବାକୁ ଯାଇଥିବା ବେଳେ ସେଠାରେ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ଆସିଛି । କମ୍ପାନୀ କର୍ମଚାରୀଙ୍କ ନିର୍ଯାତନାର ଶିକାର ହୋଉଛନ୍ତି ଏମାନେ। ଏହି ଓଡ଼ିଆ ଶ୍ରମିକ ମାନଙ୍କୁ ୪ ମାସ ହେବ ଦରମା ଦିଆଯାଇନଥିବା ବେଳେ ସେମାନଙ୍କୁ କମ୍ପାନୀ କର୍ମଚାରୀ ମାନେ ମାଡ଼ ମାରୁଥିବାର ମଧ୍ୟ ଏମାନେ ଅଭିଯୋଗ କରିଛନ୍ତି । ଯାହା ଫଳରେ ୧୪ଜଣ ଶ୍ରମିକ ଭୋକ ଉପାସରେ ଗୃହବନ୍ଦୀ ଭାବେ ଜୀବନ କାଟୁଛନ୍ତି । ଏନେଇ ଏକ ଭିଡିଓ ବାର୍ତା ଜରିଆରେ ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତ ସରକାର ଓ ଓଡିଶା ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି।

ତେବେ ସତ କଥା ହେଲା ଦଲାଲ ଠିକାଦାରମାନେ ଭୁଲ କଥା କହି ବା ମିଛ କହି ଓଡ଼ିଶାରୁ ଶ୍ରମିକମାନଙ୍କୁ ବିଭିନ୍ନ ସ୍ଥାନକୁ ଆଣି ବିଭିନ୍ନ କମ୍ପାନୀରେ ଲଗାଉଛନ୍ତି । ହେଲେ ସେମାନଙ୍କୁ ପୂର୍ବରୁ ଯାହା କୁହାଯାଇଥାଏ ପରେ ତାହା ବଦଳି ଯାଇଥାଏ । ସେମାନଙ୍କୁ ଅନ୍ୟ କାମରେ ଲଗାଇ ଦିଆଯାଏ । ଯେଉଁମାନେ ବିରୋଧ କରନ୍ତି ସେମାନେ ଅତ୍ୟାଚାର ଓ ନିର୍ଯାତନାର ଶିକାର ହୁଅନ୍ତି । ମାଡ଼ ମଧ୍ୟ ଖାଇଥାନ୍ତି । ଅନେକ ଜାଗାରେ ଏହି ଶ୍ରମିକମାନେ ଲୁଚି ଛପି ଘରକୁ ମଧ୍ୟ ପଳାଉଥିବା ଦେଖିବାକୁ ମିଳିଛି । ଏମିତିକି ନିର୍ଯାତନା ଯୋଗୁଁ ଅନେକଙ୍କର ମୃତ୍ୟୁ ମଧ୍ୟଘଟିଛି । ତେବେ ବର୍ତ୍ତମାନ ଏହିଭଳି ଏକ ଘଟଣା ନଜରକୁ ଆସିବାପରେ ଏହି ଶ୍ରମିକ ମାନଙ୍କୁ ତୁରନ୍ତ ଊଦ୍ଧାର କରିବାକୁ ସାଧାରଣରେ ଦାବି ହୋଇଛି।

Leave A Reply

Your email address will not be published.