ରାଜ୍ୟ

ମନ ମୋହୁଛି କୋରାପୁଟର ମିଠା ଆମ୍ବ, ବଜାରରେ ଖୋଲିଲା ଗାଁ ଆମ୍ବ ପସରା

କୋରାପୁଟ(କେନ୍ୟୁଜ୍‌): ଗରମ ଦିନେ ଆମ୍ବ ଖାଇବାର ମଜା ଅଲଗା । ହଳଦିଆ ଆମ୍ବ ଦେଖିଲେ ପାଟିରେ ଲାଳ ଆସେ । ତେବେ ଆମ୍ବ ବିଭିନ୍ନ ପ୍ରକାରର ଥାଏ । କିଛି ବହୁତ ମିଠା ଥାଏ ତ କିଛି ସ୍ୱାଦରେ ଭିନ୍ନ ଥାଏ । କିନ୍ତୁ କୋରାପୁଟ ଆମ୍ବର ଚାହିଦା ଅଲଗା । ଏହି ଆମ୍ବର ସ୍ୱାଦ ଏତେ ମିଠା ଯେ ଲୋକ ଦୂର ଦୂରରୁ ଏଠାକୁ ଆମ୍ବ କିଣିବା ପାଇଁ ଆସିଥାନ୍ତି । ଆମ୍ବର ଚାହିଦା ଦେଖି ଏବେ କୋରାପୁଟ ବଜାରରେ ଖୋଲିଛି ଗାଁ ଆମ୍ବ ପସରା । ସହରର କଳାନିକେତନ ଛକ ନିକଟରେ ଗାଁ ଆମ୍ବ ପସରା ଖୋଲାଯାଇଛି । ଚାଷୀ ଓ ଖାଉଟିଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ଉଦ୍ୟମ କରାଯାଇଛି ।

ମହିଳା ସ୍ୱୟଂ ସହାୟକ ସଙ୍ଘ ଓ ଉତ୍ପାଦକ ସଙ୍ଘ ପକ୍ଷରୁ ଜିଲ୍ଲାର ଲକ୍ଷ୍ମୀପୁର, ପଟାଙ୍ଗି,ବୋରିଗୁମା, ନନ୍ଦପୁର ସହ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରୁ ବିଭିନ୍ନ ପ୍ରକାରର ଆମ୍ବ ସଂଗ୍ରହ କରାଯାଇ ଏଠାରେ ସୁଲଭ ମୂଲ୍ୟରେ ଲୋକଙ୍କୁ ଯୋଗାଇ ଦିଆଯାଉଛି। ଏହି ଅସ୍ଥାୟୀ ଷ୍ଟଲରେ ଏବେ ଲୋକଙ୍କ ଭିଡ଼ ଲାଗିଛି । ଲୋକେ କିପରି କମ ଦାମରେ ଆମ୍ବ କିଣି ପାରିବେ ଓ ଚାଷୀ ଯେପରି ଲାଭବାନ ହୋଇପାରିବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇ ଏହି ଗାଁ ଆମ୍ବ ପସରା ଷ୍ଟଲ ଖୋଲାଯାଇଛି । ଏଠାରେ ବାଇଗଣୀ ପଲେଇ, ମଲ୍ଲୀକା, ଲେଙ୍ଗଡ଼ା, ଦସେରି, ଆମ୍ରପଲ୍ଲି, ସୁନ୍ଦରୀ ଭଳି ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଆମ୍ବ ବିକ୍ରି କରାଯାଉଛି। ଆଗକୁ ସାବିତ୍ରୀ ଅମାବାସ୍ୟା,ରଜ ପର୍ବ ରହି ଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି ଆମ୍ବ ପସରା ଖୋଲାଯାଇଥିବା ସୂଚନା ମିଳିଛି।

ଷ୍ଟଲରେ ଆମ୍ବ କିଣିବା ପାଇଁ ଗ୍ରାହକଙ୍କ ଭିଡ଼ ଜମୁଥିବା ଦେଖାଯାଇଛି। ଏହି ଆମ୍ବ ଗୁଡିକୁ କୌଣସି ରାସାୟନିକ ଦ୍ରବ୍ୟ ଦ୍ୱାରା ପଚା ନଯାଇ ପାଳ ଓ ସୁନାରୀ ପତ୍ର ବ୍ୟବହାର କରି ପଚା ଯାଇଥିବା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ କୁହାଯାଇଛି ।

ବର୍ତ୍ତମାନ ବଜାରରେ ବିଭିନ୍ନ ପ୍ରକାରର ଆମ୍ବ ମିଳୁଛି । ଆମ୍ବରେ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ମିଶାଯାଇ ଏହାକୁ ପଚା ଯାଉଛି । କିନ୍ତୁ କୋରାପୁଟରେ ମିଳୁଥିବା ଏହି ଆମ୍ବରେ କୌଣସି ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର କରାଯାଇନି । ତେଣୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ରହିବ । ଲୋକମାନେ ନିଜ ଚାହିଦା ମୁତାବକ ଏଠାରୁ ଆମ୍ବ କିଣିପାରିବେ । ଆମ୍ବର ସ୍ୱାଦ ଭିନ୍ନ ଥିବାରୁ ଲୋକମାନେ ଏଠାକୁ ଆମ୍ବ କିଣିବା ପାଇଁ ଆସୁଛନ୍ତି । ଯଦି ଆପଣ ବି ଆମ୍ବ କିଣିବା ପାଇଁ ଚାହୁଁଥିବେ ତେବେ ଏହି ସ୍ଥାନରୁ ଭଲ ଭଲ ଆମ୍ବ କିଣିପାରିବେ ।

Subhalaxmi Das

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

22 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

30 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

45 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

51 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago