ଜଗତସିଂହପୁର(କେନ୍ୟୁଜ୍): ଦୁଇ ବର୍ଷ ପରେ ଖୋଲିଛି କଟକ ଜିଲ୍ଲାର ଆଦର୍ଶ ଗ୍ରାମ କଲରାବାଙ୍କ ସ୍ଥିତ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ । ରାଜ୍ୟ ସରକାରଙ୍କ କୋଭିଡ ଗାଇଡ ଲାଇନ ଅନୁସାରେ ସ୍କୁଲ ଖୋଲିଛି । ସ୍କୁଲକୁ ଆସିବା ବେଳେ ପିଲାମାନଙ୍କୁ ବେଲୁନ, ଚକୋଲେଟ ଦେଇ ସ୍ୱାଗତ କରାଯାଇଥିଲା । ମାସ୍କ ଓ ସାନିଟାଇଜର ମଧ୍ୟ ଦିଆଯାଇଥିଲା । ସାମାଜିକ ଦୂରତା ମାନି ପିଲାମାନଙ୍କୁ ଶ୍ରେଣୀ ଗୃହରେ ବସାଯାଇଥିଲା । ଦୀର୍ଘ ଦିନ ପରେ ସାଙ୍ଗ ସାଥିମାନଙ୍କୁ ଏକାଠି ପାଇ ପିଲାମାନେ ବେଶ୍ ଖୁସି ଅଛନ୍ତି ।
ସେହିପରି ଶିକ୍ଷକ,ଶିକ୍ଷୟିତ୍ରୀ ମାନେ ପିଲାମାନଙ୍କୁ ପାଇ ମଧ୍ୟ ବେଶ୍ ଆନନ୍ଦିତ । ସ୍କୁଲର ସମ୍ପାଦିକା ଡ. ଇତିରାଣୀ ସାମନ୍ତ ସ୍କୁଲ ପରିସରରେ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । କିସ୍ ଓ କିଟ୍ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ କଲରାବାଙ୍କ ଠାରେ ଏହି ସ୍କୁଲ ପ୍ରତିଷ୍ଠା କରିଥିବା ବେଳେ ଉଚ୍ଚମାନର ଶିକ୍ଷାଦାନ ଓ ଶତ ପ୍ରତିଶତ ସଫଳତା ପାଇଁ ଏହା ସାରା ରାଜ୍ୟରେ ସୁନାମ ଅର୍ଜନ କରିିଛି ।.
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…
ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…
ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍ ମଙ୍ଗଳବାର ଭୁଶୁଡ଼ି…
କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…
ଭୁବନେଶ୍ୱର(କେନ୍ୟୁଜ୍): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…