ରାଜ୍ୟ

ତୁଟୁନି ତପସ୍ୱିନୀ- ସୁମିତ ବିବାଦ, ପୁଣି ୧୫ ଦିନ ଛୁଟିରେ ଡାକ୍ତର ସୁମିତ ସାହୁ

ଭୁବନେଶ୍ୱର(କେନ୍ୟୁଜ୍‌) : ଶ୍ୱଶୁର ଘରେ ରହିବା ପରେ ବି ତୁଟୁନି ତପସ୍ୱିନୀ- ସୁମିତ ବିବାଦ। ପୁଣି ୧୫ ଦିନ ଛୁଟିରେ ଅଛନ୍ତି ଡାକ୍ତର ସୁମିତ ସାହୁ । ଏପଟେ ଗଞ୍ଜାମ ଏସଡିଜେଏମ୍ ଙ୍କ କୋର୍ଟରେ ତପସ୍ୱିନୀଙ୍କ ପକ୍ଷରୁ ରୁଜୁ ମୂଳ ମାମଲାରେ ଆସନ୍ତାକାଲି ସୁମିତଙ୍କ ପକ୍ଷରୁ କାଉଣ୍ଟର ଦାଖଲ ହେବ।

ଜିଲ୍ଲା କୋର୍ଟଙ୍କ ଆଦେଶ ଅନୁସାରେ ତପସ୍ୱିନୀଙ୍କ ଭରପୋଷଣ ପାଇଁ ୧୭ ହଜାର ଟଙ୍କା ଦାଖଲ କରିବେ ସୁମିତ। ସୁମିତ୍ଙ୍କ ପରିବାର ପକ୍ଷରୁ ଦାଖଲ ଘରୋଇ ହିଂସା ମାମଲାରେ ତପସ୍ୱିନୀଙ୍କ ପକ୍ଷରୁ ମଧ୍ୟ କାଉଣ୍ଟର ଦାଖଲ କରାଯିବ। ଏହାସହ ଜିଲ୍ଲା କୋର୍ଟଙ୍କ ଆଦେଶ ଅନୁଯାୟୀ ସୁମିତ ୧୭ ହଜାର ଟଙ୍କା ପୈଠ ନକଲେ ପିଟିସନ ଫାଇଲ କରିବାକୁ ସ୍ପଷ୍ଟ କରିଛନ୍ତି ତପସ୍ୱିନୀଙ୍କ ଓକିଲ। ସେପଟେ ଆଉ ୧୫ଦିନ ଛୁଟି ଆବେଦନ କରିଛନ୍ତି ସୁମିତ। ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟଙ୍କୁ ମେଲ୍ ଯୋଗେ ଛୁଟି ଆବେଦନ କରିଛନ୍ତି।

୪୭ଦିନର ସଂଗ୍ରାମ ପରେ ପୁଣି ଶ୍ୱଶୁର ଘରେ ପାଦ ରଖିଛନ୍ତି ତପସ୍ୱିନୀ। ଗଞ୍ଜାମ ଜିଲ୍ଲା ଦୌରା ଜଜ୍ କୋର୍ଟ ସୁମିତ ଓ ତପସ୍ୱିନୀଙ୍କ ପକ୍ଷରୁ ଦାୟର ପୃଥକ ପୃଥକ ମାମଲାର ଏକତ୍ର ଶୁଣାଣି କରି ତପସ୍ୱିନୀଙ୍କୁ ଶ୍ୱଶୁର ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଶ୍ୱଶୁର ଘର ଉପରମହଲାରେ ତପସ୍ୱିନୀ।

କିନ୍ତୁ ଘର ଛାଡ଼ିଛନ୍ତି ଶ୍ୱଶୁର ପ୍ରମୋଦ ସାହୁ। ତେବେ ତପସ୍ୱିନୀଙ୍କ ଗୃହ ପ୍ରବେଶ ପରେ ତାଙ୍କ ଇଚ୍ଛା ବିରୋଧରେ ତାଙ୍କୁ ଘରେ ରଖାଯାଇଥିବାରୁ ନିଜକୁ ଅସୁରକ୍ଷିତ ମଣି ଘର ଛାଡ଼ିଛନ୍ତି ସୁମିତଙ୍କ ବାପା। କାଲି କାଉଣ୍ଟରରେ କଣ ଉଲ୍ଲେଖ କରିବେ ତା ଉପରେ ରହିଛି ନଜର ।

Niharanjan

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago