ଅକ୍ଷମ ହୋଇ ବି ସକ୍ଷମ: ଗୋଟିଏ ଗୋଡ଼ରେ ସବୁ କାମ କରିବା ସହ ପରିବାର ଚଳାଉଛନ୍ତି ଗଙ୍ଗାଧର

କେନ୍ଯୁଜ୍: ଗୋଟିଏ ଗୋଡ଼ରେ ପରିବାର ଚଳାଉଛି ଗଙ୍ଗାଧର । ନିଜର ସବୁ କାମ ସହ ଭାଇ ଭଉଣୀଙ୍କୁ ପଢ଼ାଉଛି, ରୋଷେଇ କରି ଦେଉଛି ମାଲକାନଗିରି କାଲିମେଳାର ଏଇ ନବମ ଶ୍ରେଣୀ ପିଲାଟି । ନାଁଟି ତାର ଗଙ୍ଗାଧର । ମହାପ୍ରଭୁ ମହାଦେବଙ୍କର ନାମ । ଯିଏ ଗରଳ ପିଇ ଏ ବିଶ୍ୱ ବ୍ରହ୍ମାଣ୍ଡକୁ ଧ୍ୱଂସ ମୁଖରୁ ରକ୍ଷା କରିଥିଲେ । ଆଉ ଗଙ୍ଗାଧର ମଧ୍ୟ ସେହିଭଳି ନିରବରେ କଷ୍ଟ ଯନ୍ତ୍ରଣାର ବିଷ ପିଇ ନିଜ ପରିବାର ପାଳୁଛନ୍ତି। ୧୫/୧୬ ବର୍ଷର ପିଲାଟିଏ । ନବମ ଶ୍ରେଣୀରେ ପଢୁଛି । ବାମ ଗୋଡ଼ ପିଲା ବେଳୁ ଦିବ୍ୟାଙ୍ଗ । ଚିକିତ୍ସା ପାଇଁ ଅନେକ ପଇସା ଖର୍ଚ୍ଚ ହେଲା । ବିଭିନ୍ନ ଡାକ୍ତରଖାନା ବି ବୁଲିଲା । ହେଲେ କିଛି ଲାଭ ହେଲା ନାହିଁ। ଖଣ୍ଡିଏ ବାଉଁଶ ଠେଙ୍ଗା ସହାଯ୍ୟରେ କାଠ ହାଣିବାଠୁ ଆରମ୍ଭ କରି ଘରର ଯାବତୀୟ କାମ କରୁଛନ୍ତି ଗଙ୍ଗାଧର। କୃତ୍ରମ ବା ଆଶା ଗୋଡ଼ଟିଏ ହେଲେ ତାଙ୍କ କଷ୍ଟକର ଜୀବନ ଆଉ ଟିକେ ସହଜ ହୋଇ ଯାଆନ୍ତା । ହେଲେ ଦେଖୁଛି କିଏ ନା ଶୁଣୁଛି କିଏ ?

ganga dharମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମହରାଜପାଲି ପଞ୍ଚାୟତର ଇଏ ହେଉଛି କୋଇକୋଣ୍ଡା ଗାଁ ର ଦ୍‌ଶ୍ଯ। ସେହି ଗାଁର ପିଲା ଗଙ୍ଗାଧର ଧାର୍ମୁ l ଜନ୍ମର ଦୁଇ ମାସ ପରେ ବିଧାତା ଛଡେଇ ନେଲା ବାମ ଗୋଡଟିକୁ । ନିଆଁରେ ପୋଡ଼ିହୋଇ ବାମ ଗୋଡ଼ ହରାଇଥିଲେ । ହେଲେ କେବେ ମନରେ ଧରିଲେନି କି ସେ ଦିବ୍ୟାଙ୍ଗ ବୋଲି । ନିଜର ଦୈନନ୍ଦିନ କାମ କରିବା ସହ ସ୍କୁଲରେ ପାଠ ମଧ୍ୟ ପଢ଼ିଲେ ।

ବାପା, ତିନି ଭଉଣୀ ଏବଂ ଦୁଇ ଭାଇଙ୍କୁ ନେଇ ଗଙ୍ଗାଧରଙ୍କ ପରିବାର l ପାଞ୍ଚ ବର୍ଷ ତଳେ ମାଆ ଚାଲିଗଲେ ଆରପାରିକୁ । ବାପା ଜଣେ ଗରିବ ଚାଷୀ । ଯାହା ଫସଲ ହୁଏ ସେଥିରେ ପରିବାରର ପେଟ ପୂରେନା, ସମସ୍ତଙ୍କୁ ପାଠ ବା ପଢ଼ାଇବେ କେମିତି ? କୁନି କୁନି ଭାଇ, ଭଉଣୀଙ୍କୁ ଦେଖି ଦୁଃଖରେ ଭାଙ୍ଗି ପଡ଼େ । ହେଲେ ସେ ଜାଣିଛି ବଡ଼ ଭାଇ ଭାବେ ତାକୁ ପରିବାରର ବୋଝ ଉଠାଇବାକୁ ପଡ଼ିବ । ତେଣୁ ସାହସ ଜାରି ରଖି କାମରେ ଲାଗି ପଡ଼େ । ସରକାରୀ ସହାୟତା କହିଲେ ଗଙ୍ଗାଧର ପରିବାରକୁ ମିଳୁଛି କେବଳ ପିଡିଏସ୍ ଚାଉଳ ଓ ଭତ୍ତା ବାବଦରେ ୭୦୦ ଟଙ୍କା ଏଥିରେ କଣ ଚଳି ହେବ ଏତେବଡ଼ ପରିବାରଟିଏ ?

gangaଯଦି ଗଙ୍ଗାଧରକୁ ଗୋଡ଼ଟିଏ ମିଳିଯିବ ତାର ମନୋବଳ ଓ ଆତ୍ମବିଶ୍ୱାସ ଆହୁରି ବଢ଼ିବ । ହେଲେ ତାକୁ ପ୍ରୋତ୍ସାହନ ଦେବା କେବଳ ପ୍ରଶାସନ କି ସରକାର ନୁହେଁ ଅନ୍ୟ ବ୍ୟକ୍ତିବିଶେଷ ଓ ସଂଗଠନ ମଧ୍ୟ ଆଗେଇ ଆସିବା ଉଚିତ । କାରଣ ଜୀବନ ଯୁଦ୍ଧରେ ଗଙ୍ଗାଧର ଯେଉଁ ସାହସ ଦେଖାଇଛି, ସେଥିରେ ସହଯୋଗର ସାହାରା ମିଳିଲେ ସେ ନିଜ ପରିବାର ଚଳାଇବା ସହ ଭବିଷ୍ୟତ ମଧ୍ୟ ଗଢ଼ି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.