ରାଜ୍ୟ

ଭଗ୍ନ ଅବସ୍ଥାରେ ପଡିରହିଛି ନୂଆନଈ ଉପରେ ନିର୍ମାଣ ହୋଇଥିବା ସ୍ଲୁଇସ ଗେଟ୍: ହଇରାଣ ହେଉଛନ୍ତି ୧୦ଟି ପଂଚାୟତର ଶହ ଶହ ଚାଷୀ

ଚାନ୍ଦବାଲି : ଚାଷୀଙ୍କ କାମରେ ଆସୁନି ସ୍ଲୁଇସ ଗେଟ୍ । ଦୀର୍ଘ ବର୍ଷ ତଳେ ନିର୍ମାଣ କରାଯାଇଥିବା ସୁଇସଗେଟ ଭାଙ୍ଗିରୁଜି ଗଲାଣି । ହେଲେ ବିଭାଗୀୟ ଅ‌ଧିକାରୀଙ୍କ ଏଥିପ୍ରତି ନିଘା ନାହିଁ । ଫଳରେ ହଇରାଣ ହେଉଛନ୍ତି ଶହଶହ ଚାଷୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଜରାପୁର ପଂଚାୟତର ମନ୍ତେଇ ନଦୀର ଶାଖା ନୂଆନଈ ଉପରେ ନିର୍ମାଣ ହୋଇଥିବା ସୁଇସଗେଟ ଏବେ ଭଗ୍ନ ଅବସ୍ଥାରେ ପଡିରହିଛି ।

ଏହି ସ୍ଲୁଇସ ଗେଟର ଗେଟ ପଡୁନଥିବା ବେଳେ ଉପର ଅଂଶ ମଧ୍ୟ ଭାଙ୍ଗିରୁଜି ଗଲାଣି । ଫଳରେ ଚାଷୀମାନେ ଉପକୃତ ହୋଇପାରୁନାହାଁନ୍ତି ଉକ୍ତ ସ୍ଲୁଇସ ଗେଟରୁ । ଏମିତି ଅଭିଯୋଗ କରିଛନ୍ତି ପାଖାପାଖି ୧୦ଟି ପଂଚାୟତର ଚାଷୀ । ଏହି ସ୍ଲୁଇସ ଗେଟ ଉପରେ ବଜାରପୁର , ଗୋପିନାଥପୁର ,ତୋଟାପଡା ସମେତ ପାଖାପାଖି ୧୦ ଗୋଟି ପଂଚାୟତର ଶହ ଶହ ଚାଷୀ ନିର୍ଭର କରି ଚାଷ କରନ୍ତି । ହେଲେ ସ୍ଲୁଇସ ଗେଟ କାମ କରୁନଥୁବାରୁ ଚାଷୀ ହତାସ ।

ଲୁଣା ପାଣି ଅଟକାଇବା ସହ ଚାଷୀଙ୍କ ଜମିକୁ ମାଡିବ ମିଠା ପାଣି । ଏହି ଉଦ୍ଦେଶ୍ୟରେ ସରକାରଙ୍କ ତରଫରୁ ନିର୍ମାଣ କରାଯାଇଥିଲା ସ୍ଲୁଇସ ଗେଟ । ତାହାସହ ମିଠାପାଣିକୁ ସଂରକ୍ଷିତ କରି ଚାଷୀ ପମ୍ପ ସାହାର୍ଯ୍ୟରେ ପାଣି ମଡାଇ ଧାନ ଚାଷ ସହ ବିଭିନ୍ନ ପନିପରିବା ଚାଷ ମଧ୍ୟ କରିଥାନ୍ତି । ହେଲେ ସ୍ଲୁଇସ ଗେଟ କାମ କରୁନଥିବାରୁ ଚାଷୀଙ୍କ ଧାନ ଚାଷ କରିବାରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି । କେତେବେଳେ ଲୁଣା ପାଣି ଚାଷ ଜମିକୁ ମାଡି ଯାଉଛି ତ, ପୁଣି କେତେବେଳେ ଜମା ପାଣି ମିଳୁନାହିଁ ଚାଷ ଜମିକୁ । ତେବେ ବିଭାଗୀୟ ଅଧିକାରୀଙ୍କୁ ଏହାର ମରାମତି ପାଇଁ ବାରମ୍ବାର ଦାବି କରାଯାଉଥିଲେ ବି କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ଚାଷୀ ।

Sonalisa

Recent Posts

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

23 seconds ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

3 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

9 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

21 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

27 mins ago

ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…

31 mins ago