ରାଜନୀତିକୁ ଆସିବେ ଜଟଣୀ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଙ୍କ ସାନ ପୁଅ, ବାପାଙ୍କଠାରୁ ମିଳିଲା ଗ୍ରୀନ ସିଗନାଲ୍

କେନ୍ୟୁଜ୍(ବ୍ୟୁରୋ): ସୁରଙ୍କ ରାଜନୈତିକ ଉତ୍ତରାଧିକାରୀ ବଡ଼ପୁଅ ନୁହେଁ ସାନପୁଅ । ବଡ଼ପୁଅ ସିଦ୍ଧାର୍ଥଙ୍କ ଅପେକ୍ଷା ସାନପୁଅ ମନ୍ମଥଙ୍କ ଉପରେ ସୁରଙ୍କ ଅଧିକ ଭରସା । ଜଟଣୀ ବିଧାୟକ ସୁର ରାଉତରାୟଙ୍କ କମାଣ ସମ୍ଭାଳିବେ ପାଇଲଟ ପୁଅ । ରାଜନୀତିକୁ ଓହ୍ଲାଇଛନ୍ତି ସାନପୁଅ ମନ୍ମଥ । ବଡ ପୁଅ ସିଦ୍ଦାର୍ଥ ରାଜନୀତିକୁ ଆସିବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ସାନପୁଅ ବାପାଙ୍କ ନିର୍ବାଚନ ମଣ୍ଡଳୀ ଜଟଣୀ ଜଗିବେ । ସେ ଏବେ ଜଟଣୀରେ ବିଭିନ୍ନ କାଯ୍ୟର୍କ୍ରମରେ ଯୋଗ ଦେବା ସହ ଲୋକଙ୍କ ସୁବିଧା ଅସୁବିଧା ବୁଝୁଛନ୍ତି । ମାସକୁ ୨୦ଦିନ ପାଇଲଟ ଭାବେ କାଯ୍ୟର୍ କରୁଥିବା ବେଳେ ଆଉ ବାକି ୧୦ଦିନ ବାପାଙ୍କୁ ସାହାଯ୍ୟ କରୁଛନ୍ତି ।

sura routray small sonଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଏଥର ନିର୍ବାଚନ ପ୍ରଚାର ସମୟରେ କହିଥିଲେ ଏହା ତାଙ୍କର ଶେଷ ନିର୍ବାଚନ । ଆଗକୁ ସେ ଆଉ ନିର୍ବାଚନ ଲଢିବେ ନାହିଁ । ଜନସେବା କରିବେ । ତେଣୁ ତାଙ୍କ ପରେ କିଏ ତାଙ୍କ ପରିବାରରୁ ରାଜନୀତିକୁ ଆସିବେ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା । ସୁର କହିଛନ୍ତି ସାନ ପୁଅ ନିର୍ବାଚନ ପ୍ରଚାର ସମୟରେ ମୋ ପାଇଁ ପ୍ରଚାର କରିଥିଲେ । ସେ ଦକ୍ଷ ତାକୁ ଆଗକୁ ରାଜନୀତିକୁ ଆଣିବି । ଓଡିଶାରେ ବାପ ପୁଅ ରାଜନୀତି କରିବା ନୁଆ ନୁହଁ । ୨୦୧୯ରେ ବହୁ ରାଜନେତାଙ୍କ ପୁଅ ବିଧାୟକ ଭାବେ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି । ଏବେ ସୁରଙ୍କ ସାନ ପୁଅ ପାଳି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.