Categories: ରାଜ୍ୟ

ରାଜନୀତିକୁ ଆସିବେ ଜଟଣୀ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଙ୍କ ସାନ ପୁଅ, ବାପାଙ୍କଠାରୁ ମିଳିଲା ଗ୍ରୀନ ସିଗନାଲ୍

କେନ୍ୟୁଜ୍(ବ୍ୟୁରୋ): ସୁରଙ୍କ ରାଜନୈତିକ ଉତ୍ତରାଧିକାରୀ ବଡ଼ପୁଅ ନୁହେଁ ସାନପୁଅ । ବଡ଼ପୁଅ ସିଦ୍ଧାର୍ଥଙ୍କ ଅପେକ୍ଷା ସାନପୁଅ ମନ୍ମଥଙ୍କ ଉପରେ ସୁରଙ୍କ ଅଧିକ ଭରସା । ଜଟଣୀ ବିଧାୟକ ସୁର ରାଉତରାୟଙ୍କ କମାଣ ସମ୍ଭାଳିବେ ପାଇଲଟ ପୁଅ । ରାଜନୀତିକୁ ଓହ୍ଲାଇଛନ୍ତି ସାନପୁଅ ମନ୍ମଥ । ବଡ ପୁଅ ସିଦ୍ଦାର୍ଥ ରାଜନୀତିକୁ ଆସିବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ସାନପୁଅ ବାପାଙ୍କ ନିର୍ବାଚନ ମଣ୍ଡଳୀ ଜଟଣୀ ଜଗିବେ । ସେ ଏବେ ଜଟଣୀରେ ବିଭିନ୍ନ କାଯ୍ୟର୍କ୍ରମରେ ଯୋଗ ଦେବା ସହ ଲୋକଙ୍କ ସୁବିଧା ଅସୁବିଧା ବୁଝୁଛନ୍ତି । ମାସକୁ ୨୦ଦିନ ପାଇଲଟ ଭାବେ କାଯ୍ୟର୍ କରୁଥିବା ବେଳେ ଆଉ ବାକି ୧୦ଦିନ ବାପାଙ୍କୁ ସାହାଯ୍ୟ କରୁଛନ୍ତି ।

ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଏଥର ନିର୍ବାଚନ ପ୍ରଚାର ସମୟରେ କହିଥିଲେ ଏହା ତାଙ୍କର ଶେଷ ନିର୍ବାଚନ । ଆଗକୁ ସେ ଆଉ ନିର୍ବାଚନ ଲଢିବେ ନାହିଁ । ଜନସେବା କରିବେ । ତେଣୁ ତାଙ୍କ ପରେ କିଏ ତାଙ୍କ ପରିବାରରୁ ରାଜନୀତିକୁ ଆସିବେ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା । ସୁର କହିଛନ୍ତି ସାନ ପୁଅ ନିର୍ବାଚନ ପ୍ରଚାର ସମୟରେ ମୋ ପାଇଁ ପ୍ରଚାର କରିଥିଲେ । ସେ ଦକ୍ଷ ତାକୁ ଆଗକୁ ରାଜନୀତିକୁ ଆଣିବି । ଓଡିଶାରେ ବାପ ପୁଅ ରାଜନୀତି କରିବା ନୁଆ ନୁହଁ । ୨୦୧୯ରେ ବହୁ ରାଜନେତାଙ୍କ ପୁଅ ବିଧାୟକ ଭାବେ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି । ଏବେ ସୁରଙ୍କ ସାନ ପୁଅ ପାଳି ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ପୁରୁଣା ବନ୍ଧୁଙ୍କ ସହ ଭେଟ କରିବା ଯୋଗୁ ଖୁସି ରହିବେ

ମେଷ: ଅନ୍ୟମାନଙ୍କ ସଫଳତା ଦ୍ୱାରା ଆର୍ଥିକ ଲାଭବାନ ହେବେ । ପ୍ରେମ କରୁଥିବା ଲୋକଙ୍କୁ ସାଥୀଙ୍କ କଥାକୁ ବୁଝିବାକୁ ପଡ଼ିବ,…

5 hours ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ଟିମ୍ ରେ ୭୨ ଜଣ ମନ୍ତ୍ରୀ, ୩୦ କ୍ୟାବିନେଟ, ୫ ଜଣ ରାଷ୍ଟ୍ରପାହ୍ୟା ସ୍ବାଧୀନ ଓ ୩୬ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୭୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ଯରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା…

6 hours ago

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ପଡ଼ୋଶୀ ରାଷ୍ଟ୍ର ନେତାଙ୍କ ସହ ସେଲିବ୍ରିଟି ଓ ଶିଳ୍ପପତିଙ୍କ ଗହଳି, ଶାହାରୁଖ, ରଜନୀକାନ୍ତ, ଅକ୍ଷୟ,ଅମ୍ବାନୀ ଓ ଆଦାନୀ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସେଲିବ୍ରିଟିଙ୍କ ଗହଳି। ଶାହାରୁଖ ଖାନ, ରଜନୀକାନ୍ତ, ଅକ୍ଷୟ କୁମାର ସାମିଲ ହୋଇଥିଲେ। ଅନୀଲ କପୁର,…

6 hours ago

‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ଉଦଯାପିତ, ଯୋଗଦେଲେ ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ଅମିତ ରାଏଙ୍କ ସହ ବିଶିଷ୍ଟ ଲେଖିକା ଡକ୍ଟର ପ୍ରତିଭା ରାୟ

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି । ଶେଷ…

7 hours ago

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ ।…

7 hours ago

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ, ଶପଥ ନେଲେ ପ୍ରଧାନମନ୍ତ୍ରୀଙ୍କ ସହ ଟିମ୍‌ କ୍ୟାବିନେଟ୍‌, ଓଡିଶାକୁ ୩ କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ …

9 hours ago