Below header

ଅଭିନୟ କରିବାରେ ମାହିର ଏହି ରୋବଟ୍, କହିଲା ‘ମୁଁ ହେଉଛି ବିଗ୍‌ ବିଙ୍କ ଫ୍ୟାନ୍‌’

ଆଇଆଇଟି ବମ୍ବେ ତରଫରୁ ଆୟୋଜିତ ‘ଟେକ୍‌ ଫେଷ୍ଟ୍‍’ରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି ଏକ ରୋବଟ୍ ପ୍ରଦର୍ଶିତ କରାଯାଇଛି। କାର୍ଯ୍ୟକ୍ରମରେ ଏହି ରୋବଟ୍ ଗାଉଥିବା, ନାଚୁଥିବା ଦେଖିବାକୁ ମିଳିଛି। ଏହି ରୋବଟର ନାଁ ହେଉଛି ରୋବୋ ଥେସ୍‌ପିଆନ୍‌। ୟୁକେ ସ୍ଥିତ ଅର୍ଗାନାଇଜେସନ୍‌ ଇଞ୍ଜିନିୟର ଆର୍ଟ୍ସ ତରଫରୁୁ ନିର୍ମିତ ରୋବଟ୍କୁ ପ୍ରଦର୍ଶନୀରେ ଭାଗ ନେବା ପାଇଁ ନିମନ୍ତ୍ରଣ କରାଯାଇଥିଲା।  ରୋବଟଟି ସେଠାରେ ଉପସ୍ଥିତ ଦର୍ଶକଙ୍କ ପ୍ରଶ୍ନର ଉତ୍ତର ଦେଇଥିବା ଦେଖିବାକୁ ମିଳିଛି।

ରୋବୋଥେସ୍‌ପିଆନ୍‌ର ପ୍ରିୟ କଳାକାର ଅମିତାଭ ବଚ୍ଚନ ବୋଲି ସେ କହିଛି। ବିଗ୍‌ବି ଦିନେ ଓସ୍କାରର ସମ୍ମାନିତ ହେବେ ବୋଲି ଆଶାପ୍ରକାଶ କରିଛି ରୋବଟ୍। ଫିଲ୍ମ ଇଣ୍ଡଷ୍ଟ୍ରୀ ବିଷୟରେ କହିବା ବେଳେ ରୋବୋଥେସ୍‌ପିଆନ୍‌ ଅକ୍ଷୟ କୁମାର ଓ ରଜନୀକାନ୍ତଙ୍କ ବିଷୟରେ ମଧ୍ୟ କହିଛି।

୫ ଫୁଟ୍‌ ୯ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ଏହି ରୋବଟର ଓଜନ ୩୩ କେଜି। ଏହାର ଶରୀରକୁ ଆଲୁମିନିୟମ୍‌ରେ ନିର୍ମିତ କରାଯାଇଛି। ରୋବଟ୍ ଦେହରେ ମଣିଷ ଭଳି ଚଳପ୍ରଚଳ କରିବା କ୍ଷମତା ସହ ଭାବନାକୁ ବୁଝିବା ଭଳି ଦକ୍ଷତା ରହିଛି। ଏଲ୍‌ସିଡି ଆଖି ମାଧ୍ୟମରେ ସେ କଥା ହେଉଛି। ଏହି ରୋବଟ୍ ସାମ୍ନାରେ ଥିବା ବ୍ୟକ୍ତିକୁ ଅବିକଳ ଅନୁକରଣ କରିବା ସହ ବୟସ, ଲିଙ୍ଗ ଓ ଫେସିଆଲ ଏକ୍ସପ୍ରେସନ୍‌ ମଧ୍ୟ କହିପାରୁଛି। ଏହି ରୋବଟ୍ ୩୦ଟି ଭାଷାରେ କଥାବାର୍ତ୍ତା କରିପାରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.