Categories: ରାଜ୍ୟ

କିସ୍ ପରିସର ଶ୍ରୀବାଣୀ କ୍ଷେତ୍ର ମନ୍ଦିର ପ୍ରାଙ୍ଗଣରେ ତିନି ଠାକୁରଙ୍କ ସୁନାବେଶ

ଭୁବନେଶ୍ବର (କେନ୍ୟୁଜ୍) : କିସ୍ ପରିସର ଶ୍ରୀବାଣୀ କ୍ଷେତ୍ର ମନ୍ଦିର ପ୍ରାଙ୍ଗଣରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରାଙ୍କ ସୁନାବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ । ମହାପ୍ରଭୁଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଲାଗି କରାଯାଇ ସୁନାବେଶ ବା ରାଜାଧିରାଜ ବେଶ କରାଯାଇଛି । ଭକ୍ତମାନେ ଆଜି ଠାକୁରମାନଙ୍କ ସ୍ୱର୍ଣ୍ଣ ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ଦେଖିବାର ସୁଯୋଗ ପାଇଛନ୍ତି ।

ସୁନାବେଶରେ ସାଧାରଣତଃ ଠାକୁରମାନଙ୍କର ଶ୍ରୀପୟର, ଶ୍ରୀଭୁଜ, ଶ୍ରୀ କିରିଟି, ସୂର୍ଯ୍ୟ , ଚନ୍ଦ୍ର, ମାଳି, ତିଳକ, ଚନ୍ଦ୍ରିକା, ଝୋବାକଣ୍ଠି ଓ ଆୟୁଧମାନ ଲାଗି କରାଯାଇଥାଏ । ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି । ମହାପ୍ରଭୁଙ୍କ ଏହି ମହାବେଶ ପରିବେଶକୁ ଆଧ୍ୟାତ୍ମିକମୟ କରିଛି ।

ଏହି ଅବସରରେ ଶ୍ରୀବାଣୀକ୍ଷେତ୍ରରେ ଭଜନ ସମାରୋହ ମଧ୍ୟ ଅନୁଷ୍ଠିତ ହୋଇଛି । ଏହାପୂର୍ବରୁ ଏଠାରେ ତିନି ଠାକୁରଙ୍କ ବାହୁଡ଼ା ଯାତ୍ରା ମଧ୍ୟ ମହାଆଡମ୍ବରରେ ସଂପନ୍ନ ହୋଇଥିଲା । ବାହୁଡା ପରଦିନ ଗୁଣ୍ଡିଚା ମନ୍ଦିରରୁ ଠାକୁରମାନେ ଫେରିବା ପରେ ଶ୍ରୀବାଣୀକ୍ଷେତ୍ରରେ ମହାପ୍ରଭୁଙ୍କ ସୁନାବେଶ ହୋଇଛି।

KNews Bureau

Recent Posts

ବିଳମ୍ବିତ ରାତିରେ ଲୁଟ, ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମର ତଦନ୍ତ ଜାରି

କେନ୍ଦୁଝର(କେନ୍ୟୁଜ): ଲୁଟ୍‌ କରିବା ପାଇଁ ଲୁଟେରାଙ୍କ ଚାଲାକି ବଢ଼ିଚାଲିଛି । ଦିନ ବେଳେ ଚୋରି କରିବା ସ୍ଥାନକୁ ଟାର୍ଗେଟ କରୁୁଛନ୍ତି…

12 mins ago

ଡାକ ବିଭାଗ ନିଯୁକ୍ତିରେ ଜାଲ ସାର୍ଟିଫିକେଟ ଦୁର୍ନୀତି ମାମଲା: ରାଜ୍ୟରେ ୬୭ଟି ସ୍ଥାନରେ ସିବିଆଇ ରେଡ୍‌

ଭୁବନେଶ୍ୱର (କେନ୍ୟୁଜ): ଜାଲ ସାର୍ଟିଫିକେଟ ଦେଇ ଗ୍ରାମୀଣ ଡାକ ସେବକ (GDS) ନିଯୁକ୍ତି ମାମଲାରେ ସିବିଆଇର ବଡ଼ ଧରଣର ତଦନ୍ତ…

1 hour ago

ଆଇସ୍‌କ୍ରିମ୍‌ ଭିତରୁ ବାହାରିଲା ମଣିଷ ଆଙ୍ଗୁଠି, ଅନ୍‌ଲାଇନ ଅର୍ଡର କରିଥିଲେ ଡାକ୍ତରାଣୀ

ଆଇସକ୍ରିମ ଭିତରୁ ବାହାରିଲା ମଣିଷର କଟା ଆଙ୍ଗୁଠି । ମୁମ୍ବାଇର ଜଣେ ମହିଳା ଡାକ୍ତର ଖାଇବା ପାଇଁ ଅନଲାଇନରେ ଆଇସକ୍ରିମ…

2 hours ago

ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ବେଳେ ମିଳିଲା ପୁରାତନ ମନ୍ଦିର, ଦେଖିବା ପାଇଁ ଜମୁଛି ଲୋକଙ୍କ ଭିଡ

ନୂଆପଡା (କେନ୍ୟୁଜ): ନୂଆପଡା ଜିଲ୍ଲା କୋମନା ଦେଉଳବନ୍ଧ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ବେଳେ ଏକ ପୁରାତନ ମନ୍ଦିର ଠାବ ହୋଇଛି…

2 hours ago

ସୁଆଣ୍ଡୋରେ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ, କହିଲେ- ଖୁବ୍ ଶୀଘ୍ର ପୂରଣ ହେବ ସଂକଳ୍ପ ପତ୍ରର ପ୍ରତିଶ୍ରୁତି

ପୁରୀ (କେନ୍ୟୁଜ): ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ମାଟିରେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

2 hours ago

ଡୋଡା ଆଟାକ୍‌: ୪ ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି, ସୂଚନା ଦେଲେ ମିଳିବ ୨୦ ଲକ୍ଷ ଟଙ୍କା ପୁରସ୍କାର

ଜମ୍ମୁ-କାଶ୍ମୀରର ରିୟାସୀ, କଠୁଆ ଏବଂ ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜମ୍ମୁ ପୋଲିସ ୪ ଆତଙ୍କୀଙ୍କ ସ୍କେଚ୍‌ ଜାରି…

2 hours ago