ସ୍ପେଶାଲ

ଅକ୍ଷମ ହୋଇ ବି ସକ୍ଷମ: ଗୋଟିଏ ଗୋଡ଼ରେ ସବୁ କାମ କରିବା ସହ ପରିବାର ଚଳାଉଛନ୍ତି ଗଙ୍ଗାଧର

କେନ୍ଯୁଜ୍: ଗୋଟିଏ ଗୋଡ଼ରେ ପରିବାର ଚଳାଉଛି ଗଙ୍ଗାଧର । ନିଜର ସବୁ କାମ ସହ ଭାଇ ଭଉଣୀଙ୍କୁ ପଢ଼ାଉଛି, ରୋଷେଇ କରି ଦେଉଛି ମାଲକାନଗିରି କାଲିମେଳାର ଏଇ ନବମ ଶ୍ରେଣୀ ପିଲାଟି । ନାଁଟି ତାର ଗଙ୍ଗାଧର । ମହାପ୍ରଭୁ ମହାଦେବଙ୍କର ନାମ । ଯିଏ ଗରଳ ପିଇ ଏ ବିଶ୍ୱ ବ୍ରହ୍ମାଣ୍ଡକୁ ଧ୍ୱଂସ ମୁଖରୁ ରକ୍ଷା କରିଥିଲେ । ଆଉ ଗଙ୍ଗାଧର ମଧ୍ୟ ସେହିଭଳି ନିରବରେ କଷ୍ଟ ଯନ୍ତ୍ରଣାର ବିଷ ପିଇ ନିଜ ପରିବାର ପାଳୁଛନ୍ତି। ୧୫/୧୬ ବର୍ଷର ପିଲାଟିଏ । ନବମ ଶ୍ରେଣୀରେ ପଢୁଛି । ବାମ ଗୋଡ଼ ପିଲା ବେଳୁ ଦିବ୍ୟାଙ୍ଗ । ଚିକିତ୍ସା ପାଇଁ ଅନେକ ପଇସା ଖର୍ଚ୍ଚ ହେଲା । ବିଭିନ୍ନ ଡାକ୍ତରଖାନା ବି ବୁଲିଲା । ହେଲେ କିଛି ଲାଭ ହେଲା ନାହିଁ। ଖଣ୍ଡିଏ ବାଉଁଶ ଠେଙ୍ଗା ସହାଯ୍ୟରେ କାଠ ହାଣିବାଠୁ ଆରମ୍ଭ କରି ଘରର ଯାବତୀୟ କାମ କରୁଛନ୍ତି ଗଙ୍ଗାଧର। କୃତ୍ରମ ବା ଆଶା ଗୋଡ଼ଟିଏ ହେଲେ ତାଙ୍କ କଷ୍ଟକର ଜୀବନ ଆଉ ଟିକେ ସହଜ ହୋଇ ଯାଆନ୍ତା । ହେଲେ ଦେଖୁଛି କିଏ ନା ଶୁଣୁଛି କିଏ ?

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମହରାଜପାଲି ପଞ୍ଚାୟତର ଇଏ ହେଉଛି କୋଇକୋଣ୍ଡା ଗାଁ ର ଦ୍‌ଶ୍ଯ। ସେହି ଗାଁର ପିଲା ଗଙ୍ଗାଧର ଧାର୍ମୁ l ଜନ୍ମର ଦୁଇ ମାସ ପରେ ବିଧାତା ଛଡେଇ ନେଲା ବାମ ଗୋଡଟିକୁ । ନିଆଁରେ ପୋଡ଼ିହୋଇ ବାମ ଗୋଡ଼ ହରାଇଥିଲେ । ହେଲେ କେବେ ମନରେ ଧରିଲେନି କି ସେ ଦିବ୍ୟାଙ୍ଗ ବୋଲି । ନିଜର ଦୈନନ୍ଦିନ କାମ କରିବା ସହ ସ୍କୁଲରେ ପାଠ ମଧ୍ୟ ପଢ଼ିଲେ ।

ବାପା, ତିନି ଭଉଣୀ ଏବଂ ଦୁଇ ଭାଇଙ୍କୁ ନେଇ ଗଙ୍ଗାଧରଙ୍କ ପରିବାର l ପାଞ୍ଚ ବର୍ଷ ତଳେ ମାଆ ଚାଲିଗଲେ ଆରପାରିକୁ । ବାପା ଜଣେ ଗରିବ ଚାଷୀ । ଯାହା ଫସଲ ହୁଏ ସେଥିରେ ପରିବାରର ପେଟ ପୂରେନା, ସମସ୍ତଙ୍କୁ ପାଠ ବା ପଢ଼ାଇବେ କେମିତି ? କୁନି କୁନି ଭାଇ, ଭଉଣୀଙ୍କୁ ଦେଖି ଦୁଃଖରେ ଭାଙ୍ଗି ପଡ଼େ । ହେଲେ ସେ ଜାଣିଛି ବଡ଼ ଭାଇ ଭାବେ ତାକୁ ପରିବାରର ବୋଝ ଉଠାଇବାକୁ ପଡ଼ିବ । ତେଣୁ ସାହସ ଜାରି ରଖି କାମରେ ଲାଗି ପଡ଼େ । ସରକାରୀ ସହାୟତା କହିଲେ ଗଙ୍ଗାଧର ପରିବାରକୁ ମିଳୁଛି କେବଳ ପିଡିଏସ୍ ଚାଉଳ ଓ ଭତ୍ତା ବାବଦରେ ୭୦୦ ଟଙ୍କା ଏଥିରେ କଣ ଚଳି ହେବ ଏତେବଡ଼ ପରିବାରଟିଏ ?

ଯଦି ଗଙ୍ଗାଧରକୁ ଗୋଡ଼ଟିଏ ମିଳିଯିବ ତାର ମନୋବଳ ଓ ଆତ୍ମବିଶ୍ୱାସ ଆହୁରି ବଢ଼ିବ । ହେଲେ ତାକୁ ପ୍ରୋତ୍ସାହନ ଦେବା କେବଳ ପ୍ରଶାସନ କି ସରକାର ନୁହେଁ ଅନ୍ୟ ବ୍ୟକ୍ତିବିଶେଷ ଓ ସଂଗଠନ ମଧ୍ୟ ଆଗେଇ ଆସିବା ଉଚିତ । କାରଣ ଜୀବନ ଯୁଦ୍ଧରେ ଗଙ୍ଗାଧର ଯେଉଁ ସାହସ ଦେଖାଇଛି, ସେଥିରେ ସହଯୋଗର ସାହାରା ମିଳିଲେ ସେ ନିଜ ପରିବାର ଚଳାଇବା ସହ ଭବିଷ୍ୟତ ମଧ୍ୟ ଗଢ଼ି ପାରିବେ ।

KNews Bureau

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

7 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

20 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

21 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago