Below header

କିସ୍ ପରିସର ଶ୍ରୀବାଣୀ କ୍ଷେତ୍ର ମନ୍ଦିର ପ୍ରାଙ୍ଗଣରେ ତିନି ଠାକୁରଙ୍କ ସୁନାବେଶ

ଭୁବନେଶ୍ବର (କେନ୍ୟୁଜ୍) : କିସ୍ ପରିସର ଶ୍ରୀବାଣୀ କ୍ଷେତ୍ର ମନ୍ଦିର ପ୍ରାଙ୍ଗଣରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରାଙ୍କ ସୁନାବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ । ମହାପ୍ରଭୁଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଲାଗି କରାଯାଇ ସୁନାବେଶ ବା ରାଜାଧିରାଜ ବେଶ କରାଯାଇଛି । ଭକ୍ତମାନେ ଆଜି ଠାକୁରମାନଙ୍କ ସ୍ୱର୍ଣ୍ଣ ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ଦେଖିବାର ସୁଯୋଗ ପାଇଛନ୍ତି ।

balabhadraସୁନାବେଶରେ ସାଧାରଣତଃ ଠାକୁରମାନଙ୍କର ଶ୍ରୀପୟର, ଶ୍ରୀଭୁଜ, ଶ୍ରୀ କିରିଟି, ସୂର୍ଯ୍ୟ , ଚନ୍ଦ୍ର, ମାଳି, ତିଳକ, ଚନ୍ଦ୍ରିକା, ଝୋବାକଣ୍ଠି ଓ ଆୟୁଧମାନ ଲାଗି କରାଯାଇଥାଏ । ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି । ମହାପ୍ରଭୁଙ୍କ ଏହି ମହାବେଶ ପରିବେଶକୁ ଆଧ୍ୟାତ୍ମିକମୟ କରିଛି ।

subhadraଏହି ଅବସରରେ ଶ୍ରୀବାଣୀକ୍ଷେତ୍ରରେ ଭଜନ ସମାରୋହ ମଧ୍ୟ ଅନୁଷ୍ଠିତ ହୋଇଛି । ଏହାପୂର୍ବରୁ ଏଠାରେ ତିନି ଠାକୁରଙ୍କ ବାହୁଡ଼ା ଯାତ୍ରା ମଧ୍ୟ ମହାଆଡମ୍ବରରେ ସଂପନ୍ନ ହୋଇଥିଲା । ବାହୁଡା ପରଦିନ ଗୁଣ୍ଡିଚା ମନ୍ଦିରରୁ ଠାକୁରମାନେ ଫେରିବା ପରେ ଶ୍ରୀବାଣୀକ୍ଷେତ୍ରରେ ମହାପ୍ରଭୁଙ୍କ ସୁନାବେଶ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.